ହାତୀ ଆଣିଦେଲେ ପତି – ସ୍ୱପ୍ନ ପୁରା କଲେ ଜୀବନ ସାଥି

ଢ଼ାକା – ନିଜ ପତ୍ନୀଙ୍କ ଇଚ୍ଛା ପୂରଣ କଲେ ସ୍ୱାମୀ। ସ୍ତ୍ରୀଙ୍କର ସ୍ୱପ୍ନକୁ ସାକାର କରିବାକୁ ଉଦ୍ୟମ କରି ସଫଳ ହେଲେ ବାଂଲାଦେଶର ଜଣେ ବ୍ୟକ୍ତି । ନିଜର ପତ୍ନୀଙ୍କର ସ୍ୱପ୍ନ ପୁରା କରିବା ପାଇଁ  ନିଜ ଜମି ବିକି ଦେଇଛନ୍ତି ଏବଂ  ଏହି ଅର୍ଥରେ ଏକ ହାତୀ କିଣିଛନ୍ତି ।

ରିପୋର୍ଟ ମୁତାବକ ,  ବାଂଲାଦେଶରେ ଲାଲମୋନିରହାଟ୍‌ର ପଞ୍ଚଗ୍ରାମର ଦୁଲାଲ ଚନ୍ଦ୍ର ରାୟ ନିଜ ପତ୍ନୀ ତୁଳସୀ ରାଣୀ ଦାସୀଙ୍କର ଏକ ପୁରୁଣା ସ୍ୱପ୍ନକୁ ପୂରଣ କରିବା ପାଇଁ ପୁରା ଚେଷ୍ଟାରେ ଲାଗିପଡ଼ିଥିଲେ । ହାତୀକୁ କିଣିବା ପୂର୍ବରୁ ଦୁଲାଲ୍‌ ସ୍ୱପ୍ନରେ ଦେଖିଥିବା ଆହୁରି ଅନେକ ଜୀବ ମଧ୍ୟ କିଣି ସାରିଛନ୍ତି । ଏବେ ଏମିତି ହୋଇଛି କି  ଦୁଲାଲଙ୍କ ହାତୀକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳର ବହୁତ ଲୋକ ତାଙ୍କ ଘରେ ଭିଡ଼ ଜମାଉଛନ୍ତି ।

ଉଲ୍ଲେଖନୀୟ ଯେ ,  ଦୁଲାଲ୍‌ ବୃତ୍ତିରେ ଜଣେ କୃଷକ । ସେ  ତୁଳସୀ ରାଣୀଙ୍କର ସ୍ୱପ୍ନ  ପୁରା କରିବା ପାଇଁ  ନିଜ ଜମିର କିଛି ଭାଗ ବିକ୍ରି କରିଦେଇଛନ୍ତି ଏବଂ ମୌଲବୀବାଜାର ଯାଇ ୧୬.୫ ଲକ୍ଷ ଟଙ୍କାରେ ଏକ ହାତୀ କିଣିଛନ୍ତି । ସେ ଗତ ସପ୍ତାହରେ ୨୦,୦୦୦ଟଙ୍କାରେ ଟ୍ରକ୍‌ ଭଡ଼ାରେ ନେଇ ହାତୀ ସହ ଘରକୁ ଫେରିଥିଲେ ।

ସେ କହିଛନ୍ତି , ମୁଁ ଜମି ବିକ୍ରି କରି ପତ୍ନୀଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ  ହାତୀ କିଣିଛି । ତୁଳସୀ ରାଣୀ କହିଛନ୍ତି ସେ ଏକ ବର୍ଷ ପୂର୍ବେ ଗୋଟିଏ ସ୍ୱପ୍ନ ଦେଖିଥିଲେ , ଯେଉଁଥିରେ ସେ ଏକ ହାତୀ କିଣିଥିଲେ ଏବଂ ସେ ଏହାର ଦେଖାଶୁଣା କରୁଥିଲେ ।  

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ