PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ସ୍ୱାମୀଙ୍କ ତଣ୍ଟିଚିପି ହତ୍ୟା ମାମଲା: ଶାରୀରିକ ସମ୍ପର୍କ ପାଇଁ ବାଧ୍ୟ କରିବାରୁ ମାରିଦେଲି…

ଦଶରଥପୁର/ମଙ୍ଗଳପୁର,୨୩/୦୭: ମଙ୍ଗଳପୁର ଥାନା ଇସ୍‌ମାଇଲପୁର ଗ୍ରାମର ସୁବାସ କୁଅଁର ଓରଫ ଅଟଳଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିଛି । ଅଟଳଙ୍କୁ ତାଙ୍କ ପତ୍ନୀ ମମତା କୁଅଁର ହତ୍ୟା କରିଥିବା ନିଜେ ସ୍ୱୀକାର କରିଛନ୍ତି । ଅଟଳ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବାରୁ ତାଙ୍କୁ ହତ୍ୟା କରିଥିବା ମମତା ସ୍ୱୀକାର କରିବା ପରେ ପୁଲିସ ମଙ୍ଗଳପୁର ଥାନା କେସ୍‌ ନଂ. ୩୬୫/୨୧ ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ରେ ଗୁରୁବାର ମମତାଙ୍କୁ କୋର୍ଟ ଚାଲାଣ କରିଛି । ଜାମିନ୍‌ ନାମଞ୍ଜୁର ହେବାରୁ ମମତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ପୁଲିସ ତଦନ୍ତ ଉପରେ ମୃତ ଅଟଳଙ୍କ ଭାଇ ରଞ୍ଜନ କୁଅଁର ପ୍ରଶ୍ନ ଉଠାଇଛନ୍ତି । ପୁଲିସ ତଦନ୍ତ ଦିଗହରା ବୋଲି ରଞ୍ଜନ ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି, ମଙ୍ଗଳପୁର ଥାନା ଇସ୍‌ମାଇଲପୁର ଗ୍ରାମର ସୁବାସ କୁଅଁର ଓରଫ ଅଟଳ ଥାଲକୁଡ଼ି ପଞ୍ଚାୟତ ମଙ୍ଗଳପୁର ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ଘର ଭଡ଼ା ନେଇ ରହୁଥିଲେ । ତଳ ମହଲାର ଗୋଟିଏ କୋଠରୀରେ ଅଟଳ, ପତ୍ନୀ ମମତା ଓ ପୁଅ ଓମ୍‌ ପ୍ରକାଶ ରହୁଥିବା ବେଳେ ଅନ୍ୟ କୋଠରୀରେ ଅଟଳଙ୍କ ଶାଳୀ ସଂଯୁକ୍ତା ବିଶ୍ୱାଳ ଓ ଶାଶୂ ଅରୁଣି ରାଉତ ରହୁଥିଲେ । ସୋମବାର ରାତି ପ୍ରାୟ ୧୨ଟା ସମୟରେ ଅଟଳଙ୍କ ବିକଟାଳ ଶବ୍ଦ ଶୁଣି ତାଙ୍କ ଶାଳୀ ଉଠିପଡ଼ିଥିଲେ । ଭଉଣୀ ଭିଣୋଇ ଶୋଇଥିବା ଘରୁ ଶବ୍ଦ ଆସୁଥିବା ଜାଣି ଡାକିଥିଲେ ସୁଦ୍ଧା କୌଣସି ଉତ୍ତର ମିଳି ନଥିଲା । ଭୟଭୀତ ହୋଇ ସେ ଉପର ମହଲାରେ ରହୁଥିବା ଘର ମାଲିକଙ୍କୁ ଡାକିଥିଲେ । ଘର ମାଲିକ ଆସି ଡାକିବାର କିଛି ସମୟ ପରେ ମମତା କବାଟ ଖୋଲିଥିଲେ । ସେତେବେଳକୁ ଅଟଳ ବେଡ୍‌ ଉପରେ ଚିତ୍‌ ହୋଇ ପଡ଼ିଥିଲେ । ଅଟଳଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିବା ବେଳେ ମମତା ସାଙ୍ଗରେ ଯାଇ ନଥିଲେ । ଗୋଟିଏ ପଟରେ ଡାକ୍ତର ଅଟଳଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ପଟରେ ମମତା ଘରେ ରହି ଘରକୁ ପାଣିରେ ଭଲ ଭାବେ ପରିଷ୍କାର କରିଥିଲେ । ଯାହାକୁ ନେଇ ସମସ୍ତଙ୍କ ମନରେ ସନ୍ଦେହ ହୋଇଥିଲା । ପ୍ରଥମ ଦିନରୁ ମମତା ହତ୍ୟାକାରୀ ବୋଲି ପୁଲିସ ସ୍ପଷ୍ଟ ହୋଇଥିଲା । ଯାହା ଫଳରେ ପୁଲିସ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇବା ପରେ ମମତାକୁ ନିଜ ଅକ୍ତିଆରକୁ ନେଇଥିଲା । ପୁଲିସ ଦୀର୍ଘ ୬୦ଘଣ୍ଟା ଜେରା କରିବା ପରେ ମମତା ନିଜ ଦୋଷ ସ୍ୱୀକାର କରିଥିଲେ । ଅଟଳଙ୍କୁ ଏକୁଟିଆ ହତ୍ୟା କରିଛନ୍ତି ବୋଲି ମମତା ପୁଲିସ ଆଗରେ ସ୍ୱୀକାର କରିବା ପରେ ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

ଘଟଣାକ୍ରମ ଏମିତି ଥିଲା…

ଚଳିତ ମାସ ୧୯ତାରିଖ ରାତି ପ୍ରାୟ ୧୦.୩୦ରେ ଅଟଳ ମଦ ପିଇ ଘରକୁ ଫେରିଥିଲେ । ଖାଇବାକୁ ମାଗିବାରୁ ପତ୍ନୀ ମମତା ଅଟଳଙ୍କୁ ରୁଟି, ଭଜା ଓ ସିମେଇ ଦେଇଥିଲେ । ଅଟଳ ଖାଇ ସାରିବା ପରେ ମମତା ଖାଇଥିଲେ । ଦୁହେଁ ଶୋଇବାକୁ ଯିବା ପରେ କବାଟ ବନ୍ଦ କରିଥିଲେ । ଅଟଳ ଶାରୀରିକ ସଂପର୍କ ରଖିବା ପାଇଁ ମମତାଙ୍କୁ କହିଥିଲେ । କିଛି ଦିନ ପୂର୍ବରୁ ଅସ୍ତ୍ରୋପଚାର ହୋଇଥିବା ଏବଂ ଦେହ ଅସୁସ୍ଥ ଥିବାରୁ ମମତା ରାଜି ହୋଇନଥିଲେ । ଯାହାକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଅଟଳ ମମତାଙ୍କ ପେଟ ଉପରେ ବସି ପଡ଼ିବାରୁ ଯନ୍ତ୍ରଣା ସହି ନପାରି ମମତା ଅଟଳଙ୍କୁ ଧକ୍କା ମାରି ତଳକୁ ଠେଲି ଦେଇଥିଲେ । ଏଥିରେ ଅଟଳ ଉତ୍ତ୍ୟକ୍ତ ହୋଇ ମମତାଙ୍କୁ ମାଡ଼ ମାରିଥିଲେ । ମମତା ରାଗି ଯିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଅଟଳ ତଳେ ପଡ଼ିଯିବା ପରେ ମମତା ଏକ ତକିଆକୁ ଅଟଳଙ୍କ ମୁହଁ ଉପରେ ରଖି ମାଡ଼ି ବସିଥିଲେ । ଜୀବନ ବଞ୍ଚାଇବାକୁ ଅଟଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । କିଛି ସମୟ ପରେ ଅଟଳ ତକିଆକୁ ବାହାର କରିବାରେ ସକ୍ଷମ ହୋଇଥିଲେ ମଧ୍ୟ ମମତା ଛାଡ଼ି ନଥିଲେ । ମମତା ନିଜ ନଖ ଓ ମୋବାଇଲ୍‌ ଚାର୍ଜର ତାରରେ ଅଟଳଙ୍କ ବେକକୁ ଚିପିଦେବାରୁ ଘଟଣା ସ୍ଥଳରେ ଅଟଳଙ୍କର ମୃତ୍ୟୁ ହୋଇଥିଲା ।