ସ୍ତ୍ରୀର ଜୀବନ ନେଲା ସ୍ୱାମୀ ! ନୃଶଂସ ଭାବେ କଲା ହତ୍ୟା

ଖୋର୍ଦ୍ଧା : ସ୍ୱାମୀ ସାଜିଲା ସଇତାନ । ସ୍ତ୍ରୀର ଜୀବନ ନେଲା ସ୍ୱାମୀ ।  ଯାହାକୁ ବେଦୀ ଉପରେ ବସି ଅଗ୍ନିକୁ ସାକ୍ଷି ରଖି ସାତ ଜନମର ସାଥି କରିଥିଲା , ସେହି  ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କଲା ସ୍ୱାମୀ । ଏପରି ଲୋମ ହର୍ଷଣକାରୀ ଘଟଣା ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ଅଞ୍ଚଳରେ ଘଟିଛି ।

ସୂଚନା ମୁତାବକ, ହରେକୃଷ୍ଣ ବେହେରା ନାମକ ବ୍ୟକ୍ତି ନିଜ ସ୍ତ୍ରୀ ସସ୍ମିତା ବେହେରାଙ୍କୁ ତାଙ୍କ ବାପା ଘରେ ହତ୍ୟା କରିଥିବାର ଅଭିଯୋଗ ଆସିଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡିରହିଥିଲା ସସ୍ମିତା ବେହେରାଙ୍କର ମୃତଦେହ। ଶନିବାର ରାତିରେ ସସ୍ମିତାଙ୍କ ସ୍ୱାମୀ ତାଙ୍କୁ ହତ୍ୟା କରିଥିବା ପରିବାର ପକ୍ଷରୁ ଖୋର୍ଦ୍ଧା ଆଦର୍ଶ ଥାନାରେ ଅଭିଯୋଗ ହୋଇଛି।

ମୃତ ମହିଳାଙ୍କର ସ୍ୱାମୀ ହରେକୃଷ୍ଣ ବେହେରା ଫେରାର ହୋଇଯାଇଥିବା ବେଳେ ଆଦର୍ଶ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


ଆଫଗାନିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୨ ପୋଲିସ କର୍ମଚାରୀ ମୃତ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ହେଲପ୍‌ ଲାଇନ୍‌ ନମ୍ବର ଜାରି, ଦାଦା ବଟି ମାଗିଲେ କଲ୍‌ କରନ୍ତୁ : ଡିଜିପି