ନିଷ୍ଠା ଥିଲେ ସଫଳତା ମିଳେ : ଦୁଇ ବର୍ଷ ଶିଶୁର ମା’ ହେଲେ IAS, ସ୍ବାମୀ ଓ ଶାଶୁଘର ଲୋକଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ,୨୮।୧: ପ୍ରାୟତଃ ବିବାହ ପରେ ଝିଅମାନଙ୍କ ଜୀବନ ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଥାଏ। ବିଭିନ୍ନ ପ୍ରକାର ଦାୟିତ୍ବ କାରଣରୁ ଚାକିରି ମଧ୍ୟ ଛାଡି ଦେଇଥାନ୍ତି। କିନ୍ତୁ, ଯଦି ଶାଶୁଘର ଲୋକ ଓ ସ୍ବାମୀଙ୍କର ସହଯୋଗ ମିଳେ ତେବେ ଝିଅମାନେ ବିବାହ ପରେ ମଧ୍ୟ ସଫଳତା ପାଇ ପାରିବେ କର୍ମ କ୍ଷେତ୍ରରେ। ଏଭଳି ଏକ ସଫଳତାର  ଉଦାହରଣ ହେଉଛନ୍ତି ହରିୟାଣାର ରେଓ୍ବାଡି ଜିଲ୍ଲାରେ ଥିବା ପୁଷ୍ପଲତା ଯାଦବ। ବାହାଘର ପରେ ୨ ବର୍ଷର ପୁଅର ମା’ ହେବାପରେ ମଧ୍ୟ ପୁଷ୍କଲତା ଆଇଏଏସ୍ ପାଇଁ ପ୍ରସ୍ତୁତି କରି ୟୁପିଏସସିରେ ୮୦ ତମ ରାଙ୍କ ହାସଲ କରିଥିଲେ।

ପୁଷ୍କଲତାଙ୍କ ଜନ୍ମ ହରିୟାଣାର ରେଓ୍ବାଡି ଜିଲ୍ଲାର ଏକ ଛୋଟିଆ ଗାଁ ଖୁସବୁରାରେ ହୋଇଥିଲା। ସେ ପ୍ରାରମ୍ଭିକ ଶିକ୍ଷାଗ୍ରହଣ ଗାଁ ସ୍କୁଲରେ କରିଥିଲେ। ଏହାପରେ ସ୍ନାତକ କରିବା ପାଇଁ ନିଜର ଦାଦାଙ୍କ ଘରେ ରହୁଥିଲେ। ୨୦୦୬ରେ ବିଏସସି କରିବା ପରେ ଏମବିଏ କରିଥିଲେ। ନିଜର ଖର୍ଚ୍ଚ ଉଠାଇବା ପାଇଁ ପ୍ରାଇଭେଟ୍ କମ୍ପାନୀରେ ଚାକିରି ମଧ୍ୟ କରୁଥିଲେ। ୨ ବର୍ଷ ଚାକିରୀ କରିବା ସହ ସେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ।୨ ବର୍ଷ ପରେ ତାଙ୍କର ଚାକିରି ଷ୍ଟେଟବ୍ୟାଙ୍କ ଅଫ୍ ହାଇଦ୍ରାବାଦରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବରେ ହୋଇଥିଲା। ସେଠାରେ କାମ କରିବା ସମୟରେ ତାଙ୍କ ମନରେ ଆସିଥିଲା ସୀମିତ ସ୍ଥାନରେ ତାଙ୍କର ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ। ଆହୁରି ଆଗକୁ ଯିବାକୁ ଚାହିଁଥିଲେ।

ଏହାପରେ ୨୦୧୧ରେ ତାଙ୍କର ବାହାଘର ହୋଇଯାଇଥିଲା। ବିବାହ ପରେ ସେ ମାନେସରରେ ଆସିକି ରହୁଥିଲେ। ବାହାଘରର ୪ ବର୍ଷ ପରେ  ସେ ୟୁପିଏସସି ପ୍ରସ୍ତୁତି କରିବା ପାଇଁ ମନ ବଳାଇଥିଲେ। ୨୦୧୫ରେ  ଷ୍ଟେଟ୍ ବ୍ୟାଙ୍କ ଅଫ୍ ହାଇଦ୍ରାବାସରୁ ଇସ୍ତଫା ଦେଇ ଏହାର ପ୍ରସ୍ତୁତିରେ ଲାଗିପଡିଥିଲେ। କିନ୍ତୁ ସେତେବେଳକୁ ତାଙ୍କର ପୁଅ ଜନ୍ମ ହୋଇସାରିଥିଲା। ତେଣୁ ପୁଅର ଦାୟିତ୍ବ ମଧ୍ୟ ରହିଥିଲା। ଏକ ଇଣ୍ଟରଭ୍ୟୁରେ ସେ କହିଛନ୍ତି, ୫ ବର୍ଷ ପର୍ଯ୍ୟନ୍ତ ବହିକୁ ହାତ ଲଗାଇବା ମୁଁ ଭୁଲି ଯାଇଥିଲି। ସମୟ କଠିନ ଥିଲା କିନ୍ତୁ ମୋର ସ୍ବାମୀଙ୍କ ପ୍ରୋତ୍ସାହନରେ ମୁଁ ଏତେ ବାଟ ଆଗକୁ ଆସିଲି। କେବଳ ସ୍ବାମୀ ନୁହଁନ୍ତି ତାଙ୍କର ଶାଶୁଘର ଲୋକ ସମସ୍ତେ ଖୁବ୍  ସାହାର୍ଯ୍ୟ କରିଥିଲେ। ସେମାନେ ପୁଅ କଥା ବୁଝିଥିଲେ ଓ ପୁଷ୍ପଲତା ପାଠପଢା ଉପରେ ଧ୍ୟାନ ଦେଇଥିଲେ।

ଜଣେ ଗୃହିଣୀ ହୋଇଥିବାରୁ ତାଙ୍କୁ ଅନେକ କିଛି ଘାତ ପ୍ରତିଘାତର ସାମନା କରିବାକୁ ପଡିଥିଲା। ଘରର ସବୁ କାମ ପରେ ମଧ୍ୟ ନିଜର ପଢା ପାଇଁ ସମୟ ବାହାର କରୁଥିଲେ। ସକାଳ ୪ଟାରୁ ଉଠି ୬ରୁ ୭ଟା ପର୍ଯ୍ୟନ୍ତ ସେ ପ୍ରତିଦିନ ପଢୁଥିଲେ। ଏହାପରେ ପୁଅକୁ ସ୍କୁଲ ପଠାଇବା ପରେ ସେ ପଡୁଥିଲେ। ମଧ୍ୟାହ୍ନରେ ପୁଅ ଘରକୁ ଫେରିବା ପରେ ତାକୁ ଖୁଆଇକି ଶୋଇବା ପରେ ସେ ପଢୁଥିଲେ। ସନ୍ଧ୍ୟାରେ ତାଙ୍କ ସ୍ବାମୀ ଏବଂ ଶାଶୁ-ଶ୍ବଶୁର ପୁଅ କଥା ବୁଝୁଥିଲେ। ଏହାପରେ ରାତିରେ ୨ ଘଣ୍ଟା ରୋଷେଇ କରିବା ପରେ ପଢୁଥିଲେ। ସେ ଦିନକୁ ୬ ଘଣ୍ଟା ଶୋଉଥିଲେ। ଦୁଇ ବର୍ଷ ପର୍ଯ୍ୟନ୍ତ ସେ ମେନ୍ସରେ ସିଲେକ୍ଟ ହୋଇନଥିଲେ, କିନ୍ତୁ ପ୍ରସ୍ତୁତି ଛାଡି ନଥିଲେ। ତୃତୀୟ ବର୍ଷ ୨୦୧୭ରେ ୟୁପିଏସସିରେ ୮୦ ତମ ରାଙ୍କରେ ଆସିଥିଲେ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା