ଘରୋଇ କଳହକୁ କେନ୍ଦ୍ର କରି ପତ୍ନୀକୁ ପନିକିରେ ହାଣି ହତ୍ୟା କଲା ସ୍ୱାମୀ

କପିଲାଭଟା ୧୦/୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ଘରୋଇ କଳହକୁ ନେଇ ପତ୍ନୀକୁ ପନିକିରେ ହାଣି ହତ୍ୟା କରିଛି ସ୍ୱାମୀ । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିବା ସହିତ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।

ସୂଚନାନୁଯାୟୀ, ଭାଲୁମୁଣ୍ଡା ଗାଁର ଗୋଦାବରୀଶ ଓରଫ୍‌ ଓମ୍‌ ତାଙ୍କ ସ୍ତ୍ରୀ ରୀନା (୩୫) ସହ ବିବାହ ଦିନଠୁ ମନୋମାଲିନ୍ୟ ଲାଗି ରହୁଥିଲା । ଆଜି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ଗୋଦାବରୀଶ ପନିକିରେ ସ୍ତ୍ରୀ ରୀନାର ମୁହଁ ଏବଂ ମୁଣ୍ଡକୁ ବାରମ୍ବାର ଚୋଟ ମାରିଥିଲା । ଘଟଣାସ୍ଥଳରେ ରୀନାଙ୍କ ମୃତ୍ୟୁ ଘଟିଥିଲା । ଏହି ନୃଶଂସ କାଣ୍ଡ ଘଟାଇବା ପରେ ସେ ଘରେ ଏକ ଚଉକିରେ ବସି ରହିଥିଲା । ଖବରପାଇ ବଙ୍ଗୋମୁଣ୍ଡା ପୁଲିସ ପହଞ୍ଚି ତାକୁ ଗିରଫ କରିଥିଲା । ଅଭିଯୁକ୍ତ ଗୋଦାବରୀଶର ହାତରେ ମଧ୍ୟ ଆଘାତ ଲାଗିଥିବାରୁ ପୁଲିସ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଥିବା ଜଣାପଡିଛି । ଏନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।

ପ୍ରକାଶ ଥାଉ କି ମୃତକଙ୍କ ୪ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି । ପାରିବାରିକ ଗଣ୍ଡଗୋଳରୁ ହତ୍ୟାକାଣ୍ଡ ଘଟିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ କେଉଁ କାରଣରୁ ସ୍ୱାମୀ ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା କରିଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । ଅପରପକ୍ଷେ ଗୋଦାବରୀଶଙ୍କ ବାପା ବିଷ୍ଣୁ ପ୍ରସାଦ କହିବା ଅନୁଯାୟୀ ଆଜି ସକାଳେ ବାପ-ପୁଅ (ବିଷ୍ଣୁ ପ୍ରସାଦ ଓ ଗୋଦାବରୀଶ) ବାବା ମଠକୁ ଯାଇଥିଲେ । ସେଠାରୁ ଫେରିବା ପରେ କୌଣସି କାରଣକୁ ନେଇ ଝଗଡ଼ା ହୋଇ ଏଭଳି କାଣ୍ଡ ହୋଇଥାଇପାରେ ବୋଲି କହିଛନ୍ତି ।

   ସମ୍ବନ୍ଧିତ ଖବର


ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

ବାରରେ ଭଙ୍ଗାରୁଜା ମାମଲା: ୨ ଯୁବକ ଗିରଫ,୨ଫେରାର୍‌

ଚାହାରେ ନିଶା ମିଶାଇ ୩ ଯୁବକଙ୍କୁ ଲୁଟିଲା ଅଟୋଚାଳକ: ପାହାଡ଼ ତଳୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର

ବରମୁଣ୍ଡା: ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ