PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ, ଗିରଫ ହେଲା ପତ୍ନୀହନ୍ତା

ଝରିଗାଁ ୩୦/୧୨: ଘରୋଇ ଗଣ୍ଡଗୋଳକୁ କେନ୍ଦ୍ରକରି ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି । ଏଭଳି ଅମାନବୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଥାନା ଚକଲାପଦର ପଞ୍ଚାୟତର କୁସୁମବାହାଲ ଗାଁରେ । ମୃତ ମହିଳାଙ୍କ ନାଁ ଦିଶାଇ ଜାନୀ(୪୫) । ଅଭିଯୁକ୍ତ ସ୍ୱାମୀ ବୁଦୁ ଜାନୀକୁ ପୁଲିସ୍‌ ଗିରଫ କରିଛି । ଆଜି ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ସାମ୍ବାଦିକ ସମ୍ମିଳନୀରେ ଉମରକୋଟ ଏସ୍‌ଡିପିଓ ହେମନ୍ତ କୁମାର ପାଢି ଏହାର ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତି ।

ପୁଲିସ୍‌ ସୂଚନା ଅନୁଯାୟୀ, କୁସୁମବାହାଲ ଗାଁର ବୁଦୁ ଓ ତାଙ୍କ ସ୍ତ୍ରୀ ଦିଶାଇଙ୍କ ମଧ୍ୟରେ ଗତ ୨୭ ତାରିଖ ସନ୍ଧ୍ୟାରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବୁଦୁ ଏକ ଟାଙ୍ଗିଆରେ ଦିଶାଇଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା । ଆକ୍ରମଣରେ ଦିଶାଇଙ୍କ ମୁଣର ପଛପଟେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ଅବସ୍ଥାରେ ଘରର ବାରଣ୍ଡାରେ ପଡ଼ିଯାଇଥିଲେ । ୨୮ ତାରିଖ ସକାଳେ ଗ୍ରାମବାସୀ ଘର ବାରଣ୍ଡାରେ ଦିଶାଇଙ୍କ ମୃତଦେହ ଦେଖି ତାଙ୍କ ବାପ ଘରକୁ ଖବର ଦେଇଥିଲେ । ଦିଶାଇଙ୍କ ଭାଇ ନୀଳ ଜାନୀ ଗାଁରେ ପହଞ୍ଚି ଘଟଣା ଦେଖିବା ପରେ ଝରିଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏତଲାକୁ ଭିତ୍ତିକରି ଝରିଗାଁ ଥାନାର ଏକ ଟିମ୍‌ ଘରେ ପହଞ୍ଚି ଦିଶାଇଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍‌କୁ ପଠାଇଥିଲେ । ସ୍ତ୍ରୀ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀ ବୁଦୁଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ଶ୍ରୀ ପାଢୀ କହିଛନ୍ତି ।