ପତ୍ନୀଙ୍କୁ ବ୍ଲାକ୍ମେଲ୍ କରିବାକୁ ଚେଷ୍ଟା : ଇଣ୍ଟରନେଟ୍ରେ ନିଜ ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ କଲେ ସ୍ୱାମୀ

ଆଗ୍ରା – ଏ ଏମିତି ଏକ ଖବର , ଯାହାକି ସ୍ୱାମୀ ସ୍ତ୍ରୀର ସଂପର୍କରେ କଳଙ୍କ ସଦୃଶ । ଜଣେ ଯୁବକ ନିଜ ପତ୍ନୀର ଅଶ୍ଳୀଳ ଫଟୋ ସବୁ ଇଣ୍ଟରନେଟ୍ରେ ଭାଇରାଲ କରି ଦେଇଥିଲେ। ଏହା ଜାଣିବା ପରେ ପତ୍ନୀଙ୍କର ହୋସ୍ ଉଡ଼ିଯାଇଥିଲା । ଶୁକ୍ରବାର ଦିନ ଥାନାରେ ଯାଇ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଥିଲେ । ସଂପୃକ୍ତ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ତଦନ୍ତ ଆଦେଶ ଦେଇଛି।
ଏହାସହ ମଧ୍ୟ ପଢ଼ନ୍ତୁ – ବନ୍ଧୁତା କରି ଡାକ୍ତରଙ୍କ ପୁଅକୁ ଅପହରଣ କଲେ ଯୁବତୀ , ମୁକ୍ତି ପାଇଁ ୭୦ ଲକ୍ଷ ଟଙ୍କା ଦାବି କଲେ
ଏହାସହ ମଧ୍ୟ ପଢ଼ନ୍ତୁ – ପତ୍ନୀକୁ ବାଟରୁ ହଟାଇବାକୁ ସ୍ୱାମୀ ସାଜିଲା ହତ୍ୟାକାରୀ – ୫ଲକ୍ଷ ଟଙ୍କା ସୁପାରୀ ଦେଇ ଭାଙ୍ଗି ଦେଲା ସ୍ତ୍ରୀର ସ୍ୱପ୍ନ
ସୂଚନା ମୁତାବକ , ମଣ୍ଟୋଲା ଥାନା ଅନ୍ତର୍ଗତ ଏହି ମହିଳାଙ୍କ ବିବାହ ୮ ବର୍ଷି ପୂର୍ବେ ନାଇର ମଣ୍ଡି ନିବାସୀ ଜଣେ ଯୁବକଙ୍କ ସହ ହୋଇଥିଲା ।ପତିଙ୍କର ଅଟୋ ପାର୍ଟସ ଦୋକାନ ଅଛି। ବିବାହର ଏକ ବର୍ଷ ପରେ ପତି ଓ ଶ୍ୱଶୁର ଘର ଲୋକେ ତାଙ୍କ ଉପରେ ଯୌତୁକ ନିର୍ଯାତନା ଦେବା ଆରମ୍ଭ କରିଥିଲେ ବୋଲି ମହିଳା ଜଣଙ୍କ ପୁଲିସ୍କୁ କହିଥିଲେ ।
ଯେବେ ମହିଳା ଜଣଙ୍କ ଗର୍ଭବତୀ ଥିଲେ , ତାଙ୍କୁ ନାନା ଅତ୍ୟାଚାର କରି ଘରୁ ବାହାର କରି ଦିଆଗଲା । ସେ ଯାଇ ବାପା ଘରେ ନିଜ ଝିଅକୁ ଜନ୍ମ ଦେଇଥିଲେ । ପତି ମଧ୍ୟ ଝିଅର ଖର୍ଚ୍ଚ ଭାର ନେବା ପାଇଁ ଟଙ୍କା ଦେଲେ ନାହିଁ । ୨୦୧୭ମସିହାରେ ସେ ପତି ଓ ଶ୍ୱଶୂର ଘର ଲୋକଙ୍କ ବିରୋଧରେ ଯୌତୁକ ନିର୍ଯାତନାର ମାମଲା ରୁଜୁ କରିଥିଲେ । ଏବେ କୋର୍ଟରେ ଏହି ମାମଲା ଚାଲିଛି ।
ମହିଳାଙ୍କ ଅଭିଯୋଗ ଯେ, ତାଙ୍କ ପତି କୋର୍ଟରେ ବୁଝାମଣା ଓ କେସ୍ ଫେରେଇ ନେବାକୁ ତାଙ୍କୁ ବାଧ୍ୟ କରୁଛନ୍ତି . କିନ୍ତୁ ସେ କେସ୍ ଫେରେଇ ନେବାକୁ ମନା କରିଦେଇଥିଲେ । ଏହାକୁ ଦେଇ ପତି ଧମକ ଦେଇଥିଲେ । ଆଉ ଜାନୁୟାରୀରେ ପ୍ରଥମ ସପ୍ତାହରେ ତାଙ୍କର ଆପତ୍ତିଜନକ ଫଟୋ ଇଣ୍ଟରନେଟ୍ରେ ପୋଷ୍ଟ କରିଦେଇଥିଲେ । ଏହି ଫଟୋ ପତି ହିଁ ଉଠାଇଥିଲେ । ଏବେ ଫଟୋ ଭାଇରାଲ କରି ଧମକ ଦେଉଛନ୍ତି ।
ପତି ସେୟାର କରିଥିବା ଫଟୋ ଗୁଡ଼ିକ ଏବେ ଖୁବ୍ ଭାଇରାଲ ହେଉଛି । ଶୁକ୍ରବରା ଦିନ ଏସଏସ୍ପି ବବଲୁ କୁମାରଘଟଣାର ସୂଚନା ଦେଇଛନ୍ତି । ଏସ୍ଏସ୍ପି କହିଛନ୍ତି କି ମାମଲାରେ ଥାନା ମଣ୍ଟୋଲା ପୁଲିସ୍ କୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।