ବାଇକକୁ ଧକ୍କା ଦେଲା ଟ୍ରକ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ଭୁବନେଶ୍ବର,୧୯।୧ ଭୁବନେଶ୍ବର ସତ୍ୟ ବିହାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଦମ୍ପତି ବାଇକରେ ଯାଉଥିବା ବେଳେ ସତ୍ୟବିହାର ନିକଟରେ ଏକ ଟ୍ରକ ଧକ୍କା ଦେବାରୁ ଘଟଣାସ୍ଥଳରେ ସ୍ବାମୀର ମୃତ୍ୟୁ ଘଟିଛି। ସ୍ତ୍ରୀ ଗୁରୁତର ହୋଇଛି। ମୃତକ ଜଣକ ରମେଶ ଚନ୍ଦ୍ର ମଲ୍ଲିକ। ସେ ରେଳବାଇ କର୍ମଚାରୀ।
ରମେଶ ତାଙ୍କ ସ୍ତ୍ରୀକୁ ବାଇକରେ ଯାଉଥିବା ବେଳେ ସତ୍ୟବିହାର ନିକଟରେ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।