ପତିଙ୍କ ଅତ୍ଯଧିକ ଭଲପାଇବା ଯୋଗୁଁ ବୋର୍ ହେଲେ ପତ୍ନୀ: ଡିଭୋର୍ସ ପାଇଁ କୋର୍ଟ ପହଞ୍ଚି କହିଲେ ‘ଥରେ ହେଲେ ବି ଝଗଡା କରୁନାହାଁନ୍ତି’

ନୁଆଦିଲ୍ଲୀ ୨୬/୮: ସାଧାରଣତଃ ପତି-ପତ୍ନୀଙ୍କ ମଧ୍ଯରେ ବାରମ୍ବାର ଝଗଡା ଲାଗିଲେ ମାମଲା ଡିଭୋର୍ସ ଯାଏ ପଳାଏ । ବାରମ୍ବାର କଳହ ଲାଗିରହିଲେ ଶେଷରେ ପତି କିମ୍ବା ପତ୍ନୀ ଛାଡପତ୍ର ପାଇଁ ମନ ବଳାନ୍ତି । କିନ୍ତୁ ୟୁଏଇରେ ଠିକ୍ ଏହାର ବିପରୀତ ଘଟଣା ଘଟିଛି । ୟୁଏଇର ଶରିୟା କୋର୍ଟରେ ଝଗଡା ନକରିବାରୁ ପତ୍ନୀ, ପତିଙ୍କଠୁ ଡିଭୋର୍ସ ନେବାପାଇଁ ଆବେଦନ କରିଛନ୍ତି । ୟୁଏଇର ଫୁଜୈରା ସ୍ଥିତ ଶରିୟା କୋର୍ଟରେ କରାଯାଇଥିବା ଆବେଦନ ଅନୁସାରେ ମହିଳା ଜଣକ କହିଛନ୍ତି ଯେ ମୋ ପତିଙ୍କ ଏତେ ଭଲପାଇବା ଯୋଗୁଁ ମୁଁ ବୋର୍ ହୋଇଗଲିଣି ।

ମହିଳା ଜଣକ ଆହୁରି କହିଛନ୍ତି ଯେ ‘ ମୋ ପତି ବହୁତ ଭଲ । ସେ ଏତେ ଭଲ ଯେ ଘର ସଫାସଫି କାମରେ ମୋତେ ସାହାଯ୍ୟ କରନ୍ତି । ବିବାହ ପରଠୁ ଆଜି ପର୍ୟ୍ୟନ୍ତ ସେ କେବେ ବି ମୋ ସାଙ୍ଗେ ଝଗଡା କରିନାହାଁନ୍ତି । ସବୁବେଳେ ଘରକାମରେ ସାହାଯ୍ୟ କରନ୍ତି ।’

ଛାଡପତ୍ର ପାଇଁ ଆବେଦନ କରିଥିବା ମହିଳା କହିଛନ୍ତି ତାଙ୍କ ପତିଙ୍କ ଏହି ବ୍ୟବହାରରେ ତାଙ୍କ ଜୀବନ ନର୍କ ପାଲଟିଗଲାଣି । ସେ ସବୁବେଳେ ତାଙ୍କ ପତିଙ୍କ ସହ ଝଗଡା କରିବା ପାଇଁ ଚାହାଁନ୍ତି କିନ୍ତୁ ସେ କେବେ ବି ତାଙ୍କୁ ସେମିତି ସୁଯୋଗ ଦିଅନ୍ତି ନାହିଁ । ବରଂ ସବୁବେଳେ ସଚ୍ଚୋଟ ଏବଂ ନମ୍ର ବ୍ୟବହାରରେ କଥାକୁ ଟାଳି ଦିଅନ୍ତି ।

ଅନ୍ୟପଟେ ଶରିୟା କୋର୍ଟ ଏହି ମାମଲା ଉପରେ ବିଚାର କରିବା ପାଇଁ ମନା କରିଦେଇଛନ୍ତି । ପତି କୋର୍ଟଙ୍କୁ ଆବେଦନକୁ ଖାରଜ କରିବା ପାଇଁ ଆବେଦନ କରିଛନ୍ତି । ସେ କହିଛନ୍ତି ଯେ ବିବାହର ମାତ୍ର ବର୍ଷେ ଭିତରେ ଏମିତି ନିଷ୍ପତ୍ତି ନେବା ଉଚିତ୍ ନୁହେଁ । କୋର୍ଟ ମଧ୍ଯ ପତି-ପତ୍ନୀଙ୍କୁ ନିଜ ଭିତରେ ବୁଝାମଣା କରିବା ପାଇଁ ପରାମର୍ଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ପ୍ରଧାନମନ୍ତ୍ରୀ ମୋଦି ଶୁଭାରମ୍ଭ କଲେ ଭାରତର ପ୍ରଥମ ସି-ପ୍ଲେନ୍ ସେବା, ଜାଣନ୍ତୁ ଏହାର ବିଶେଷ୍ବତ

ବିଶେଷଜ୍ଞ ମତ: ପଶୁପକ୍ଷୀଙ୍କ ଦେହରେ ରହିଛି ୮,୫୦,୦୦୦ ମାରାତ୍ମକ ଭାଇରସ, ଏଗୁଡିକ ମଣିଷ ଦେହରେ ପ୍ରବେଶ କରିପାରନ୍ତି

ଅଦଭୁତ ମଣିଷ; ପାଖରେ ଗୁଟ୍‌ଖା ନଥିବାରୁ ଚେନ୍‌ ଟାଣି ଟ୍ରେନ୍ ଆଟକାଇଦେଲା ଯାତ୍ରୀ, ଆରପିଏଫ କାଟିଲା ଚାଲାଣ…

ଇତିହାସ ରଚିଲେ ହରପ୍ରୀତ ସିଂ, ଇଣ୍ଡିଆନ ଏୟାରଲାଇନ୍ସର ପ୍ରଥମ ମହିଳା ସିଇଓ ନିଯୁକ୍ତ

ମହିଳାଙ୍କ ଉପରେ ମୁକେଶ ଖାନ୍ନାଙ୍କ ବିବାଦୀୟ ମନ୍ତବ୍ୟର ଭିଡିଓ ଭାଇରାଲ, ଫ୍ୟାନ୍ସ କହିଲେ-‘ଶକ୍ତିମାନ’ ନୁହେଁ ‘କିଲଭିସ୍’

ପୁଣି ସୀମାରେ ପାକିସ୍ତାନୀ ଡ୍ରୋନ୍, ବିଏସ୍‌ଏଫ୍‌ର ଫାୟରିଂ ପରେ ଫେରିଗଲା