ନିଜ ସ୍ତ୍ରୀର ଫଟୋକୁ ସ୍ବାମୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି କହିଲା କଲ୍ ଗାର୍ଲ ଆଉ ସେୟାର କଲା ଫୋନ ନମ୍ବର..

ହାଇଦ୍ରାବାଦ୍ ୯।୧୦: ସ୍ତ୍ରୀ ସହିତ ଝଗଡ଼ା କରିବା ସହିତ ସେହି କଥା ଓ ରାଗକୁ ମନ ଭିତରେ ରଖି ତାର ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରିବା ଅଭିଯୋଗରେ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରି ହାଜତକୁ ନେଇଛି। ଏହି ମାମଲାରେ ମିଳିଥିବା ତଥ୍ୟ ଅନୁସାରେ, ଗତ ତିନି ବର୍ଷରୁ ହାଇଦ୍ରାବାଦର ସୀମାନ୍ତ ଇସିଆଇଏଲ୍ ସ୍ଥିତ ରାଧିକା ଥିଏଟରରେ ପ୍ରୋଜେକ୍ଟର ଅପରେଟର ଭାବେ କାର୍ଯ୍ୟରତ ଯୁବକ ଦମ୍ମଇଗୁଡ଼ା ସ୍ଥିତ ଲକ୍ଷ୍ମୀନଗରରେ ପରିବାର ସହିତ ରହୁଥିଲା।

କିଛି ଦିନ ହେଲା ଛୋଟ ମୋଟ କତାକୁ ନେଇ ସ୍ତ୍ରୀ ସହିତ ଝଗଡ଼ା କରୁଥିଲା ଏବଂ ସମସ୍ତ କଥାକୁ ମନରେ ଗଣ୍ଠି ମାରି ରଖୁଥିଲା। ଶେଷରେ ରାଗରେ ଅସହ ହୋଇ ନିଜ ସ୍ତ୍ରୀକୁ ବଦନାମ କରିବା ପାଇଁ ସ୍ତ୍ରୀ ଓ ତାଙ୍କ ସାଙ୍ଗମାନଙ୍କ ସହିତ ଉଠାଇଥିବା ଫଟୋକୁ ସେୟାର ଚାଟରେ ପୋଷ୍ଟ କରିଥିଲା। ଆଉ କ୍ୟାପସନରେ କଲ୍ ଗାର୍ଲ ଲେଖିବା ସହିତ ତଳେ ସ୍ତ୍ରୀର ଫୋନ ନମ୍ବର ମଧ୍ୟ ଦେଇଥିଲା। ଆଉ ଯେତେବେଳେ ଅଜଣା ଲୋକମାନେ ମହିଳାଙ୍କୁ ଫୋନ କରିବାକୁ ଲାଗିଲେ ସେରେବେଳେ ପୀଡ଼ିତା ଜଣକ ରାଚକୋଣ୍ଡା ସାଇବର କ୍ରାଇମ ପୁଲିସରେ ସେମାନଙ୍କ ନାଁ ଅଭିଯୋଗ କରିଲେ। ଏହି ଘଟଣାରେ ପୁଲିସ ମାମଲା ରୁଜୁ କରିବା ସହିତ ଟେକ୍ନିକାଲ ଡାଟା ଆଧାରରେ ଅଭିଯୁକ୍ତକୁ ଗିରଫ କରି ହାଜତକୁ ନେଇଛି।

   ସମ୍ବନ୍ଧିତ ଖବର


ଜିୟା ଭରାଲି ନଦୀରେ ବୁଡିଲା ଡଙ୍ଗା, ଥିଲେ ୭୦ରୁ ୮୦ ଯାତ୍ରୀ

ଭାରତରେ ବ୍ୟାପିବାରେ ଲାଗିଛି ୯୯୬ ୱର୍କ କଲ୍ଚର, ପ୍ରଭାବିତ ହେଉଛି ବ୍ୟକ୍ତିଗତ ଜୀବନ

ରାମ ମନ୍ଦିର ମାମଲା : ମଧ୍ୟସ୍ଥତା ପ୍ୟାନେଲର ସମାଧାନ ରାସ୍ତାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ହେବ ବିଜୟ

ପୁଣି ପାକିସ୍ତାନର ନୀଚ କାର୍ଯ୍ୟ : ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଏଫ୍-୧୬ ଦ୍ବାରା ଘଣ୍ଟେ ପର୍ଯ୍ୟନ୍ତ ଘେରିକି ରଖିଥିଲା