ପ୍ରମୁଖ ଖବର
  • ହିଞ୍ଜିଳି : ହିଞ୍ଜିଳିରୁ ଶଙ୍ଖନାଦ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆରମ୍ଭ ହେଲା ବିଜେଡିର ବିଜୟ ଯାତ୍ରା
  • ||
  • ଭୁବନେଶ୍ୱର : ମସଲା ବ୍ୟାନ୍‌ ପ୍ରସଙ୍ଗ: ମସଲା ବ୍ୟାନ୍‌ର ମୂଳ କାରଣକୁ ଚିହ୍ନଟ କରାଯିବ
  • ||
  • ଭୁବନେଶ୍ୱର : ନକଲି ପୁଲିସ୍‌, ସିବିଆଇ ଅଧିକାରୀ କହି ଲୁଟୁଥିଲେ; ଇରାନୀ ମୁସଲିମ୍‌ ଗ୍ୟାଙ୍ଗ୍‌ର ୭ ଗିରଫ
  • ||
  • ଭୁବନେଶ୍ୱର : ଲିଭୁନି ଚନ୍ଦକା ନିଅ, ୧୨ ଘଣ୍ଟା ନାକେଦମ୍‌ ବନ କର୍ମଚାରୀ
  • ||
  • ଫୁଲବାଣୀ : ବାରହା ଆକ୍ରମଣରେ ମହିଳା ମୃତ
  • ||
  • ମାଲକାନଗିରି ଜିଲ୍ଲାରୁ ନଗଦ ୩୦ ଲକ୍ଷ ଜବତ, ୨ ଗିରଫ
  • ||
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଗ୍ୟାଙ୍ଗଷ୍ଟର ହାଇଦର୍ ମୃତ୍ୟୁ ଘଟଣା: ଏନ୍‌କାଉଣ୍ଟର ସ୍ଥଳ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍

ବାଲେଶ୍ୱର/କଟକ ୨୫/୦୭: ଆଜି ସକାଳେ ସିମୁଳିଆରେ ହାଇଦର୍‌ ଏନ୍‌କାଉଣ୍ଟର ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଛାନ୍‌ଭିନ୍‌ କରିଥିଲା। ସିମୁଳିଆର ୧୬ନଂ ଜାତୀୟ ରାଜପଥ ଥାନା ଠାରୁ ପାଞ୍ଚସହ ମିଟର ଦୂର ଏହି ଟିମ୍ ଘାସ ଭିତରୁ ଖୋଜି ୨ଟି ଗୁଳି ଠାବ କରିଛି । ବାଲେଶ୍ୱର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ଓ ଡିସିପି ପ୍ରମୋଦ ରଥ ସାଇଣ୍ଟିଫିକ୍‌ ଟିମ୍‌ଙ୍କ ସହାୟତାରେ ୨ଟି ଗୁଳି ଜବତ କରିଛନ୍ତି ।

ପୁଲିସ ଦେଇଥିବା ସୂଚନା ଅନୁସାରେ, ହାଇଦର୍‌କୁ ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ତାକୁ ନିଆଯାଉଥିବା ପୁଲିସ ଭ୍ୟାନ୍‌ରେ ଥିଲେ ଇନ୍‌ସ୍‌ପେକ୍ଟର ଗଙ୍ଗାଧର ଶାସେନି, ଏସ୍‌ଆଇ ଅସିତ୍‌ ଜେନାଙ୍କ ସମେତ ଏକ ସେକ୍ସନ ପୁଲିସ ଫୋର୍ସ । ଅପରାହ୍ନ ପ୍ରାୟ ୧ଟା ବେଳେ ଏସକର୍ଟ ଗାଡ଼ି ଚୌଦ୍ୱାର ଜେଲ୍‌ରୁ ହାଇଦର୍‌କୁ ଧରି ବାରିପଦା ଅଭିମୁଖେ ବାହାରିଥିଲା । ଦିନ ୩ଟା ୨୦ ମିନିଟ୍‌ ସମୟରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ନିକଟରେ ପୁଲିସ ଗାଡ଼ି ପହଞ୍ଚିବା ବେଳକୁ ପରିସ୍ରା କରିବା କଥା କହି ଗାଡ଼ି ଅଟକାଇବାକୁ ପୁଲିସ୍‌ ଟିମ୍‌କୁ କହିଥିଲା ହାଇଦର୍‌ । ପୁଲିସ୍‌ ତାକୁ ପରିସ୍ରା ଯିବାକୁ ଅନୁମତି ଦେଇଥିଲା । ତେବେ ଗାଡ଼ି ଅଟକିବା କ୍ଷଣି ସେ ତଳକୁ ଓହ୍ଲାଇବା ବେଳେ ହଠାତ୍‌ ଜଣେ ପୁଲିସ୍‌ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହେବାକୁ ଚେଷ୍ଟା କରିଥିଲା । ଏହି ସମୟରେ ପୁଲିସ ଓ ହାଇଦର୍‌ ଭିତରେ କିଛି ସମୟ ପାଇଁ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଫେରାର୍‌ ହେବା ଉଦ୍ୟମରୁ ନିବୃତ୍ତ ରହିବା ପାଇଁ ପୂରା ପୁଲିସ ଟିମ୍‌ ତାକୁ ଚେତାବନୀ ମଧ୍ୟ ଦେଇଥିଲା । ମାତ୍ର ସେ ଜବରଦସ୍ତ ବନ୍ଧୁକ ଛଡ଼ାଇ ନେବା ପରେ ପୁଲିସ ଟିମ୍‌ର ସୁରକ୍ଷା ଦୃଷ୍ଟିରୁ ସେଠାରେ ଥିବା ଏସ୍‌ଆଇ ବାଧ୍ୟ ହୋଇ ଏନ୍‌କାଉଣ୍ଟର୍‌ କରିଥିଲେ ।

ଏନ୍‌କାଉଣ୍ଟର୍‌ ବେଳେ ପୁଲିସ୍‌ର ୪ଟି ଗୁଳି ହାଇଦର୍‌ର ବାମ ହାତ, ଛାତିରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାକୁ ଅପରାହ୍ନ ସାଢ଼େ ୪ଟାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତା’ର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ହାଇଦର୍‌ର ମୃତଦେହ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାୟ ୨ ଘଣ୍ଟା ରହିଥିଲା । ସନ୍ଧ୍ୟା ପ୍ରାୟ ୬ଟା ୨୪ ମିନିଟ୍‌ରେ ଏଡିଏମ୍‌ଓ ମୃତ୍ୟୁଞ୍ଜୟ ମିଶ୍ର ତାକୁ ମୃତ ବୋଲି ଘୋଷଣା କରିଥିଲେ । ରବିବାର ଦିନ ତା’ର ଶବ ବ୍ୟବଚ୍ଛେଦ ହେବ । ପରେ ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.