PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

‘ପୁଲିସ ମୋ ବାପାଙ୍କୁ ଗୁଳି କରି ହତ୍ୟା କରିଛି.. ଆମକୁ ବି ମାରିଦେବ’: ହାଇଦର୍‌ର ପୁଅ

କେନ୍ଦ୍ରାପଡ଼ା ୨୫/୦୭: ମୋ ବାପା ମରିଛନ୍ତି ବୋଲି ଯାହା ଜାଣିଛୁ, ଟିଭିରୁ ଦେଖି ଜାଣିଛୁ । ପୁଲିସ ଅବା ପ୍ରଶାସନ ଆମକୁ ଏଯାଏ ଖବର ଦେଇନାହାନ୍ତି । ବାପାଙ୍କୁ ଯେତେବେଳେ ଚୌଦ୍ୱାର ଜେଲ୍‌ରୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଗଲା, ଆମେ କେହି ଜାଣି ନଥିଲୁ । ଏନ୍‌କାଉଣ୍ଟରରେ ତାଙ୍କର ମୃତ୍ୟୁ ହେଲା ପରେ ଆମେ ଟିଭି ଦେଖି ଜାଣିଲୁ ବୋଲି ଗ୍ୟାଙ୍ଗ୍‌ଷ୍ଟର ହାଇଦରର ମଝିଆ ପୁଅ ସେକ୍‌ ଚୁନେଇ କହିଛନ୍ତି ।

ସେ କହିଛନ୍ତି ଯେ, ମୋ ବାପାଙ୍କୁ ଜିରୋ ପଏଣ୍ଟରୁ ଗୁଳି କରି ହତ୍ୟା କରାଯାଇଛି । ବାପା ୧୬ ବର୍ଷ ଜେଲ୍‌ରେ ଥିବା ବେଳେ ଏସ୍‌ସିବି ମେଡିକାଲରୁ ଫେରାର ହୋଇଥିଲେ ବୋଲି ଯେଉଁ ଅଭିଯୋଗ ହେଲା, ତାହା ମିଛ ଥିଲା । ତାଙ୍କୁ ଫେରାର ହେବାକୁ ପୁଲିସ ବାଧ୍ୟ କରିଥିଲା । ଆଉ ତାଙ୍କୁ ହାଇଦ୍ରାବାଦରୁ ଧରିବା କଥା ବି ମିଛ । ସେଇ ମେଡିକାଲରୁ ଧରି ପୁଲିସ ହାଇଦ୍ରାବାଦ୍‌ରୁ ଧରା ପଡ଼ିଥିବା କହିଲା ବୋଲି ଚୁନେଇ ଅଭିଯୋଗ କରିଛନ୍ତି ।

ବାପାଙ୍କୁ ପୁଲିସ ଧରିବା ପରେ ଆମ ଘରକୁ କମିସନରେଟ ପୁଲିସ ଆସିଥିଲା । ସେତେବେଳେ ପୁଲିସ କହିଥିଲା ବାପାଙ୍କୁ ୩/୪ ମାସ ମଧ୍ୟରେ ମାରିଦେବ । ଆମ ୩ ଭାଇଙ୍କୁ ମଧ୍ୟ ମାରିଦେବ ବୋଲି ପୁଲିସ ଧମକ ଦେଇ ଯାଇଥିବା ଚୁନେଇ କହିଛନ୍ତି । ଚୁନେଇଙ୍କ ଏଭଳି ଅଭିଯୋଗ ସଂପର୍କରେ କମିସନରେଟ୍‌ ପୁଲିସର ପ୍ରତିକ୍ରିୟା ମିଳି ପାରି ନାହିଁ ।