PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ହାଇଦ୍ରାବାଦରେ ପୁଣି ଦୁଷ୍କର୍ମ : ସାହାଯ୍ୟ କରିବା ବାହାନାରେ ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ଦୁଷ୍କର୍ମ କଲା ଅଟୋ ଚାଳକ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ହାଇଦ୍ରାବାଦ ୧୪।୧୨: ହାଇଦ୍ରାବାଦରେ ଦିଶା ଗଣଦୁଷ୍କର୍ମକୁ ପୁରୁନି ମାସେ। ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖିନଥିବାବେଳେ ଗୁମୁରି ଗୁମୁରି ଆଜି ବି କାନ୍ଦୁଛନ୍ତି ସେମାନେ। ପୋଲିସ ସିନା ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଲା କିନ୍ତୁ ସେହି ସମାନ ଅବସ୍ଥା ପୁଣି ଥରେ ଦେଖିବାକୁ ମିଳିଲା ହାଇଦ୍ରାବଦରେ। ।

ଆଜି ପୁଣି ଏକ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଛି। ଏହି ଘଟଣା ଡିସେମ୍ବର ୮ ତାରିଖ ରାତିରେ ହୋଇଥିଲା। ମିଳିଥିବା ସୂଚନାନୁସାରେ,  ପୀଡ଼ିତା ନିଜର ୧୦ ବର୍ଷ ବୟସ୍କା ସାନ ଭଉଣୀଙ୍କ ସହ ଜେଜେମାଙ୍କ ଘରକୁ ଯାଉଥିଲେ। ଏହି ସମୟରେ ସେମାନେ ରାସ୍ତା ଭୁଲିଯାଇଥିଲେ। ସେହି ସମୟରେ ଅଭିଯୁକ୍ତର ଭାଇ ମଧ୍ୟ ସେମାନଙ୍କୁ ଦେଖିଥିଲା। ଅଭିଯୁକ୍ତର ଭାଇ ମଧ୍ୟ ଜଣେ ଅଟୋ ଚାଳକ। ରାସ୍ତା ବତାଇଦେବ କହି ସେହି ଦୁଇ ଭଉଣୀଙ୍କୁ ଅଟୋ ଚାଳକ ଅଟୋରେ ବସାଇ ନିଜ ଘରକୁ ନେଇଆସିଥିଲା। ସେହି ସମୟରେ ଅଟୋ ଚାଳକର ମା’ ଦେଖି ଦେଇଥିଲେ। ଆଉ ସେ ତାଙ୍କ ସାନ ପୁଅକୁ କହିଥିଲେ ସେହି ଦୁଇ ଭଉଣୀଙ୍କୁ ଘରେ ଛାଡ଼ି ଦେବା ସାଙ୍ଗରେ ପଠାଇଲେ।  

କିନ୍ତୁ ସେହି ଅଟୋ ଚାଳକ ଘରକୁ ନ ନେଇ ନାମପଲ୍ଲୀରl ଥିବା ଏକ ଲଜକୁ ଦୁଇ ଭଉଣୀଙ୍କୁ ନେଇ ଯାଇଥିଲା। ସାନ ଭଉଣୀ ଶୋଇ ପଡ଼ିବା ସମୟରେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିବା ଦୁଇ ଭଉଣୀଙ୍କୁ ଫଲକନୁମା ରେଲଓ୍ବେ ଷ୍ଟେସନରେ ଛାଡ଼ି ସେ ଫେରାର୍ ହୋଇଯାଇଛି। ଏହାପରେ ପୀଡ଼ିତା ଜଣକ ସମ୍ପର୍କୀୟଙ୍କୁ ଫୋନ୍ କରିଥିଲା। ଏହାପରେ ସମ୍ପର୍କୀୟ ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦୁଇ ଅଟୋ ଚାଳକଙ୍କ ନାଁରେ ମାମଲା ରୁଜୁ କରିଛି। ବର୍ତ୍ତମାନ ତଦନ୍ତ ଚାଳିଛି। ଏବେ ସୁଦ୍ଧା ଦୁଇ ଜଣ ଫେରାର୍ ଅଛନ୍ତି ବୋଲି ପୋଲିସ ସୂଚନା ଦେଇଛି।

ତେବେ ପ୍ରଶ୍ନ ଉଠୁଛି ଦିଶା ଗଣଦୁଷ୍କର୍ମକୁ ମାସେ ନ ପୁରୁଣୁ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଉଠୁଛି। ଦିଶା ଗଣଦୁଷ୍କର୍ମକୁ ନେଇ ଏବେ ବି ଲୋକଙ୍କ ମନରେ ନିଆଁ ଜଳୁଛି। ତେବେ ଏହି ଘଟଣାରେ ପୋଲିସ ଉପରକୁ ପୁଣି ଆଙ୍ଗୁଳି ଉଠିଛି।