PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

କରୋନା : ଭାରତ ବାୟୋଟେକ୍‌ ଆରମ୍ଭ କଲା Nasal ଭାକ୍‌ସିନ୍‌ ଟ୍ରାଏଲ୍‌, ସର୍ଟଲିଷ୍ଟରେ ୧୦ଜଣ ଲୋକ

https://www.aajtak.in/

ହାଇଦ୍ରାବାଦ – କରୋନା ଭାଇରସ ବିରୁଦ୍ଧରେ ଦେଶରେ ଭାକ୍‌ସିନେସନର କାମ ଜାରି ରହିଛି । ଏବେ ଏହି ମିଶନରେ ଆଉ ଏକ ସଫଳତା ମିଳିଛି । ହାଇଦ୍ରାବାଦ୍‌ ସ୍ଥିତ ଭାରତ ବାୟୋଟେକ୍‌ କମ୍ପାନୀ ନାସାଲ ଭାକ୍‌ସିନ୍‌ର ଟ୍ରାଏଲ୍‌ ଆରମ୍ଭ କରିଦେଇଛନ୍ତି । ଏହି ଭାକ୍‌ସିନ୍‌ ମାଧ୍ୟମରେ  ନାକ ଦ୍ୱାରା ଡୋଜ୍‌ ଦିଆଯିବ, ଯାହାକି କରୋନାକୁ ମାତ୍‌ ଦେବାରେ ପ୍ରଭାବଶାଳୀ ହୋଇପାରେ।

ବର୍ଷର ଆରମ୍ଭରେ ହିଁ ଭାରତ ବାୟୋଟେକ୍‌ ଫେଜ୍‌ ୧ ଟ୍ରାଏଲ୍ ପାଇଁ ମଞ୍ଜୁରୀ ମାଗିଥିଲା । ଯାହାକୁ ଡ୍ରଗ୍‌ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ପକ୍ଷରୁ ମଞ୍ଜୁର କରି ଦିଆଯାଇଥିଲା। ଏବେ ଏହି ସପ୍ତାହର ଆରମ୍ଭରେ ହାଇଦ୍ରାବାଦର ଏକ ହସ୍ପିଟାଲରେ ଇଣ୍ଟ୍ରାନାସାଲ ଭାକ୍‌ସିନ୍‌ ( BBV154) ଟ୍ରାଏଲ୍‌ ଆରମ୍ଭ କରିଦିଆଯାଇଛି। ଏହି ଟ୍ରାଏଲ୍‌ ପାଇଁ ୧୦ଜଣ ଲୋକଙ୍କୁ ସର୍ଟଲିଷ୍ଟ୍‌ କରାଯାଇଛି । ୨ଜଣ ଲୋକଙ୍କୁ ଭାକ୍‌ସିନ୍‌ ଦିଆଯାଇ ସାରିଛି। ଭାରତ ବାୟୋଟେକ୍‌ ମୁତାବିକ୍‌ , ଯେଉଁ ଦୁଇ ଜଣ ଲୋକଙ୍କୁ ଭାକ୍‌ସିନ୍‌ ଦିଆଯାଇଛି, ସେମାନେ ପୂରା ସୁସ୍ଥ ଅଛନ୍ତି ।

ଉଲ୍ଲେଖନୀୟ ଯେ, ଯଦି ନାସାଲ ଭାକ୍‌ସିନ୍‌ର ଟ୍ରାଏଲ ପୂରା ସଫଳ ହୁଏ , ଏହାକୁ ବ୍ୟବହାର ପାଇଁ ଅନୁମତି ମିଳିପାରେ। ଆଉ ଏହା କରୋନା ଭାଇରସର ବିପଦରୁ ରକ୍ଷା କରିବା ପାଇଁ ଖୁବ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହେବ। କାରଣ ଏହି ଭାକ୍‌ସିନ୍‌ ନାକରେ ଦିଆଯାଏ । ଯାହାକି ଅଧିକ ଫଳପ୍ରଦ ହେବାର ଆଶା ରହିଛି। ଭାରତ ବାୟୋଟେକ୍‌  ମାଧ୍ୟମରେ  ତିଆରି କରାଯାଇଥିବା ଏହି କରୋ-ଫ୍ଲୁ ମାଧ୍ୟମରେ କେବଳ ଏକ ଡ୍ରପ୍‌ରେ ହିଁ କାମ ହୋଇଯିବ ।