
ନୂଆଦିଲ୍ଲୀ,୩୦।୧୧: ହାଇଦ୍ରାବାଦେର ପଶୁ ଚିକିତ୍ସକ ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏହି ସମୟରେ ଉତ୍ୟକ୍ତ ଲୋକମାନେ ବିରୋଧ ପ୍ରଦର୍ଶନ କରିବା କାରଣରୁ ପୋଲିସ ଅଭିଯୁକ୍ତଙ୍କୁ କୋର୍ଟ ନେଇ ପାରିନଥିଲା। ଏହି ଅଭିଯୁକ୍ତମାନେ ପୋଲିସ ଷ୍ଟେସନରେ ଭିଡିଓ କନଫ୍ରେନ୍ସ ଜରିଆରେ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର ହୋଇଥିଲେ। ୪ ଅଭିଯୁକ୍ତ ମହମ୍ମଦ ଅରିଫ, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଓ ଚିନ୍ତାକୁଣ୍ଟା ଚେନ୍ନା କେଶାବାଲୁଙ୍କୁ ଶନିବାର ପୋଲିସ କୋର୍ଟରେ ହାଜର ହୋଇଥିଲେ।ରଙ୍ଗା ରେଡ୍ଡୀ କୋର୍ଟ ସେମାନଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଚଞ୍ଚଲଗୁଡା ଜେଲକୁ ନେଇଯାଇଛି।

ଜୀବନ ପ୍ରତି ବିପଦ ଥିବା ଆଶଙ୍କାରେ ପୋଲିସ ସେମାନଙ୍କୁ ଚଞ୍ଚଲଗୁଡା ଜେଲ ନେଇଥିବା ବେଳେ ଆଜି ଅନ୍ୟପକ୍ଷେ ଶାଦନଗର ଥାନାରେ ବିକ୍ଷୋଭକାରୀ କରିଛନ୍ତି ତୁମୁଳକାଣ୍ଡ । ଅଭିଯୁକ୍ତମାନେ ଥାନାରେ ଥିବା ଜାଣିବା ପରେ ଶହ-ଶହ ଲୋକ ଏକାଠି ହୋଇ ଥାନା ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଉତ୍ୟକ୍ତ ଲୋକମାନେ ପୋଲିସକୁ ଜୋତା ଚପଲ ମାଡ କରିଥିଲେ। ଅଭିଯୁକ୍ତଙ୍କୁ ଥାନା ଭିତରେ ପଶି ଲୋକମାନେ ଉଠାଇ ନେବାକୁ ଉଦ୍ୟମ କରିଥିଲେ। ଉତ୍ତେଜନା ବଢିବାର ଦେଖି ପୋଲିସ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାଳନା କରିଥିଲା।

ଅନ୍ୟପକ୍ଷେ ମହିଳା କମିଶନ ଏହି ମାମଲାରେ କର୍ତ୍ତବ୍ୟରେ ଅବହେଳା କରିଥିବା ପୋଲିସଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମହିଳା କମିଶନର କହିବା ଅନୁସାରେ ଯଦି ଏହି ମାମଲାରେ ପୋଲିସ ତୁରନ୍ତ ଗମ୍ଭୀରତା ଦେଖାଏ ନାହିଁ ତେବେ ଏଭଳି ବଡ ଘଟଣା ହୋଇନଥାନ୍ତା। ପୋଲିସର କହିବା ଅନୁସାରେ, ଅଭିଯୁକ୍ତମାନେ ମାତ୍ର ୧ ଘଣ୍ଟା ଭିତରେ ଏଭଳି ଘଟଣା ଘଟାଇଥିଲେ। ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କ ବୟସ ୨୦ରୁ ୨୬ ବର୍ଷ ଭିତରେ ରହିଛି।