ବିଜେପିକୁ ଓବେସୀଙ୍କ କଡାପ୍ରଶ୍ନ, ବିଜେପି ଶାସିତ ୪ ରାଜ୍ୟରେ କାହିଁକି ନାହାନ୍ତି ଜଣେ ହେଲେ ମୁସଲିମ ମନ୍ତ୍ରୀ ?

ହାଇଦ୍ରାବାଦ: ହାଇଦ୍ରାବାଦ ନଗର ନିଗମ ନିର୍ବାଚନରେ ଏଆଇଏମଆଇଏମ ଏବଂ ବିଜେପି ମଧ୍ୟରେ ରାଜନୀତି ସରଗରମ ହୋଇଛି । ଏବେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଧିନ ଓବେସୀ ରାଜ୍ୟ ସରକାରରେ ମୁସଲିମ ପ୍ରତିନିଧିତ୍ବ ଉପରେ ପ୍ରସଙ୍ଗ ଉଠାଇଛନ୍ତି । ଓବେସୀ ପ୍ରଶ୍ନ କରିଛନ୍ତି କି ଚାରୋଟି ବିଜେପି ଶାସିତ ରାଜ୍ୟରେ କାହିଁକି ମୁସଲିମ ମନ୍ତ୍ରୀ ନାହାନ୍ତି ?

ଅସଦୁଦ୍ଧିନ ଓବେସୀ କହିଛନ୍ତି କି ଏମିତି ୧୦ ରାଜ୍ୟ ରହିଛି ଯେଉଁଠି ୮୦ ପ୍ରତିଶତରୁ ଅଧିକ ମୁସଲିମ ରହିଛନ୍ତି । ଏହି ରାଜ୍ୟ ଭିତରୁ ୪ଟି ରାଜ୍ୟରେ( ସମସ୍ତ ବିଜେପି ଶାସିତ) ଜଣେ ବି ହେଲେ ମୁସଲିମ ମନ୍ତ୍ରୀ ନାହାନ୍ତି । ୨୦୧୪ ପୂର୍ବରୁ ଏହି ୧୦  ରାଜ୍ୟରେ ମୁସଲିମ ମନ୍ତ୍ରୀଙ୍କ ସଂଖ୍ୟା ପାଖାପାଖି ଅଧା ରହିଥିଲା । ଭାରତର ୧୪ ପ୍ରତିଶତ ଜନସଂଖ୍ୟାର କେବଳ ୩.୯୩ ପ୍ରତିଶତ ରାଜ୍ୟ ସରକାରରେ ଅଛନ୍ତି ।

ଏହାପୂର୍ବରୁ ଆସାଦୁଦ୍ଦିନ ଓୱାଇସି କହିଥିଲେ ଯେ ଯଦି ପାକିସ୍ତାନୀ ମାନେ ଏହି ପୁରୁଣା ସହରରେ ରହିଛନ୍ତି , ତେବେ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହା ମିଛ କହୁଛନ୍ତି । ଏହା ହେଉଛି ସେମାନଙ୍କର ବିଫଳତା, ଯେତେବେଳେ ପାକିସ୍ତାନୀ ମାନେ ଏଠାକୁ ପ୍ରବେଶ କଲେ ସେମାନେ କଣ ଶୋଇଥିଲେ କି ? ମୁଁ କହି ନ ଥିଲି, ମୁଁ ଜାଣେ ନାହିଁ ।  ଯଦି ଆପଣ ଜାଣନ୍ତି, ଆସନ୍ତାକାଲି ପର୍ଯ୍ୟନ୍ତ ଏହି ପୁରୁଣା ସହରରେ ରହୁଥିବା ୧୦୦ ପାକିସ୍ତାନୀଙ୍କ ନାମ ପ୍ରକାଶ କରନ୍ତୁ ।

ଏଠାରେ ସୂଚନା ଥାଉକି ହାଇଦ୍ରାବାଦ ନଗର ନିଗମ ନିର୍ବାଚନ ପାଇଁ ବିଜେପିର ରାଷ୍ଟ୍ରୀୟ ସ୍ତରର ନେତା ସେଠାରେ ପ୍ରଚାର ପାଇଁ ପହଞ୍ଚୁଛନ୍ତି । ଅମିତ ଶାହଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟି ଫୁଲ ଫେର୍ସ ସହ ନିର୍ବାଚନକୁ ଓହ୍ଲାଇଛି ।