PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ହାଇଦ୍ରାବାଦ ଏନକାଉଣ୍ଟର ଶୁଣାଣି ସୁପ୍ରିମ୍‌କୋର୍ଟରେ ଆରମ୍ଭ

ନୂଆଦିଲ୍ଲୀ ୧୨/୧୨: ଆଜି ହାଇଦ୍ରାବାଦ ଏନକାଉଣ୍ଟର ଶୁଣାଣି ସୁପ୍ରିମ୍‌କୋର୍ଟରେ ଆରମ୍ଭ ହୋଇଛି। ଚଳିତ ମାସ ୬ ତାରିଖରେ ହାଇଦ୍ରବାଦରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଗଣଦୁଷ୍କର୍କକାରୀ ଅଭିଯୁକ୍ତଙ୍କୁ ହତ୍ୟା କରାଯିବା ଘଟଣାର ତଦନ୍ତ ଏବେ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି କରିବେ । ସୁପ୍ରିମକୋର୍ଟ ବୁଧବାର ଏହି ସୂଚନା ଦେଇଛନ୍ତି ଏବଂ ତଦନ୍ତ ପାଇଁ କେଉଁ ବିଚାରପତିଙ୍କୁ ନିଯୁକ୍ତି ଦିଆଯିବ, ତାଙ୍କର ନାମ ସୁପାରିଶ କରିବା ପାଇଁ ବିଭିନ୍ନ ପକ୍ଷଙ୍କୁ କହିଛନ୍ତି । ପ୍ରଧାନ ବିଚାରପତି ଏସ ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତ ଏହି ତଦନ୍ତର ତତ୍ତ୍ୱାବଧାନ କରିବେ ।

ଓକିଲ ଜି ଏସ ମଣିଙ୍କ ଦ୍ୱାରା ଦାୟର କରାଯାଇଥିବା ଏହି ଆବେଦନରେ ଦର୍ଶାଯାଇଥିଲା କି ହାଇଦ୍ରାବାଦ ପୁଲିସ ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି । କେବଳ ନିଜ ଦୋଷ ଘୋଡାଇବା ପାଇଁ ଏବଂ ଏହା ଉପରୁ ସାଧାରଣ ଲୋକଙ୍କ ଧ୍ୟାନ ହଟାଇବାକୁ ପୁଲିସ ଏଭଳି ଏନକାଉଣ୍ଟର କରାଇଛି । ଏହା ଏକ ଯୋଜନାବଦ୍ଧ ଏବଂ ନକଲି ଏନକାଉଣ୍ଟର ଅଟେ । ସେ ମଧ୍ୟ ହାଇଦ୍ରବାଦ ଏନକାଉଣ୍ଟର ଘଟଣା ଏବଂ ଏଥିରେ ସେଠାକାର କମିଶନର ଭି ସି ସଜନାରଙ୍କ ଭୂମିକାର ଯାଞ୍ଚ ସିବିଆଇ କିମ୍ବା ଏସଆଇଟି କିମ୍ବା ବିଚାର ବିଭାଗୀୟ କମିଶନଙ୍କ ଦ୍ୱାରା କରାଇବାକୁ ଦାବି କରିଥିଲେ।

ଅନ୍ୟପଟରେ, ହାଇଦ୍ରାବାଦ ପୁଲିସ କମିଶନର ସଜନାର ମଙ୍ଗଳବାର ଏହି ଘଟଣାର ଯାଞ୍ଚ କରୁଥିବା ସାତ ଜଣିଆ ଏନଏଚଆରସି (ରାଷ୍ଟ୍ରୀୟ ମାନବାଧିକାର ଆୟୋଗ) ଦଳ ଆଗରେ ହାଜର ହୋଇଥିଲେ ଏବଂ ଏନକାଉଣ୍ଟର ସମ୍ପର୍କରେ ପୁଲିସର ପକ୍ଷ ରଖିଥିଲେ । ଏନଏଚଆରସି ଟିମ୍‌ ଗଣବଳାତ୍କାର ଓ ହତ୍ୟାର ଶିକାର ଯୁବତୀଙ୍କ ପରିବାର ସଦସ୍ୟ ଏବଂ ଏନକାଉଣ୍ଟରରେ ନିହତ ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିବା ସହିତ ଘଟଣାସ୍ଥଳ ପରିଦର୍ଶନ କରିଥିଲା । ଟିମ୍‌ର ସଦସ୍ୟମାନେ ମଧ୍ୟ ଅଭିଯୁକ୍ତମାନଙ୍କ ମୃତଦେହ ନିରୀକ୍ଷଣ କରିଥିଲେ ।

ଆଉ ଏକ ଘଟଣାକ୍ରମରେ, ହାଇଦ୍ରାବାଦ ଏନକାଉଣ୍ଟରରେ ନିହତ ୪ ଅଭିଯୁକ୍ତଙ୍କ ମୃତଦେହକୁ ମଙ୍ଗଳବାର ମେହବୁବନଗର ଜିଲା ହସ୍ପିଟାଲରୁ ହାଇଦ୍ରାବାଦ ସ୍ଥିତ ଗାନ୍ଧୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେଲଙ୍ଗାନା ହାଇକୋର୍ଟ ମୃତଦେହଗୁଡିକୁ ଚଳିତ ମାସ ୧୩ ତାରିଖ ଯାଏଁ ସଂରକ୍ଷିତ କରି ରଖିବାକୁ ନିର୍ଦ୍ଦେଶ ଦେଇଥିବାରୁ ଏପରି କରାଯାଇଛି ।

ସମ୍ବନ୍ଧିତ ଖବର