PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲା: ମହିଳା ଡାକ୍ତରଙ୍କ ମୃତଦେହର ଆସିଲା ଡିଏନଏ ରିପୋର୍ଟ, ଜଣାପଡିଲା ଏହି ବଡ କଥା

ହାଇଦ୍ରାବାଦ,୧୩।୧୨: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ସାରା ଦେଶକୁ ଦୋହଲାଇ ଦେଇଥିଲା।  ଗଣଦୁଷ୍କର୍ମ ପରେ ଅଭିଯୁକ୍ତମାନେ ତାଙ୍କୁ ଜୀଅନ୍ତା ଅବସ୍ଥାରେ ନିଆଁ ଲଗାଇ ପୋଡି ଦେଇଥିଲେ। ଘଟଣାର ୯ ଦିନ ଭିତରେ ଅଭିଯୁକ୍ତମାନେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଥିଲେ।  ଅଭିଯୁକ୍ତଙ୍କ ପୋଲିସ ଏନକାଉଣ୍ଟରକୁ ନେଇ ବହୁ ପ୍ରଶ୍ନ ଉଠିଥିଲା। କିନ୍ତୁ ଏବେ ଏହି ମାମଲାରେ ମହିଳା ଡାକ୍ତରଙ୍କର ଜଳି ଯାଇଥିବା ମୃତଦେହର ଡିଏନଏନ ଟେଷ୍ଟ ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ ଏହି ଡିଏନଏ ଡାକ୍ତରଙ୍କ ପରିବାର ଲୋକଙ୍କ ସହିତ ମ୍ୟାଚ୍ କରିଛି।

ଗୁରୁବାର ମହିଳା ଡାକ୍ତରଙ୍କ ଡିଏନଏ ରିପୋର୍ଟ ଆସିଥିଲା। ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଯାଇଛି ଯେ, ପୋଡା ଯାଇଥିବା ମୃତଦେହ ମହିଳା ଡାକ୍ତରଙ୍କର ହିଁ ଥିଲା। ଏହା ସହିତ  ଘଟଣାସ୍ଥଳରେ ମିଳିଥିବା ସେମିନଲ ଦାଗ ୪ଜଣ ଅଭିଯୁକ୍ତର ବୋଲି ଜଣାପଡିଛି। ମହିଳା ଡାକ୍ତରଙ୍କ ଶରୀରର ହାଡର ଡିଏନଏ ଟେଷ୍ଟ କରାଯାଇଥିଲା। ଏହା ସହିତ ପୀଡିତାଙ୍କ କପଡାରୁ ସେମିନଲ ସାମ୍ପଲ ନିଆଯାଇଥିଲାହ। ତଦନ୍ତକାରୀ ଅଧିକାରୀ ଆହୁରି କିଛି ରିପୋର୍ଟର ଅପେକ୍ଷାରେ ଅଛନ୍ତି।

ଉଲ୍ଲେଖନୀୟ ଯେ, ସାଇବରାବାଦ ଟୋଲ ପ୍ଲାଜା ପାଖରେ ଜଣେ ମହିଳାଙ୍କର ଅଧାପୋଡା ମୃତଦେହ ମିଳିଥିଲା। ପରେ  ମହିଳା ଜଣକ ଜଣେ ଭେଟନାରୀ ଡାକ୍ତର ବୋଲି ଜଣାପଡିଥିଲା। ପୋଲିସର କହିବା ଅନୁସାରେ, ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ ପେଟ୍ରୋଲ ପକାଇ ଜାଳିଦେଇଥିଲେ ଅଭିଯୁକ୍ତ। ଏହି ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତ ମହମ୍ମଦ ପାଶା, ନବୀନ, ଚିନ୍ତାକୁନ୍ତା କେଶାବୁଲୁ ଓ ଶିବାକୁ ପୋଲିସ ଗିରଫ କରିଥିଲା। ଏହାପରେ ଘଟଣାସ୍ଥଳକୁ ଯାଞ୍ଚ ସମୟ​‌ରେ ଆଣିବା ବେଳେ ସେମାନେ ଖସି ଯିବାକୁ ଚେଷ୍ଟା କରିବା ସମୟରେ ପୋଲିସ ଏନକାଉଣ୍ଟରରେ ୪ ଜଣଙ୍କୁ ମାରିଥିଲା।  ଏହି ଏନକାଉଣ୍ଟରେ ପୋଲିସ କାର୍ଯ୍ୟକୁ ସନ୍ଦେହ ଘେରରେ ନେଇ ନେଇ ସୁପ୍ରିମକୋର୍ଟରେ ଶୁଣାଣି କରିବା ନେଇ ଆବେଦନ ହୋଇଥିଲା। ସୁପ୍ରିମକୋର୍ଟ ଏହାର ତଦନ୍ତ ପାଇଁ ୩ ଜଣିଆ ସଦସ୍ୟ ବିଶିଷ୍ଟ ଏକ ଯାଞ୍ଚ କମିଟି ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର