ବିକୃତ ମାନସିକତା: ପୋର୍ନ ସାଇଟରେ ହାଇଦ୍ରାବାଦ ପୀଡିତାଙ୍କ ଭିଡିଓ ସର୍ଚ୍ଚ କରୁଛନ୍ତି ଲୋକେ

ହାଇଦ୍ରାବାଦ,୨।୧୨: ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ମାମଲାରେ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଲୋକମାନେ ଏବେ ରାସ୍ତା ଉପରକୁ ଓହ୍ଲାଇଛନ୍ତି। ତେବେ ଅନ୍ୟପକ୍ଷେ ଆଉ ଏକ ଲଜ୍ବାଜନକ ପରିସ୍ଥିତି ଦେଖିବାକୁ ମିଳିଛି। ଯାହାକୁ ଜାଣିବା ପରେ ସମସ୍ତଙ୍କର ମୁଣ୍ଡ ଲାଜରେ ନଇଁଯିବ। ହାଇଦ୍ରାବାଦ ପୀଡିତାଙ୍କ ନାମ ଏବେ ପୋର୍ନ ସାଇଟରେ ଟପ୍ ଟ୍ରେଣ୍ଡରେ ରହିଛି।

ବିଶ୍ବର ଟପ୍ ୧୦୦ ପୋର୍ନ ଓ୍ବେବସାଇଟରେ ସାମିଲ ଏକ ସାଇଟର ଟପ୍ ଟ୍ରେଣ୍ଡ ଥିବା ସେକ୍ସନରେ ହାଇଦ୍ରାବାସ ପୀଡିତାଙ୍କ ନାମ ସବୁଠାରୁ ଉପରେ ରହିଛି। ଏପର୍ଯ୍ୟନ୍ତ ପ୍ରାୟ ୮ ମିଲିୟନରୁ ଅଧିକ ଥର ନାମକୁ ଏହି ଓ୍ବେବସାଇଟରେ ସର୍ଚ୍ଚ କରାଯାଇ ସାରିଛି।କେବଳ ସେତିକି ନୁହେଁ, ଏହି ନାମ ଉପରେ ଓ୍ବେବସାଇଟ୍ ଉପରେ ଏଥିପାଇଁ ଟ୍ରେଣ୍ଡ କରୁଛି, କାରଣ ଯେପରିକି ଗୁଗୁଳରେ କିଛି ସର୍ଚ୍ଚ କରିବାଦ୍ବାରା ତାହା ଟପ୍ ସର୍ଚ୍ଚ ଲିଷ୍ଟରେ ଆସିଯାଇଥାଏ, ଏଭଳି ସ୍ଥିତିରେ ପୋର୍ନ ଓ୍ବେବସାଇଟରେ ମଧ୍ୟ ଟପ୍ ଟ୍ରେଣ୍ଡରେ ଆସିବାର କାରଣ ଏହା ରହିଛି। ଆମେରିକାରେ କାର୍ଯ୍ୟ କରୁଥିବା ଏକ ଆଣ୍ଟି ପର୍ଣ୍ଣୋଗ୍ରାଫି ସଂସ୍ଥା ‘ଫାଇଟ ଦ ନ୍ୟୁ ଡ୍ରଗ’ ଏଭଳି ଏକ ଖୁଲାସା କରିଛି।

ଏହା ଖୁବ୍ ଲଜ୍ଜାର କଥା, ଯେଉଁ ଝିଅର ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶ ଦୋହଲି ଯାଇଛି, ସେଭଳି ଅନ୍ୟପକ୍ଷେ ଏଭଳି ଘଟଣା ସାମନାକୁ ଆସିଛି। ବୋଧହୁଏ ଏହି ରୋଗର ମାନସିକତାର ଚିକିତ୍ସା ହେବା ସମ୍ଭବ ନୁହେଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ଯେ, ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ପ୍ରାୟ ୮ ମିଲିୟନରୁ ଅଧିକ ଥର ପୀଡିତାଙ୍କ ନାମରେ ସେହି ଓ୍ବେବସାଇଟରେ ସର୍ଚ୍ଚ କରାଯାଇ ସାରିଛି। ଓ୍ବେବସାଇଟର ଟପ୍ ଟ୍ରେଣ୍ଡ ଥିବା ସେକ୍ସନରେ ଝିଅଟିର ନାମ ସବୁଠାରୁ ଉପରେ ରହିଛି।

ଅନ୍ୟପକ୍ଷେ ଲୋକମାନେ ଅଭିଯୁକ୍ତଙ୍କୁ ଦଣ୍ଡ ଦେବାପାଇଁ ଧାରଣାରେ ବସିଥିଲେ,  ପ୍ରଦର୍ଶନ କରୁଥିଲେ। ସଂସଦରେ ବିତର୍କ ଚାଲିଥିବା ବେଳେ ଅନ୍ୟପକ୍ଷେ ପୀଡିତାଙ୍କ ନାମରେ ସେହି ସ୍ଥାନରେ ସର୍ଚ୍ଚ କରୁଛନ୍ତି, ଯାହାର ଆଲୋଚନା କରିବା ଖୁବ୍ ଲଜ୍ଜାଜନକ କଥା।

ପୀଡିତାଙ୍କ ନାମ ଓ୍ବେବସାଇଟ୍ ଉପରେ ଟପ୍ ଟ୍ରେଣ୍ଡରେ ଦେଖିବାକୁ ମିଳୁଛି, ଲୋକମାନେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରାଯାଇ ସାରିଛି। ତେବେ ଏହା ପ୍ରଥମ ଥର ପାଇଁ ହୋଇନାହିଁ, ଯେତେବେଳେ କିଛି ଲୋକ ଏଭଳି ମାନସିକତାର ଶିକାର ​ହୋଇଛନ୍ତି। ପୂର୍ବରୁ ମଧ୍ୟ ଏଭଳି ମାମଲା ଦେଖିବାକୁ ମିଳିଥିଲା, ଯେତେବେ​‌ଳେ ପୀଡିତାଙ୍କ ନାମକୁ ଲୋକ ଏଭଳି ସ୍ଥାନରେ ପକାଇ ସାରିଛନ୍ତି।

   ସମ୍ବନ୍ଧିତ ଖବର


ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଖେଳଣା ବନ୍ଧୁକ ଦେଖାଇ ଅପହରଣ, ଫୋନ କରି ମାଗିଲେ ୧୫ ଲକ୍ଷ

ଭାରତକୁ ଯୁଦ୍ଧର ଧମକ ଦେଲେ ପାକିସ୍ତାନୀ ମନ୍ତ୍ରୀ

ରାହୁଲଙ୍କ ମନ୍ତବ୍ୟକୁ ଶିବସେନାର ବିରୋଧ, ସାବରକରଙ୍କୁ ଭଗବାନ କହିଲେ ସଂଜୟ ରାଓ୍ୱତ

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା