ଶିଶୁ ଶ୍ରମିକ ଭାବେ କଟିଥିଲା ପିଲାଦିନ, ଏବେ ଦୈନିକ ୨୦୦୦ ଭୋକିଲାଙ୍କ ପେଟକୁ ଦେଉଛନ୍ତି ଆହାର

ହାଇଦ୍ରାବାଦ, ୦୩| ୧୨:  ଗୋଟିଏ ସମୟ ଥିଲା ଯେତେବେଳେ ସେ ଶିଶୁ ଥିବା ବେଳେ ଦୀର୍ଘବର୍ଷ ଧରି ଶିଶୁ ଶ୍ରମିକ ଭାବେ କାମ କରୁଥିଲେ। ଘରର ଆର୍ଥିକ ସ୍ଥିତି ଖରାପ ଥିବାରୁ ଅନ୍ୟ କିଛି ଉପାୟ ନପାଇ ସେ ଏହି ରାସ୍ତାକୁ ଆପଣାଇଥିଲେ। କିନ୍ତୁ ଆଜି ସମୟରେ ପରିବର୍ତ୍ତନ ହୋଇଛି। ଏବେ ସେ ଦୈନିକ ୨ହଜାର ଭୋକିଲା ପେଟକୁ ଖାଦ୍ୟ ଦେଉଛନ୍ତି। ଆମେ କହୁଛୁ ୨୬ ବର୍ଷିୟ ହାଇଦ୍ରାବାଦର ଯୁବକ ମାଲ୍ଲେଶ୍ୱର ରାଓଙ୍କ କଥା।

ଯେତବେଳେ ସେ ଛୋଟ ପିଲା ଥିଲେ, ତାଙ୍କ ପରିବାରର ଆର୍ଥିକ ସ୍ଥିତି ଅତି ଖରାପ ଥିଲା। ଏଥିପାଇଁ ତାଙ୍କର ପିଲାଦିନ ଶିଶୁ ଶ୍ରମିକ ଭାବେ କଟିଥିଲା। ସେତେବେଳେ ତାଙ୍କର ପରିବାର ନିଜାମାବାଦରେ ବାସ କରୁଥିଲେ। ଏହି ସମୟରେ ହେମଲତା ଲାବନମନାମକ ଜଣେ ସାମାଜିକ କର୍ମୀଙ୍କ ନଜର ମାଲ୍ଲେଶ୍ୱରଙ୍କ ଉପରେ ପଡିଥିଲା। ଯାହା ତାଙ୍କ ଜୀବନକୁ ବଦଳାଇ ଦେଇଥିଲା। ଏହାପରେ ମାଲ୍ଲେଶ୍ୱରଙ୍କୁ ହେମଲତା ଓ ତାଙ୍କ ପତି ସଂସ୍କାର ଆଶ୍ରମ ବିଦ୍ୟାଳୟରେ ପାଠ ପଢାଇଥିଲେ।   ସ୍କୁଲ ଶିକ୍ଷା ସମାପ୍ତ ହେବା ପରେ ସେ ଏକ ଆଶ୍ରମରେ କାମ କରୁଥିଲେ, ଯେଉଁଥାରେ ଯକ୍ଷ୍ମା ରୋଗୀଙ୍କ ସେବା କରାଯାଏ। ଏଥିରୁ ଯାହା ରୋଜଗାର ହେଉଥିଲେ ସେଥିରେ ପରିବାର ଭଲରେ ଚଳୁଥିଲା।

ଏହାପରେ ସେ ୨୦୧୨ରେ ‘ଡୋଣ୍ଟ୍ ଓ୍ୱେଷ୍ଟ୍ ଫୁଡ୍’ ନାମରେ ଏକ ସଂଗଠନ କରିଥିଲେ। ଏହାର ମୁଖ୍ୟ ଲକ୍ଷ୍ୟ ଭୋକିଲାଙ୍କ ପେଟକୁ ଆହାର ଯୋଗାଇବା ଥିଲା। ଏହା ଧିରେଧିରେ ଆଗକୁ ଯାଇଥିଲା। ସଂଗଠନର କର୍ମକର୍ତ୍ତାମାନେ ଭିନ୍ନଭିନ୍ନ ସ୍ଥାନରୁ ଖାଦ୍ୟ ଏକାଠି କରି ଗରିବ ଓ ଭୋକିଲାଙ୍କୁ ବାଂଟିଥିଲେ। ଏହି ଖାଦ୍ୟ ସବୁ ସେହିଠାରୁ ସଂଗ୍ରହ କରାଯାଉଥିଲା, ଯେଉଁଠାରେ ଅନେକ ସମୟରେ ଖାଦ୍ୟ ପଦାର୍ଥ ବଳି ପଡିବା ସହ ଫିଙ୍ଗି ଦିଆଯାଏ।

ପ୍ରଥମେ ଛୋଟରୁ ଆରମ୍ଭ ହୋଇଥିବା ଏହି ସଂଗଠନରେ ଶହଶହ ସ୍ୱେଚ୍ଛାସେବୀ କାମ କରୁଛନ୍ତି। ଏହି ଅଭିଯାନରେ ହାଇଦ୍ରାବାଦରେ ଦୈନିକ ପ୍ରାୟ ୨ହଜାର ଭୋକିଲାଙ୍କ ପେଟ ପୁରୁଛି। ପୂର୍ବରୁ ଘରଘର ବୁଲି ଖାଦ୍ୟ ସଂଗ୍ରହ କରୁଥିବା ମାଲେଶ୍ୱର ଏବେ ସୋସିଆଳ ମିଡିଆ ଜରିଆରେ ଖାଦ୍ୟ ସଂଗ୍ରହ କରୁଛନ୍ତି। ଏଥିପାଇଁ ଏକ ଫେସବୁକ୍ ଗ୍ରୁପ ମଧ୍ୟ କ୍ରିଏଟ୍ କରିଛନ୍ତି।

   ସମ୍ବନ୍ଧିତ ଖବର


ବିବାହ ଭୋଜିରେ ମାରପିଟ୍ ହେଲେ ୨ ଭିଣୋଇ, ବୁଝାଇବାକୁ ଆସି ଛେଚା ଖାଇଲା ପୋଲିସ

ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

‘ସହକାର ପ୍ରଜ୍ଞା’ କାର୍ଯ୍ୟକ୍ରମର ଉଦଘାଟନ କଲେ କେନ୍ଦ୍ର କୃଷି ମନ୍ତ୍ରୀ, ଗ୍ରାମାଞ୍ଚଳ କୃଷକଙ୍କୁ ମିଳିବ ଉପଯୁକ୍ତ ତାଲିମ

ପୁତିନ୍‌ଙ୍କ ସମ୍ପର୍କୀୟ ରୁଷ୍‌ରେ ଗଠନ କଲେ ନୂଆ ରାଜନୈତିକ ଦଳ- ନାମ ଦେଲେ ଦୁର୍ନିତୀ ମୁକ୍ତ ରୁଷ୍‌ ପାର୍ଟି

ଛେଳିପେଟରୁ ଜନ୍ମନେଲା ମାଙ୍କଡ ଭଳି ଦିଶୁଥିବା ଶାବକ, ହନୁମାନଙ୍କ ଅବତାର ଭାବି ଭକ୍ତିରେ ଲୋକମାନେ କଲେ ପୂଜାପାଠ…

ୟୁପିର କାନପୁରରେ ପ୍ରସ୍ତୁତ ହେବ ଯବାନଙ୍କ ପାଇଁ ନାଇଟ୍ ଭିଜନ ଉପକରଣ