ସାଙ୍ଗକୁ ବିଦେଶ ଯିବାକୁ ନଦେବା ପାଇଁ ବିମାନବନ୍ଦର ଉଡାଇବା ଧମକ ଦେଇ ଯୁବକ ଗିରଫ,କାରଣ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୫।୯: ରାଜୀବ ଗାନ୍ଧି ଅନ୍ତଃର୍ଜାତୀୟ ବିମାନ ବନ୍ଦରରୁ ବୋମା ପକାଇ ଉଡାଇ ଦେବାର ଧମକ ଦେବା ଅଭିଯୋଗରେ ହାଇଦ୍ରାବାଦର ସାଇବର ପୋଲିସ ଜଣେ ଏକଟେକ୍ ଛାତ୍ରକୁ ଗିରଫ କରିଛି। ଛାତ୍ରଜଣକ ବିମାନବନ୍ଦରକୁ ବୋମା ପକାଇ ଉଡାଇ ଦେବାର  ଧମକ ଦେବାର କାରଣ ଜାଣିବା ପରେ ମଧ୍ୟ ଆପଣମାନେ ଚକିତ ହୋଇଯିବେ। ଏହି ଯୁବକ ଜଣକୁ ପଚାରାଉଚରା ପରେ ଜଣାପଡିଥିଲା ସେ ନିଜର ପିଲାବେଳର ଜଣେ ସାଙ୍ଗକୁ ସୁରଟରୁ କାନାଡା ଯିବାକୁ ଦେବାକୁ ଚାହୁଁନଥିଲା। ତେଣୁ ସେ କାନାଡାର ଅଧିକାରୀଙ୍କୁ ପ୍ରଥମେ   ଗୁଜବ ଖବର ଦେଇଥିଲା। ତେବେ ସେଥିରେ ସଫଳ ହୋଇନଥିବାରୁ ସେ ନିଜର ସାଙ୍ଗ ଯାଉଥିବା ବିମାନକୁ ଶେଷ ମୁହୁର୍ତ୍ତରେ ରୋକିବା ପାଇଁ ବଡ ଧରଣର ଷଡଯନ୍ତ୍ର କରିଥିଲା। ଗିରଫ ହୋଇଥିବା ଅଭିଯୁକ୍ତ ଯୁବକର ନାଁ ହେଉଛି ଶଶିକାନ୍ତ ତାଙ୍କର ଘର ବାରଙ୍ଗଲରେ ରହିଛି।

ମିଳିଥିବା ଖବର ଅନୁସାରେ, ଯୁବକ ଜଣକ  ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତଃର୍ଜାତୀୟ ବିମାନବନ୍ଦରର କଷ୍ଟମର ସର୍ପୋଟ ଡିପାର୍ଟଣ୍ଟେକୁ ଏକ ଇମେଲ ମିଳିଥିଲା। ଯେଉଁଥିରେ ସେ ବମ୍ ବିସ୍ଫୋରଣ କରିବାର ଧମକ୍ ଦେଇଥିଲା। ଏହି ଇମେଲର ସୂଚନା ମିଳିବା ପରେ ସୁରକ୍ଷା ଅଧିକାରୀଙ୍କ ଭିତରେ ହଇଚଇ ସୃଷ୍ଟି ହୋଇଥଲା। ଗତ ମଙ୍ଗଳବାର ଏହି ମେଲ୍ ପଠାଯାଇଥିବା ବେଳେ ବୁଧବାର ବିସ୍ଫୋରଣ କରିବାର ଧମକ ଦିଆଯାଇଥିଲା। ଏଭଳି ଏକ ଧମକପୂର୍ଣ୍ଣ ମେଲ ଆସିବା ପରେ ବିମାନବନ୍ଦରର ସୁରକ୍ଷାକର୍ମୀମାନଙ୍କୁ ସତର୍କ କରିଦିଆଯାଇଥିଲା।

ଏହି ମେଲରେ ଲେଖା ହୋଇଥିଲା, ମୁଁ କାଲି(ବୁଧବାର) ବିମାନବନ୍ଦରରେ ବମ୍ ବିସ୍ଫୋରଣ କରିବାକୁ ଚାହଉଛି।’ ଏଭଳି ମେଲ୍ ମିଳିବା ପରେ ବିମାନବନ୍ଦର ଅଧିକାରୀଙ୍କ ବ୍ୟତୀତ ସିଆଇଏସଏଫ୍, ବ୍ୟୁରୋ ଅଫ୍ ସିଭିଲ ଆଭିଏସନ୍ ସିକ୍ୟୁରିଟିର ଲୋକ ମଧ୍ୟ ଯାଞ୍ଚରେ ଲାଗିଯାଇଥିଲେ। କିନ୍ତୁ ଯେତେବେଳେ ବମ୍ କଥା ମିଛ ବାହାରିଥିଲା ଲୋକମାନେ ଧମକକୁ ନକଲି ବୋଲି କହିଥିଲେ।

ତଦନ୍ତରୁ ଜଣାପଡିଥିଲା ଇମେଲ ପଠାଇଥିବା ୨୪ ବର୍ଷୀୟ ଏମଟେକ୍ ଛାତ୍ର କଟରାଜୁ ଶଶିକାନ୍ତ ନିଜର ପିଲାବେଳର ସାଙ୍ଗ ସାଇରାମ କଲେରୁ କାନାଡା ଯିବା ଘଟଣାକୁ ନେଇ ଖୁବ୍ ଚିନ୍ତାରେ ପଡିଯାଇଥିଲେ। ସେ ତାଙ୍କୁ କାନାଡା ଯିବାକୁ ନଦେବା ପାଇଁ ଏଭଳି ଏକ ବଡ ଷଡଯନ୍ତ୍ର ରଚିଥିଲେ। କାରଣ ତାଙ୍କୁ ଏହି କଥାର ଇର୍ଷା ଥିଲା ସେ ଏପର୍ଯ୍ୟନ୍ତ ବେରୋଜଗାର ଥିବା ବେଳେ ତାଙ୍କର ପିଲାବେଳର ସାଙ୍ଗ କାନାଡା ଯାଉଛନ୍ତି। ନକଲି ଇମେଲ ଦେବା ପାଇଁ ସେ ସାଇରାମଙ୍କ ଆକାଉଣ୍ଟ ବ୍ୟବହାର କରିଥିଲେ।

ଅଭିଯୁକ୍ତ ଜଣକ ନିଜର ସାଙ୍ଗକୁ କାନାଡା ଯିବାକୁ ନଦେବା ପାଇଁ ସାଇରାମଙ୍କ ଭିସା କ୍ୟାନ​‌ସେଲ କରିବା ପାଇଁ କାନାଡିୟାନ ଇମିଗ୍ରେସନ୍କୁ ଏକ ନକଲି ଇମେଲ ପଠାଇଥିଲେ। କିନ୍ତୁ ଯେତେବେଳେ ତାଙ୍କୁ ଭିସା ମିଳିଯାଇଥିଲା ସେତେବେଳେ ଅଭିଯୁକ୍ତ ଛାତ୍ରଜଣକ ନିଜର ସାଙ୍ଗକୁ ବିଦେଶ ଯିବାକୁ ନଦେବା ପାଇଁ ଏଭଳି ଏକ ଇମେଲ ପଠାଇଥିଲେ।

   ସମ୍ବନ୍ଧିତ ଖବର


ଏଥର ପୂଜା ପେଣ୍ଡାଲରେ ହେବ ‘ନୋ ଏଣ୍ଟ୍ରି ଜୋନ୍‌’, କେବଳ ଆୟୋଜକଙ୍କୁ ପ୍ରବେଶକୁ ଅନୁମତି ଦେଲେ କୋର୍ଟ

ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା