ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲା: ହାଇ ସିକ୍ୟୁରିଟି ଜେଲ୍ ଭିତରେ ଅଭିଯୁକ୍ତଙ୍କୁ ଖାଇବାକୁ ଦିଆଯାଉଛି ମଟନ

ହାଇଦ୍ରାବାଦ,୨।୧୨:  ଦିଲ୍ଲୀର ବହୁଚର୍ଚ୍ଚିତ ‘ନିର୍ଭୟା’ ଗଣଦୁଷ୍କର୍ମ ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଆଉ ଏବେ ହାଇଦ୍ରାବାଦ ଗଣଦୁଷ୍କର୍ମ ମାମଲାରେ ପୁଣିଥରେ ଦେଶବାସୀଙ୍କ ମନରେ ସେହି ପୁରୁଣା କଥା ମନେପଡିଯାଇଛି।ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ୪ ଅଭିଯୁକ୍ତ କିନ୍ତୁ ଏବେ ଜେଲ ଭିତରେ ଅଛନ୍ତି ଖୁବ୍ ସୁରକ୍ଷିତ ଭାବରେ। ହାଇସିକ୍ୟୁରିଟି ଜେଲ ଭିତରେ ତାଙ୍କୁ ଦିଆଯାଉଛି ଭିଆଇପି ଟ୍ରିଟମେଣ୍ଟ। ୪ ଜଣ ଅଭିଯୁକ୍ତଙ୍କୁ ଜେଲ ଭିତରେ ଲଞ୍ଚରେ(ମଧ୍ୟାହ୍ନ ଭୋଜନ)ରେ ଭାତ-ଡାଲି ଓ ଡିନରରେ ମଟନ ତରକାରୀ ଖାଇବାକୁ ଦିଆଯାଇଛି। ଜେଲରେ ମାନୁଆଲ ଭାବରେ ତାଙ୍କୁ ଖାଦ୍ୟ ପରସା ଯାଉଛି। ଏହି ୪ ଜଣ ଅଭିଯୁକ୍ତ ମହିଳା ପଶୁ ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ପୋଡି ଦେଇଥିଲେ।

ଏଭଳି ଏକ ଜଘନ୍ୟ ଘଟଣାପରେ ମଧ୍ୟ ଏହି ଅଭିଯୁକ୍ତମାନଙ୍କୁ ଭିଆଇପି ଟ୍ରିଟମେଣ୍ଟ ଜେଲ ଭିତରେ ଦିଆଯିବା ଏକ ପ୍ରକାର ଆଶ୍ଚର୍ଯ୍ୟକର କଥା। ଏହି ୪ ଜଣ ଅଭିଯୁକ୍ତ ଗତ ୨୭ ନଭେମ୍ବର ରାତିରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରି ପୋଡି ଦେଇଥିଲେ। ତା’ପର ଦିନ ସକାଳେ ମହିଳା ଡାକ୍ତରଙ୍କ ପୋଡା ମୃତ ଶରୀର ଉଦ୍ଧାର କରାଯାଇଥିଲା। ପୋଲିସ ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ଭିତରେ ଗିରଫ କରିଥିଲା।

୨୭ ବର୍ଷୀୟ ମହିଳା ଡାକ୍ତରଙ୍କ ସ୍କୁଟି ପଙ୍କଚର ହୋଇଯାଇଥିଲା।  ଶମଶାବାଦ ସ୍ଥିତ ଟୋଲ ପ୍ଲାଜା ଉପରେ କିଛି ଲୋକ ପଙ୍କଚର ସ୍କୁଟିକୁ ଠିକ୍ କରିଦେବେ ବୋଲି ତାଙ୍କୁ କହିଥିଲେ। ଏହାପରେ ମହିଳା ଜଣକୁ ସେମାନେ ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଜଣାପଡିଥିଲା ଅଭିଯୁକ୍ତମାନେ ଷଡଯନ୍ତ୍ର କରି ମହିଳା ଡାକ୍ତରଙ୍କ ସ୍କୁଟି ପଙ୍କଚର କରିଦେଇଥିଲେ।ଅଭିଯୁକ୍ତମାନେ ଶବକୁ ଶାଦନଗର ବାହାରେ ଥିବା ଏକ ଅଞ୍ଚଳରେ ଜଳାଇ ଦେଇଥିଲେ। ତା’ ପରଦିନ ସ୍ଥାନୀୟ ଲୋକ ପୀଡିତାଙ୍କ ଅଧାଜଳା ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ।  

   ସମ୍ବନ୍ଧିତ ଖବର


ଭାରତ-ଚୀନ୍‌ ସୀମାରେ ଅଶାନ୍ତ ପରିସ୍ଥିତି … ଆଲୋଚନା କଲେ ମୋଦି-ଟ୍ରମ୍ପ … ! ଚାଇନାକୁ ଝଟକା ଲାଗିଲାକି ?

ଇନ୍ଦୋରରେ ସାନିଟାଇଜ୍ ସମୟରେ ମହିଳାଙ୍କ ଉପରକୁ ସ୍ପ୍ରେ କରି ନଗର ନିଗମର ୨ କର୍ମଚାରୀ ନିଲମ୍ବିତ

EPFO ପେନସନ ଭୋଗୀଙ୍କ ପାଇଁ ଖୁସି ଖବର , ଏବେ ପାଇବେ ବର୍ଦ୍ଧିତ ପେନସନ ରାଶି , ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

ଦ୍ୱିତୀୟ ସ୍ୱାମୀ- ବିବାହିତ ମହିଳାଙ୍କ ସହ ଶାରିରୀକ ସମ୍ପର୍କ ରଖି ଧୋକା ଦେଲା ବିବାହିତ ପୁରୁଷ

ପାକିସ୍ତାନକୁ ରକ୍ଷା କରିପାରିବେନି ଇମରାନ୍‌ ଖାନ୍‌ ! କରୋନା ସାମନାରେ ମାନିଲେ ହାର୍‌

ହାଇ ଆଲର୍ଟ ! ମାଡ଼ି ଆସୁଛି ‘ନିସର୍ଗ’, ୨୪ ଘଣ୍ଟା ଭିତରେ ନେବ ଭୟଙ୍କର ସାଇକ୍ଲୋନ୍‌ର ରୂପ