PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ହାଇଦ୍ରାବାଦର ଗଣଦୁଷ୍କର୍ମର ୪ ଅଭିଯୁକ୍ତଙ୍କ ଖୋଲିଲା ରହସ୍ୟ: ପ୍ରାଣୀ ଡାକ୍ତରଙ୍କ ପୂର୍ବରୁ ୯ମହିଳାଙ୍କୁ ଦୁଷ୍କର୍ମ ପରେ କରିଛନ୍ତି ହତ୍ୟା

ହାଇଦ୍ରାବାଦ ୧୯/୧୨: ହାଇଦ୍ରାବାଦରେ ଜଣେ ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣଦୁଷ୍କର୍ମ ପରେ ମାରି ପୋଡି ଦେବା ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ଥାନୀୟ ପୁଲିସ ନୂଆ ଖୁଲାସା କରିଛି । ପୁଲିସ ଦାବି କରିଛି ଯେ ଉକ୍ତ ଘଟଣାର ୪ ଅଭିଯୁକ୍ତଙ୍କ ମଧ୍ୟରୁ୨ ଜଣ ପୂର୍ବରୁ ସମାନ ଢଙ୍ଗରେ ୯ ଜଣ ମହିଳାଙ୍କୁ ହତ୍ୟା କରିଥିଲେ । ପ୍ରତ୍ୟେକଟି ଘଟଣାରେ ପୀଡ଼ିତା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ମାରି ପୋଡି ଦିଆଯାଇଥିଲା ।

କିନ୍ତୁ ସାଇବରାବାଦ ପୁଲିସ ଏଭଳି ୧୫ଟି ବଳାତ୍କାର ଓ ହତ୍ୟା ଘଟଣାର ଯାଞ୍ଚ କରୁଛି ବୋଲି ପ୍ରକାଶ କରିଛି । ସେଥିରେ ଉକ୍ତ ଅଭିଯୁକ୍ତଙ୍କ ଭୂମିକା କ’ଣ ଥିଲା ତାହା ଜାଣିବା ପାଇଁ ପୁଲିସ ଜୋରଦାର ଉଦ୍ୟମ କରୁଛି । ମୋବାଇଲ ଲୋକେସନ ଆଧାରରେ ପୁଲିସ ଏହି ଘଟଣାଗୁଡିକରେ ଉକ୍ତ ଅଭିଯୁକ୍ତମାନଙ୍କର ସଂପୃକ୍ତି ନେଇ ଯାଞ୍ଚ କରୁଛି । ଏଥିପାଇଁ ପୁଲିସର ଏକ ଦଳ ଏବେ କର୍ଣ୍ଣାଟକରେ ରହି ତଦନ୍ତ ଚଳାଇଛି । କାରଣ ଅଧିକାଂଶ ଘଟଣା କର୍ଣ୍ଣାଟକ ଓ ତେଲଙ୍ଗାନା ସୀମାରେ ଘଟିଥିଲା ।

ଡାକ୍ତରାଣୀ ବଳାତ୍କାର ଓ ହତ୍ୟା ମାମଲାରେ ପୁଲିସ ଚାରି ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଲେ-ମହମ୍ମଦ ଆରିଫ, ଜେ ନବୀନ, ଜେ ଶିବା ଏବଂ ଛେନକେଶବଲୁ । ସେମାନଙ୍କୁ ପରେ ପୁଲିସ ଏନକାଉଣ୍ଟରରେ ହତ୍ୟା କରିଥିଲା । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଆରିଫ ଏବଂ ଛେନକେଶବଲୁ ପୂର୍ବରୁ ଏଭଳି ୯ଟି ଘଟଣାରେ ସାମିଲ ଥିବାର ଜେରା ବେଳେ ପ୍ରକାଶ କରିଥିଲେ ବୋଲି ପୁଲିସ ସୂଚନା ଦେଇଛି ।

ଅନ୍ୟପଟରେ, ହାଇଦ୍ରାବାଦ ବଳାତ୍କାର ଓ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଏନକାଉଣ୍ଟରରେ ମରାଯିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏକ ତିନି ଜଣିଆ ଟିମ୍‌ ଘଟଣାର ଯାଞ୍ଚ କରୁଛନ୍ତି । ଉକ୍ତ ଏନକାଉଣ୍ଟର ନକଲି ଥିଲା ଏବଂ ପୁଲିସ ଯୋଜନାବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରିଥିବାର ସୁପ୍ରିମକୋର୍ଟରେ ଅଭିଯୋଗ କରାଯାଇଥିଲା ।