ଭିମ୍‌ସାରରେ ପ୍ରଥମ : ମହିଳାଙ୍କ ଫୁସ୍‌ଫୁସ୍‌ରୁ ବାହାରିଲା ହାଇଡ୍ରେଟେଡ୍‌ ସିଷ୍ଟ୍‌, ଏହା କ’ଣ ଓ କେମିତି ହୁଏ ଜାଣନ୍ତୁ…

ବୁର୍ଲା, ୩।୬ : ଭିମ୍‌ସାର ଡାକ୍ତରଙ୍କ ସଫଳତାରେ ଆଜି ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଛି । ଏକ ବିରଳ ଅସ୍ତ୍ରୋପଚାର ପ୍ରଥମଥର ପାଇଁ ଭିମସାରରେ ସଫଳତାର ସହ କରିଛନ୍ତି ଡାକ୍ତରଗଣ । ଜଣେ ମହିଳାଙ୍କ ଫୁସ୍‌ଫୁସ୍‌ ଏବଂ ଯକୃତରୁ ଅସ୍ତ୍ରୋପଚାର କରି ହାଇଡ୍ରେଟେଡ୍‌ ସିଷ୍ଟ ବାହାର କରାଯାଇଛି । ଯକୃତରେ ସିଷ୍ଟ ସାଧାରଣ ଘଟଣା ଏବଂ ପୂର୍ବରୁ ଭିମସାରରେ ସଫଳ ଆସ୍ତ୍ରୋପଚାର ହୋଇଥିବା ବେଳେ ଫୁସ୍‌ଫୁସ୍‌ରେ ଏହି ହାଇଡ୍ରେଟେଡ୍‌ ସିଷ୍ଟର ସଫଳ ଅସ୍ତ୍ରୋପଚାର ବିରଳ ବୋଲି କୁହାଯାଇଛି । ଅସ୍ତ୍ରୋପଚାର ପରେ ବର୍ତ୍ତମାନ ଉକ୍ତ ମହିଳା ରୋଗୀ ଜଣକ ସୁସ୍ଥଥିବା ଓ ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି ।

କଳାହାଣ୍ଡିର ସଞ୍ଜୁ ହରିଜନ (୩୦) ଦୀର୍ଘ ଦୁଇ ବର୍ଷ ହେବ ପେଟ ଯନ୍ତ୍ରଣା ସହ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରୁଥିଲେ । ଗତ ୨୨ ତାରିଖ ସେ ବୁର୍ଲା ମେଡିକାଲ ଆସିଥିଲେ । ମହିଳା ସର୍ଜରୀ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇ ତାଙ୍କର ଏମ୍‌ଆର୍‌ଆଇ ଏବଂ ସିଟି ସ୍କାନ୍‌ କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଉଭୟ ପରୀକ୍ଷା ରିପୋର୍ଟ ଆସିବା ପରେ ତାଙ୍କ ଯକୃତ ଏବଂ ଫୁସ୍‌ଫୁସ୍‌ରେ ଏହି ହାଇଡ୍ରେଟେଡ୍‌ ସିଷ୍ଟ ଥିବା ଓ ଏଥିପାଇଁ ଅସ୍ତ୍ରୋପଚାର ଆବଶ୍ୟକ ବୋଲି ଜଣାପଡ଼ିଥିଲା । ପରିବାର ଲୋକଙ୍କ ସହମତି ପରେ ଡାକ୍ତରମାନେ ଏହି ବିରଳ ଅସ୍ତ୍ରୋପଚାର ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପୂର୍ବାହ୍ନ ୧୧ ଟାରୁ ଏହି ଅସ୍ତ୍ରୋପଚାର ଆରମ୍ଭ ହୋଇ ଅପରାହ୍ନ ୨ଟାରେ ସମାପ୍ତ ହୋଇଥିଲା । ପ୍ରଥମେ ପେଟର ଅସ୍ତ୍ରୋପଚାର କରାଯାଇ ଯକୃତରୁ ସିଷ୍ଟ ବାହାର କରାଯିବା ପରେ ଛାତିରେ ଅସ୍ତ୍ରୋପଚାର କରାଯାଇ ଫୁସ୍‌ଫୁସ୍‌ର ଏହି ହାଇଡ୍ରେଟେଡ୍‌ ସିଷ୍ଟକୁ ବାହାର କରାଯାଇଥିଲା ।

ଅସ୍ତ୍ରୋପଚାରରେ ଭିମସାର ସର୍ଜରୀ ବିଭାଗ ସହଯୋଗୀ ପ୍ରଫେସର ଡା. ଅଶୋକ କୁମାର ନାୟକ, ଡା. ମଳୟ କୁମାର ନାୟକ, ଡା. ଧୀରେନ୍ଦ୍ର ନାଥ ସୋରେନ୍‌, ଡା. ପ୍ରଶାନ୍ତ ହେମ୍ବ୍ରମ୍‌, ବରିଷ୍ଟ ଆବସିକ ଡାକ୍ତର ଡା. ସୁବ୍ରତ କୁମାର ପ୍ରଧାନ, ଡା. ଜିତେନ୍ଦ୍ର ସାହୁ, ପିଜି ଡାକ୍ତର ଦୀପ୍ତି ରଞ୍ଜନ ଧର, ଡା. ସୋମ୍ୟା ସାହୁଙ୍କ ସମେତ ନିଶ୍ଚେତକ ବିଭାଗର ସହକାରୀ ପ୍ରଫେସର ଡା. ପ୍ରଦୀପ୍ତ ପଟେଲଙ୍କ ସମେତ ଷ୍ଟାଫନର୍ସ ଓ ଅନ୍ୟ କର୍ମଚାରୀଙ୍କ ଟିମ୍‌ ଉପସ୍ଥିତ ଥିଲେ ।

ହାଇଡ୍ରେଟେଡ୍‌ ସିଷ୍ଟ କ’ଣ ଓ କେମିତି ହୁଏ
ହାଇଡ୍ରେଟେଡ୍‌ ସିଷ୍ଟ ମଣିଷ ଦେହରେ କ୍ୱଚିତ ସୃଷ୍ଟି ହେଉଥିବା ବର୍ଦ୍ଧିତ ମାଂସପିଣ୍ଡୁଳା । ମୁଖ୍ୟତଃ ଖାଦ୍ୟଦ୍ରବ୍ୟ ଯଦି କୁକୁର ସଂସ୍ପର୍ଶରେ ଆସିଥାଏ ଏବଂ ସେହି ଖାଦ୍ୟ ମଣିଷ ଖାଇଲେ ମଣିଷ ଦେହରେ ଏଭଳି ହାଇଡ୍ରେଟେଡ ସିଷ୍ଟ ସୃଷ୍ଟି ହୋଇଥାଏ । କାରଣ କୁକୁରର ଲାଳ ବା କୁକୁର ଦେହରେ ଥିବା ବ୍ୟାକ୍ଟେରିଆ ମଣିଷ ଶରୀରକୁ ପ୍ରବେଶ କଲେ ସିଷ୍ଟ ସୃଷ୍ଟି କରିଥାଏ ।

   ସମ୍ବନ୍ଧିତ ଖବର


ବାଲେଶ୍ବରରେ ବେଣୁଧରକଙ୍କ ପଲା ଭାରି : ‘ଏଥର ବେଣୁ ମଉସା’ ଗୀତ ଗାଇଲେ ଅଭିଜିତ୍ ଓ କାକା‌, ପୂର୍ବରୁ ପ୍ରଚାର ସାମିଲ ହୋଇଛନ୍ତି ଅଭିନେତ୍ରୀ

ପ୍ରେମରେ ବିଫଳ: ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ କଲା ହତାସିଆ ଯୁବକ

ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ପାଇଁ ପ୍ରଶାସନର କଟକଣା : ପୁରୋହିତ, କର୍ମକର୍ତ୍ତାଙ୍କ ସମେତ ୭ଜଣରୁ ଉର୍ଦ୍ଧ୍ବ ଲୋକ ରହିପାରିବେନି, କୋଭିଡ଼ ନିୟମ ଉଲ୍ଲଂଘନ କଲେ ଗଣିବେ ତଣ୍ଡ

ବଡ଼ ଅଘଟଣ: ବୋମା ଭିଡୁଥିବା ବେଳେ ବିସ୍ପୋରଣ, ଜଣେ ମୃତ, ଦୁଇ ଗୁରୁତର

ଗୋରୁ ବୋଝେଇ ଗାଡ଼ି ଜବତ, ଡ୍ରାଇଭର ସମେତ ଦୁଇ ଅଟକ

ଆଇଆରବି ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ, ଚାଲିଛି ତଦନ୍ତ