କରୋନା ସଂକ୍ରମଣକୁ ରୋକିବା ଲାଗି ଆଇସିଏମଆର ହାଇଡ୍ରୋକ୍ସିକ୍ଲୋରକ୍ୱିନ୍‌ ଖାଇବା ନେଇ ଜାରି କରିଛନ୍ତି ନୂଆ ଗାଇଡଲାଇନ

ନୂଆଦିଲ୍ଲୀ –   କରୋନା ସଂକ୍ରମଣକୁ ରୋକିବା ଲାଗି ଆଇସିଏମଆର କ୍ଲୋରୋକ୍ୱିନ ଖାଇବା ନେଇ ଜାରି କରିଛନ୍ତି ନୂଆ ଗାଇଡଲାଇନ। ଏଥିରେ କ୍ଲୋରୋକ୍ୱିନ ବ୍ୟବହାରର ପରିସୀମାକୁ ବ୍ୟାପକ  କରାଯାଇଛି।

ଦେଶରେ ହୁ ହୁ ହୋଇ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା। ମହାମାରିକୁ ରୋକିବା ଲାଗି କ୍ଲୋରୋକ୍ୱିନ ଖାଇବା ନେଇ ICMR ଜାରି କରିଛି ନୂଆ ଗାଇଡଲାଇନ। ଏଥିରେ କ୍ଲୋରୋକ୍ୱିନ ବ୍ୟବହାରର ପରିସୀମାକୁ ବ୍ୟାପକ  କରାଯାଇଛି। ଜାରି କରାଯାଇଥିବା ନୂଆ ଗାଇଡଲାଇନରେ କେଉଁମାନେ ଏହି ପ୍ରତିଷେଧକ ଔଷଧ ସେବନ କରିପାରିବେ ସେ ସଂପର୍କରେ ସ୍ପଷ୍ଟ କରାଯାଇଛି।

– କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା କିନ୍ତୁ କରୋନାର କୌଣସି ଲକ୍ଷଣ ନଥିବା ଡାକ୍ତର ଓ

ସ୍ବାସ୍ଥ୍ୟକର୍ମୀ

– କଣ୍ଟେନମେଣ୍ଟ ଜୋନ ବା ଅବରୋଧ ଅଞ୍ଚଳରେ କାମ କରୁଥିବା ସ୍ବାସ୍ଥ୍ୟକର୍ମୀ

– ଅଣ କୋଭିଡ ହସ୍ପିଟାଲରେ କାମ କରୁଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ

– କରୋନା ସଂକ୍ରମିତ ଅଂଚଳରେ କାମ କରୁଥିବା ପୋଲିସ ଓ ଅର୍ଦ୍ଧସମାରିକ ବଳର କର୍ମଚାରୀ

– କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା କିନ୍ତୁ କରୋନା ଲକ୍ଷଣ ନଥିବା ପରିବାର ସଦସ୍ୟ ଏହାକୁ ସେବନ କରିପାରିବେ ।

ଏପଟେ ମ୍ୟାଲେରିଆ ନିରୋଧୀ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ବଟିକା ଖାଇଲେ କରୋନାର ସଂକ୍ରମଣକୁ ରୋକିପାରିବା ନେଇ ସେମିତି କୌଣସି ପ୍ରମାଣ ସିଦ୍ଧ ହୋଇନାହିଁ ବୋଲି ଚିକିତ୍ସା ବିଜ୍ଞାନ ସଂପର୍କିତ ଏକ ପ୍ରତିଷ୍ଠିତ ପତ୍ରିକା ଲାନସେଟ କହିଛି। WHO ମଧ୍ୟ ଏହି ପ୍ରତିଷେଧକ ଔଷଧ ଖାଇଲେ କରୋନା ସଂକ୍ରମଣକୁ ରୋକିହେବ ବୋଲି ସ୍ପଷ୍ଟ  କରିନି। ତଥାପି ଆଇସିଏମଆରର ସୁପାରିଶ ଆଧାରରେ କ୍ଲୋରୋକୁଇନ ସେବନର ପରିସୀମାକୁ ବୃଦ୍ଧି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ତେବେ ଆମେରିକାରେ ହାଇଡ୍ରୋକ୍ସିକ୍ଲୋରକ୍ୱିନ୍‌ ସେବନ କରିବା ଦ୍ୱାରା ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଉଥିବା କୁହାଯାଇଛି। ଏଥିଯୋଗୁଁ କେତକଲୋକଙ୍କୁର ହୃଦରୋଗ ବା ହାର୍ଟ ପ୍ରୋବଲେମ୍‌ ଦେଖାଯାଉଥିବା ସମ୍ପର୍କରେ ଡାକ୍ତରମାନେ ଚେତାବନୀ ଦେଇଛନ୍ତି।

   ସମ୍ବନ୍ଧିତ ଖବର


୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

ଏମିତି ହେଉଥିଲା ମାଛମଞ୍ଜି ତସ୍କରୀ, ହେଲା ପର୍ଦ୍ଦାଫାଶ

କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମନେଲା ଅଦ୍ଭୁତ ଶିଶୁ, ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ