PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ନିଦରେ ଶୋଇଥିବା ବେଳେ ଅନୁଭବ ହେଉଛି କି ପଡିଯିବା ଭଳି? ତେବେ ହୋଇ ଯାଆନ୍ତୁ ସତର୍କ… ଲଗାତାର ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ଶୋଇବା ବେଳେ  ଆପଣଙ୍କୁ ଲାଗୁଛି ହଠାତ ତଳେ ଖସିବା ଭଳି ଲାଗୁଛି ଓ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି କି? ଏଭଳି ଯଦି ଲାଗୁଛି ତେବେ ଚିନ୍ତାର କଥା ହୋଇପାରେ। କାରଣ ନିଦରେ ଯଦି ଏଭଳି ସ୍ଥିତି ଅନୁଭବ ହେଉଛି ତେବେ ଏହାକୁ ହାଇପାନିକ୍ ଜର୍କ ବୋଲି କୁହାଯାଏ। ଏହା ଶୋଇବା ଓ ଚାହିଁବା ସମୟ ଭିତରର ଅବସ୍ଥା। ଯେତେବେଳେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ନିଦରେ ଥାଏ କିମ୍ବା ସମ୍ପୂର୍ଣ୍ଣ ଭାବରେ ଚାହିଁକି ରହିଥାନ୍ତି। ସେତେବେଳେ ଏହି ଝଟକା ଅନୁଭବ ହୋଇଥାଏ, ଯେତେବେଳେ ହୃଦସ୍ପନ୍ଦନର ଗତି ଓ ନିଶ୍ବାସ ଧୀର ହେବାରେ ଲାଗିଥାଏ।

ହାଇପାନିକ୍ ଜର୍କ କୌଣସି ରୋଗ ନୁହେଁ କିମ୍ବା ନର୍ଭସ ସିଷ୍ଟମ ଡିସଅର୍ଡର। ରିସର୍ଚ୍ଚ ଅନୁସାରେ ଶୋଇବା ସମୟରେ ଝଟକା ଅନୁଭବ ହେବା ସାମାନ୍ୟ କଥା। ପ୍ରାୟ ୬୦ରୁ ୭୦ ପ୍ରତିଶତ ଲୋକ ଏଭଳି ଅନୁଭବ କରିଥାନ୍ତି। ଡାକ୍ତରଙ୍କ କହିବା ଅନୁସାରେ ନିଦ ଆସିବାର କିଛି ଘଣ୍ଟା ଭିତରେ ଝଟକା ଆସିପାରେ। ବହୁ ଲୋକଙ୍କୁ ହାଇପାନିକ୍ ଜର୍କ ବିଷୟରେ ଜଣାନଥାଏ।

ଏଭଳି କାହିଁକି ହୋଇଥାଏ ତାହାର ଗବେଷଣା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ବିଶେଷଜ୍ଞଙ୍କ ମତରେ ଝଟକା ସେତେବେଳେ ଲାଗିଥାଏ ଯେବେ କେହି ନିଦରେ କୌଣସି ସ୍ବପ୍ନ ଦେଖିଥାନ୍ତି କିମ୍ବା ଚିନ୍ତାରେ ରହିଥାନ୍ତି। ଶୋଇବା ସମୟରେ ଝଟକା ଲାଗିବା ସାମାନ୍ୟ କଥା। କିନ୍ତୁ ଲଗାତାର ଏଭଳି ଅନୁଭବ ହେଉଥିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ।

ଅବସାଦ, ଚିନ୍ତା, ଥକାପଣ କିମ୍ବା କମ୍ ନିଦ ଏହାର କାରଣ ହୋଇପାରେ। କେବଳ ସେତିକି ନୁହେଁ ଶରୀରରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଆଇରନ୍ ହ୍ରାସ ଘଟିଥାଏ। ସେଭଳି ଅସମାନ୍ୟ ଅବସ୍ଥାରେ ଶୋଇବା କିମ୍ବା ଅଧା ନିଦରେ, ସନ୍ଧ୍ୟାବେଳେ କୌଣସି ପରିଶ୍ରମ କଲେ ଏହା ହୋଇଥାଏ। ଡାକ୍ତରଙ୍କ ପରାମର୍ଶ ନେବା ସହିତ ପ୍ରତିଦିନ ୮ଘଣ୍ଟା ଶୋଇବାର ଚେଷ୍ଟା  କରିବା ସହ ଆଇରନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ।