ସାମ୍ନାକୁ ଆସିଲା ହୁଣ୍ଡାଇର ଇଲେକ୍ଟ୍ରିକ୍ କାର୍ ପ୍ରୋଫେସି: ଷ୍ଟିୟରିଂ ବଦଳରେ ଅଛି ଜୟଷ୍ଟିକ୍

ନୁଆଦିଲ୍ଲୀ ୪/୩: ହୁଣ୍ଡାଇ ନିଜ ନୂଆ ଇଲେକ୍ଟ୍ରିକ୍ କାର ପ୍ରଫେସିକୁ ପ୍ରଦର୍ଶନ କରିଛି । କାର୍ ଷ୍ଟାଇଲ୍ ଓ ଟେକ୍ନୋଲୋଜିର ଉତ୍ତମ କମ୍ବିନେସନ୍ । କମ୍ପାନୀର କହିବାନୁସାରେ ଏହାକୁ ହ୍ୟୁମାନ ଓ ଅଟୋମୋବାଇଲ୍ ମଧ୍ୟରେ ଇମୋଶନାଲ୍ ଲିଙ୍କୁ ଧ୍ୟାନରେ ରଖି ଡିଜାଇନ୍ କରାଯାଇଛି । ପୂର୍ବରୁ ଏହାକୁ ଜେନେଭା ମୋଟର ଶୋ ୨୦୨୦ରେ ଲଞ୍ଚ କରାଯିବାର ଯୋଜନା ଥିଲା କିନ୍ତୁ କମ୍ପାନୀ ଏହାକୁ ଅନଲାଇନ୍ ଲଞ୍ଚ କରିଛି । ସବୁଠାରୁ ଖାସ୍ କଥା ହେଉଛି ଏହି କନସେପ୍ଟ କାରରେ ପିକ୍ସଲେଟ୍ ହେଡଲାଇଟ୍ ଓ ଟେଲଲାଇଟ୍ସ ଦିଆଯାଇଛି ଯାହାକି ଅଲ୍ଟ୍ରା ଲଗ୍ଜରୀ କାର ବୁଗାଟି ଡିଭୋରୁ ଇନ୍ସପାର୍ୟଡ । କମ୍ପାନୀର କହିବାନୁସାରେ ଏହି ପିକ୍ସଲେଟ୍ ଲାଇଟ୍ସର ଡିଜାଇନକୁ ସିଗ୍ନଚର ଡିଜାଇନ୍ ଏଲିମେଣ୍ଟ୍ସ ରୂପେ ଫ୍ୟୁଚର ମଡେଲ୍ସରେ ମଧ୍ୟ ବ୍ୟବହାର କରାଯିବ ।

ହୁଣ୍ଡାଇ ଇଲେକ୍ଟ୍ରିକ୍ କାର ପ୍ରୋଫେସିର ଖାସ୍ ଫିଚର୍ସ
ଇଣ୍ଟିରିୟର କଥା କହିବା ତ ଏଥିରେ ଟ୍ରାଡିଶନାଲ୍ ଷ୍ଟିୟରିଂ ହ୍ୱିଲ୍ ବଦଳରେ ୨ ଜୟ ଷ୍ଟିକ୍ ଦିଆଯାଇଛି । ଗୋଟିଏ ସେଣ୍ଟର କନସୋଲରେ ଲାଗିଛି, ଅନ୍ୟଟି ଡ୍ରାଇଭର ସାଇଡ ଡୋରରେ ଲାଗିଛି । ଏହା ସାହାଯ୍ୟରେ ଡ୍ରାଇଭର କାରକୁ କଣ୍ଟ୍ରୋଲ କରିପାରିବ ।

କାରକୁ ଫ୍ୟୁଚେରିଷ୍ଟିକ୍ ଡିଜାଇନ୍ ଦେବା ପାଇଁ ଏହାର କେବିନରେ ଅନେକ ସ୍କ୍ରିନ୍ ଲଗାଯାଇଛି । ମେନ୍ ସ୍କ୍ରିନ୍ ଏହାର ଡ୍ୟାଶବୋର୍ଡରେ ଅଛି । ତେବେ କାରର ଇଣ୍ଟିରିୟରରେ ଅନେକ ସ୍କ୍ରିନର ବ୍ୟବହାର ହୋଇଛି । ଡ୍ରାଇଭର ଓ ପାସେଞ୍ଜରର କମ୍ଫର୍ଟ ପାଇଁ ଏର୍ଗୋନୋମିକ୍ ସିଟ୍ସ ଦିଆଯାଇଛି ।

ଏହାକୁ ଇକୋଫ୍ରେଣ୍ଡଲି ମେଟରିୟଲରେ ପ୍ରସ୍ତୁତ କରାଯାଇଛି । ସ୍ୱଚ୍ଛ ବାୟୁ ପାଇଁ କାର ଭିତରେ ଏୟାର ପ୍ୟୁରିଫାୟର ସିଷ୍ଟମ ଲଗାଯାଇଛି । ଏହାର ଫ୍ୟୁଚରିଷ୍ଟିକ୍ ରିଲେକ୍ସ ମୋଡ ସାହାଯ୍ୟରେ କାରର ଅଟୋନୋମସ୍ କ୍ଷମତା ଜଣାପଡିଥାଏ । ଏଥିରେ ପାସେଞ୍ଜର ସିଟ୍ ରିକ୍ଲାଇନ୍ ହେବା ସହ ଡ୍ୟାଶବୋର୍ଡ ମଧ୍ୟ ବୁଲିଥାଏ ଯାହା ଫଳରେ ଆରାମ କରିବା ପାଇଁ ଅଧିକ ସ୍ପେଶ୍ ମିଳିପାରିବ ।

ହୁଣ୍ଡାଇ ପ୍ରୋଫେସି ପ୍ରଦର୍ଶନ କରିବା ସହିତ କମ୍ପାନୀ ନିଜ ଇଲେକ୍ଟ୍ରିଫିକେସନ୍ ଷ୍ଟ୍ରାଟେଜୀ ସମ୍ପର୍କରେ ମଧ୍ୟ ଘୋଷଣା କରିଛି । କମ୍ପାନୀ କହିଛି ହୁଣ୍ଡାଇ ନିଜ ପ୍ରଡକ୍ଟ ଲାଇନଅପକୁ ଆଗକୁ ବଢାଇବ । ଏଥିରେ ୪୪ ଇଲେକ୍ଟ୍ରିକ୍ ଭେଇକିଲ୍ସ ସାମିଲ । କମ୍ପାନୀ ୨୦୨୫ ସୁଦ୍ଧା ଫ୍ୟୁଚର ଟେକ୍ନୋଲୋଜିର ରିସର୍ଚ୍ଚ ଓ ଡେଭଲପମେଣ୍ଟ ପାଇଁ ୪୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରିବ ।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ସୁଶୀଲ ମୋଦୀଙ୍କୁ ରାଜ୍ୟସଭା ଟିକେଟ୍: ପାଶଓ୍ବାନଙ୍କ ସ୍ଥାନରେ ହେଲେ ବିଜେପି ପ୍ରାର୍ଥୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ କେନ୍ଦ୍ରରେ ହୋଇ ପାରନ୍ତି ମନ୍ତ୍ରୀ

ସାବରିମାଲାରେ କରୋନା ଆତଙ୍କ – ୨୭ କର୍ମଚାରୀଙ୍କ ସହ ୩୯ଲୋକ ସଂକ୍ରମିତ

କରୋନାରେ ଆର୍ଥିକ ପ୍ରଭାବ ପାଇଁ କିମ୍‌ ଜୋଙ୍ଗ୍‌ଙ୍କ ବଢ଼ିଲା କ୍ରୋଧ – ଲୋକଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇଲେ, ମାଛ ମାରିବାରେ ଲଗେଇଲେ ରୋକ୍‌

ଅଷ୍ଟ୍ରିଆର ଏକ ଗାଁର ନାଁ ବଦଳାଇବା ପାଇଁ ଭୋଟିଂ, କାରଣ ହେଉଛି…