PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ମୁଁ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ… କ୍ଷମା କରିବେ… ଏହାଠାରୁ ଅଧିକ କିଛି ମୁଁ କହିପାରିବି ନାହିଁ…ପାକିସ୍ତାନୀ କବଜାରେ ଥିବା ଭାରତୀୟ ପାଇଲଟଙ୍କ ଜବାବ

ନୂଆଦିଳ୍ଳୀ,୨୮।୨: ବାୟୁସେନାର ପାଇଲଟ୍ ଓ୍ବିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତମାନଙ୍କ ଆଖିରେ କଳା ପଟି ବାନ୍ଧି ଏକ ଭିଡିଓ ଭାଇରାଲ୍ କରିଛି ପାକିସ୍ତାନ। ଜାରି ହୋଇଥିବା ୪୬ ସେକେଣ୍ଡର ଭିଡିଓରେ ତାମିଳନାଡୁର ୩୫ ବର୍ଷିୟ କମାଣ୍ଡର ଅଭିନନ୍ଦନ ସମ୍ପୂର୍ଣ୍ଣ ଗାରିମାର ସହ ସେମାନେ ପଚାରୁଥିବା ପ୍ରଶ୍ନର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି।

ଭିଡିଓରେ ଅଭିନନ୍ଦନ କହୁଛି କି, ‘ମୁଁ ଭାରତୀୟ ବାୟୁ ସେନା କମାଣ୍ଡର ଅଭିନନ୍ଦନ ବର୍ତମାନ। ମୋ ସର୍ଭିସ ନମ୍ବର ୨୭୯୮୧। ତାପରେ ପାକିସ୍ତାନୀ ସୈନିକ ଅଧିକ ତଥ୍ୟ ମାଗିଥିବାରୁ ନିର୍ଭିକତାର ସହ ବର୍ତମାନ ଉତ୍ତର ଦେଇଛନ୍ତି, ‘କ୍ଷମା କରନ୍ତୁ, ମୁଁ ଏହାଠାରୁ ବୋଇ କିଛି କହିପାରିବି ନାହିଁ।’ କେବଳ ସେତିକି ନୁହେଁ, ‘ନିର୍ଭିକ ଭାରତୀୟ କମାଣ୍ଡର କଥା ବି ପଚାରିଲେ ଯେ, କ’ଣ ମୁଁ  ପାକିସ୍ତାନୀ ସେନା କବଜାରେ ଅଛି।

ଦ୍ବିତୀୟ ଥର ପାଇଁ ପାକିସ୍ତାନ ପକ୍ଷରୁ ଅଭିନନନ୍ଦନଙ୍କର ୧.୧୯ ମିନିଟର ଏକ ଭିଡିଓ ଜାରି କରାଯାଇଛି। ଅଭିନନ୍ଦନ ହାତରେ ଚା କପ ଧରିଥିବାର ଦେଖିବାକୁ ମିଳିଛି। ସେ ସମୟରେ ମଧ୍ୟ ପାକିସ୍ତାନ ଅଧିକାରୀ ତାଙ୍କୁ କିଛି ପ୍ରଶ୍ନ ପଚାରିଲା ବେ​ଳେ ଅଭିନନ୍ଦନ ଚୁପ୍ ରହିଛନ୍ତି।

ଭାଇରାଲ୍ ହୋଇଥିବା ଆଉ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଅଭିନନ୍ଦନ ତଳେ ପଡ଼ି ଯାଇଥିବା ଅଞ୍ଚଳରେ ତାଙ୍କୁ କିଛି ସ୍ତାନୀୟ ଳୋକ ମାରପିଟ କରୁଛନ୍ତି। ଅବଶ୍ୟ ସେ ଭିଡିଓରେ ସତ୍ୟତା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଜାଣିବାକୁ ମିଳିଛି ଯେ ୧୯୮୩ ମସିହା ଜୁନ୍ ୨୧ ରେ ଜନ୍ମ ହୋଇଥିବା ଅଭିନନ୍ଦନଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବାକୁ ପରିବାର ଲୋକ ସୋସିଆଲ ମିଡିଆରେ ସରକାରଙ୍କୁ ନିବେଦନ କରିଛନ୍ତି। ସରକାରଙ୍କ ପକ୍ଷରୁ ପାକ୍ ବିଦେଶ ମନ୍ତ୍ରାଳୟକୁ ଏନେଇ ଅନୁରୋଧ କରାଯାଇଛି। ଅଭିନନ୍ଦନ ଚିତ୍ରଇ ସ୍ଥିତ ସେଲାୟୁର ଅଞ୍ଚଳରେ ବସବାସ କରୁଛନ୍ତି। ତାଙ୍କ ପିତାଙ୍କ ନାମ ସେବାନିବୃତ ଏୟର ମାର୍ଶାଲ।

ସମ୍ବନ୍ଧିତ ଖବର