PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ବେଦିକାଙ୍କ ପାଇଁ ଲକି ହୋଇପାରେ ‘ଦ ବଡି’

ସାଉଥ୍‌ ଇଣ୍ଡଷ୍ଟ୍ରିର ଅତି ପରିଚିତ ଚେହେରା ବେଦିକା କୁମାର । ‘ମୁନି’, ‘କଞ୍ଚନା ୩’, ‘ପରଦେଶୀ’ ଭଳି ଫିଲ୍ମରେ ଅଭିନୟ କରି ସେ ସମ୍ମାନର ଅଧିକାରିଣୀ ହୋଇଛନ୍ତି । କିନ୍ତୁ ‘ଦ ବଡି’ ଜରିଆରେ ବେଦିକା ପ୍ରଥମଥର ପାଦ ଦେଇଛନ୍ତି ବଲିଉଡ୍‌ରେ । ଫିଲ୍ମଟି ଆଜି ମୁକ୍ତିଲାଭ କରିଛି । ଏହି ସ୍ପାନିଶ ମିଷ୍ଟ୍ରି ଥ୍ରିଲର ପାଇଁ ବେଦିକା କୌଣସି ଅଡିସନ୍‌ ଦେଇନଥିଲେ । ସାଉଥ୍‌ ଇଣ୍ଡଷ୍ଟ୍ରିରେ ତାଙ୍କ କାମ ଦେଖି ‘ଦ ବଡି’ର ନିର୍ମାତା ତାଙ୍କୁ ଏଥିରେ ସାଇନ୍‌ କରିଥିଲେ ।

ବେଦିକା କିନ୍ତୁ ମୂଳ ଫିଲ୍ମ ଦେଖିନାହାନ୍ତି । ଅନ୍ୟ ଜଣଙ୍କ ପ୍ରଦର୍ଶନକୁ ଆଖିରେ ରଖି ସେ ଫିଲ୍ମ କରିବାକୁ ଚାହୁଁନଥିଲେ । ରିମେକ୍‌ ହେଲେ ହେଁ, ବେଦିକା ଏହାକୁ ନିଜ ଢଙ୍ଗରେ ନୂଆକରି ପ୍ରଦର୍ଶନ କରିବାକୁ ଚାହୁଁଥିଲେ । ଦକ୍ଷିଣ ସିନେ ଇଣ୍ଡଷ୍ଟ୍ରିରେ ୪ ଭାଷାର ଫିଲ୍ମରେ କାମ କରିବା ପରେ ଏଇଟି ତାଙ୍କର ୫ମ ନୂଆ ଫିଲ୍ମ । ସବୁଥର ସେ ନୂଆ ଟିମ୍‌ ସହ କାମ କରୁଛନ୍ତି ଏବଂ ନିଜକୁ ପ୍ରମାଣ କରିବାର ସୁଯୋଗ ପାଉଛନ୍ତି ।

ସବୁଥର କଠିନ ପରିଶ୍ରମ କରିବାକୁ ଭରପୂର ପ୍ରେରଣା ପାଉଛନ୍ତି । ‘ଦ ବଡି’ରେ ବେଦିକା ଇମ୍ରାନ ହାଶମିଙ୍କ ଛାତ୍ରୀ ଓ ପ୍ରେମିକା ଭୂମିକା ପ୍ଲେ କରିଛନ୍ତି । ପ୍ରଥମ ଦିନର ସୁଟିଂରେ ଇମ୍ରାନଙ୍କ ସହ ତାଙ୍କ ସିନ୍‌ ଖୁବ୍‌ ନିବିଡ଼ ଥିଲା । ସେ ନେଇ ତାଙ୍କ ମନରେ ପ୍ରବଳ ଉତ୍ସାହ ଥିଲା ଏବଂ ସେଥିପାଇଁ ବେଦିକା ନିଜ ଉପରେ ଅଧିକ ଚାପ ପକାଇଲେ । କାରଣ ଥରକେ ସିନ୍‌ଟିକୁ ଶେଷ କରିବାକୁ ସେ ଚାହୁଁଥିଲେ । ଦୀର୍ଘ ଦିନର ଅଭିନୟ କ୍ୟାରିଅର ସତ୍ତେ୍ୱ ବଲିଉଡ୍‌ରେ ଏଣ୍ଟ୍ରି କରିବାରେ ଏତେ ବିଳମ୍ବ ହେବାର କାରଣକୁ ନେଇ ବେଦିକା କହନ୍ତି, ସେ ମୁମ୍ବାଇ ବାସିନ୍ଦା ।

୯ମ ଶ୍ରେଣୀରୁ ଅଭିନୟ କ୍ଷେତ୍ରରେ ସେ କାମ ଆରମ୍ଭ କରିଥିଲେ । ବୟସ ଖୁବ୍‌ କମ୍‌ ଥିଲା, ତେଣୁ ପଢ଼ା ଶେଷ କରିବା ଲାଗି ଅଭିନୟ ଦୁନିଆରୁ ୫ ବର୍ଷ ବ୍ରେକ୍‌ ନେଲେ । ଏହା ପରେ ଏକ ପରଫେକ୍ଟ ହିନ୍ଦୀ ଫିଲ୍ମକୁ ଅପେକ୍ଷା କରି ବିଭିନ୍ନ ଭାଷାର ଫିଲ୍ମରେ ଅଭିନୟ ଆରମ୍ଭ କଲେ । ‘ଦ ବଡି’ ପରେ ବେଦିକା ବଲିଉଡ୍‌ରେ କ୍ୟାରିଅର ଗଢ଼ିବାକୁ ଲକ୍ଷ୍ୟ ରଖିଛନ୍ତି । କିଛି ପ୍ରଯୋଜକଙ୍କ ସହ ମଧ୍ୟ ଫିଲ୍ମ ବିଷୟରେ କଥା ହେଉଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କିଛି ସାଇନ୍‌ କରିନାହାନ୍ତି ।

ସମ୍ବନ୍ଧିତ ଖବର