୨୬/୧୧ ଶହୀଦ ହେମନ୍ତ କରକରେଙ୍କୁ ସ୍ବାଧୀ ପ୍ରଜ୍ଞାଙ୍କ ଅପମାନ: କହିଲେ ମୋ ଅଭିଶାପ ପାଇଁ ଆତଙ୍କବାଦୀଙ୍କ ଗୁଳିରେ ମଲେ, ମନ୍ତବ୍ୟ ପାଇଁ ତେଜିଲା ବିବାଦ

ଭୋପାଳ,୧୯।୪: ମାଲେଗାଓଁ ବିସ୍ଫୋରଣର ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମ୍ଲାରେ ଦେଶ ପାଇଁ ବଳିଦାନ ଦେଇଥିବା ଆଇପିଏସ୍ ହେମନ୍ତ କରକରେଙ୍କୁ ନେଇ ଆଜି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ହେମନ୍ତ ଦେଶର ସୁରକ୍ଷା ପାଇଁ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇ ଦେଶପାଇଁ ଦେଇଥିଲେ ନିଜ ଜୀବନର ବଳିଦାନ। କିନ୍ତୁ ଏବେ ସ୍ବାଧୀ କହିଛନ୍ତି ମୋତେ ଭୁଲ ଭାବରେ ଫଶାଇଥିବାରୁ ତାଙ୍କ କୁକର୍ମର ଫଳ ସେ ପାଇଛନ୍ତି। ମୋ ଅଭିଶାପ ପାଇଁ ଆତଙ୍କବାଦୀଙ୍କ ଗୁଳିରେ ପ୍ରାର ହରାଇଲେ। ତାଙ୍କର ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ଚାରିଆଡେ ବିବାଦ ତେଜିଛି। କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ବାଲ କହିଛନ୍ତି ଦେଶର ଶହୀଦଙ୍କୁ ଅପମାନିତ କରାଯାଇଥିବା କାରଣରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ଷମା ମାଗନ୍ତୁ ।

ଭୋପାଲରୁ ପ୍ରାର୍ଥୀ ହୋଇଥିବା ସାଧ୍ୱୀ ଆଜି ଦଳୀୟ କର୍ମୀଙ୍କୁ ଉଦ୍ବୋଧନ ଦେଇ “ମାଲେଗାଓଁ ବିସ୍ଫୋରଣର ତଦନ୍ତ କରୁଥିବା ଅଫିସରମାନେ ହେମନ୍ତଙ୍କୁ ଡାକିବା ସହ ଯଦି ସାଧ୍ୱୀଙ୍କ ବିରୋଧରେ ପ୍ରମାଣ ନାହିଁ, ତା’ହେଲେ ତାଙ୍କୁ ଛାଡ଼ି ଦିଅ ବୋଲି କହିଥିଲେ। ବିନା ପ୍ରମାଣାରେ ରଖିବା ବେଆଇନ, କିନ୍ତୁ ହେମନ୍ତ କହିଥିଲେ ଏହା ସମ୍ଭବ ନୁହେଁ। ମୁଁ ସାଧ୍ୱୀଙ୍କ ବିରୋଧରେ ନିଶ୍ଚିତ ପ୍ରମାଣ ଯୋଗାଡ଼ କରିବି। ମୁଁ ତାଙ୍କୁ କେବେ ହେଲେ ଛାଡ଼ିବି ନାହିଁ। ଏହା ହିଁ ଥିଲା ହେମନ୍ତଙ୍କ କୁଟିଳତା। ସେ ଜଣେ ଦେଶଦ୍ରୋହୀ। ଧର୍ମ ବିରୋଧୀ। ଆପଣମାନେ ବିଶ୍ୱାସ କରିବେ ନାହିଁ, ମୁଁ ତାଙ୍କୁ ସର୍ବନାଶ ହେବ ବୋଲି କହିଥିଲି। ଏହି ଅଭିଶାପର ୨ ମାସ ପରେ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କଲେ।” ଏହାପରେ ସେ କହିଛନ୍ତି ଭଗବାନ ରାମଙ୍କ କାଳରେ ରାବଣକୁ ସନ୍ୟାସୀ ଓ ସାଧୁସନ୍ଥଙ୍କ ଅଭିଶାପ ଲାଗିଥିଲା ତା’ର ମୃତ୍ୟୁ ହୋଇଥିଲା। ଦ୍ବାପର ଯୁଗରେ କଂସ କାରାଗାରରେ ସାଧୁ-ସନ୍ୟାସୀଙ୍କୁ ବିନା ଅପରାଧରେ ନିର୍ଯ୍ୟାତନା ଦେଇଥିଲା। ଶେଷରେ ଅଭିଶାପ ପାଇ ତା’ର ମଧ୍ୟ ମୃତ୍ୟୁ ହୋଇଥିଲା। ଯେତେବେଳେ ୨୦୦୮ରେ ମୁଁ ଜେଲ ଗଲି ଓ ଆସୁରିକ ଶକ୍ତି ବଢିଗଲା ଓ କଂଗ୍ରେସ ଧର୍ମ ବିରୋଧୀ ହୋଇଗଲା ସେଦିନ ମୁଁ କହିଥିଲି ଏହି ଶାସନର ଅନ୍ତ ଓ ସର୍ବନାଶ ହେବ ଓ ତାହାର ଉଦାହରଣ ଆଜି ଆପଣଙ୍କ ଆଗରେ ରହିଛି।
मुम्बई आतंकी हमले में आतंकवादियों से सीधे भिडने वाले शहीद हेमंत करकरे के बलिदान को “उसके कर्मों की सज़ा” बता रही हैं भोपाल-प्रत्याशी😳😳 जो मंच पर बैठे हैं वो एक चुनावी हार-जीत के लिए, बेशर्मी से ताली बजा रहे हैं ? देश के लिए वर्दी में शहीद हो चुके एक सिपाही के साथ ये सलूक ?😡👎 https://t.co/RFZQltjVFa
— Dr Kumar Vishvas (@DrKumarVishwas) April 19, 2019
Ashok Chakra awardee late Sri Hemant Karkare, IPS made the supreme sacrifice fighting terrorists. Those of us in uniform condemn the insulting statement made by a candidate and demand that sacrifices of all our martyrs be respected.
— IPS Association (@IPS_Association) April 19, 2019
ତାଙ୍କର ଏହି ବିବାଦୀୟ ମନ୍ତବ୍ୟକୁ ନେଇ କଂଗ୍ରେସ ତାଙ୍କୁ ଘେରିଛି। କଂଗ୍ରେସ ନେତା ଦିଗବିଜୟ ସିଂହ କହିଛନ୍ତି, ହେମନ୍ତ କରକର ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଥିଲେ। ମୁମ୍ବାଇ ଆକ୍ରମଣ ଘଟଣାରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜେ ଶହୀଦ ହୋଇଯାଇଥିଲେ। ନିର୍ବାଚନ କମିଶନ ପୂର୍ବରୁ କହିସାରିଛନ୍ତି ନିର୍ବାଚନ ସମୟରେ ସେନା ଓ ଶହୀଦଙ୍କୁ ନେଇ ରାଜନୀତି ନହେଉ। କିନ୍ତୁ ଏଭଳି କହିବା ନିନ୍ଦନୀୟ। କେବଳ କଂଗ୍ରେସ ନୁହେଁ ଅନ୍ୟ ରାଜନୈତିକ ଦଳ ଏବଂ ସୋସିଆଲ ମିଡିଆରେ ସ୍ବାଧୀ ପ୍ରଜ୍ଞାଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି। ଏହି ଘଟଣା ପରେ ବିଜେପି ପକ୍ଷରୁ କୁହାଯାଇଛି, ଏହା ଦଳର ନୁହେଁ ସ୍ବାଧୀ ପ୍ରଜ୍ଞାଙ୍କ ବ୍ୟକ୍ତିଗତ ମନ୍ତବ୍ୟ। ଏହି ମାମଲାରେ ମଧ୍ୟ ପ୍ରଦେଶର ନିର୍ବାଚନ କମିଶନ ବିଜେପିକୁ ରିପୋର୍ଟ ମାଗିବା ସହ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷେ ଆଇପିଏସ୍ ଆସୋସିଏସନ୍ ଟ୍ବିଟ କରି ସ୍ବାଧୀ ପ୍ରଜ୍ଞାଙ୍କ ମନ୍ତବ୍ୟକୁ ନିନ୍ଦା କରିଛି। ଉଲ୍ଲେଖନୀୟ ଯେ ପରମବୀର ଚକ୍ର ସମ୍ମାନ ପାଇଥିବା ହେମନ୍ତ କରକରେଙ୍କ ବଳିଦାନ ପାଇଁ ୨୬/୧୧ ଆତଙ୍କବାଦୀ ଆକ୍ରମଣର ଆତଙ୍କବାଦୀ କସାବକୁ ଗିରଫ କରିବାରେ ସଫଳତା ମିଳିଥିଲା।

୨୦୦୮ ସେପ୍ଟେମ୍ବର ୨୯ରେ ମାଲେଗାଓଁରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୧ ଜଣ ଆହତ ହୋଇଥିଲେ। ପ୍ରାଥମିକ ସ୍ତରରେ ହେମନ୍ତ କରକରେ ଏହାର ତଦନ୍ତ କରିଥିଲେ। ଏହି ବିସ୍ଫୋରଣ ଘଟଣାରେ ଲ୍ୟୁଟନାଣ୍ଟ କର୍ଣ୍ଣେଲ ଶ୍ରୀକାନ୍ତ ପୁରୋହିତ, ସାଧ୍ୱୀ ପ୍ରଜ୍ଞା ଓ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ଏହି ଘଟଣାରେ ସାଧ୍ୱୀ ପ୍ରଜ୍ଞା ମୁଖ୍ୟ ଥିଲେ। ତେବେ ୨୦୧୫ରେ ଏନ୍ଆଇଏ ତାଙ୍କୁ କ୍ଲିନଚିଟ୍ ମିଳିବା ପରେ ଟ୍ରାଏଲ କୋର୍ଟ ତାଙ୍କୁ ଜେଲରୁ ମୁକ୍ତ କରି ନଥିଲେ। ଏହାପରେ ଦୀର୍ଘ ୯ ବର୍ଷ କାଳ ଜେଲ୍ରେ ରହିବା ପରେ ସାଧ୍ୱୀ ଏବେ ଜାମିନ୍ରେ ଅଛନ୍ତି। ଏହି ବିସ୍ଫୋରଣରେ ସାଧ୍ୱୀଙ୍କ ବାଇକ୍ର ବ୍ୟବହାର ହୋଇଥିଲା।