
ସିଡନୀ,୨୮/ ୧୧: ୯ ମାସ ପରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଗତକାଲି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ଟିମ୍ ଇଣ୍ଡିଆ ମ୍ୟାଚରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆଠୁ ୬୬ ରନରେ ପରାସ୍ତ ହୋଇଥିଲ।। ଗତକାଲିର ମ୍ୟାଚରେ ଟିମ୍ ଇଣ୍ଡିଆର ଫିଲଡର ମାନେ ଖରାପ ପ୍ରଦର୍ଶନ କରିଥିଲେ। ବୋଲର ମାନେ ମଧ୍ୟ ଅଧିକ ରନ୍ ବ୍ୟୟ କରିଥିଲେ। ଏଥିସହିତ ଷ୍ଟାର ବ୍ୟାଟସମ୍ୟାନ୍ ମାନେ ମଧ୍ୟ ଭଲ ପ୍ରଦର୍ଶନ କରି ପାରି ନଥିଲେ। ଯାହାଫଳରେ ଟିମ୍ ଇଣ୍ଡିଆ ମ୍ୟାଚ ହାରିଥିଲା। ଯାହାକୁ ନେଇ ଅନେକ ପୂର୍ବତନ କ୍ରିକେଟର ମତ ରଖିଛନ୍ତି।
ଟିମ୍ ଇଣ୍ଡିଆର ଖେଳାଳି ମାନେ ଆଇପିଏଲରେ ଟିମ୍ ପରି ଖେଳୁଥିଲେ। ହେଲେ ପ୍ରଥମ ଦିନିକିଆରେ ଖେଳାଳି ମାନେ ଗୋଟିଏ ଟିମ ଭଳି ଖେଳିନଥିଲେ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ତଥା ଷ୍ଟାର ଖେଳାଳି ମାଇକେଲ ଭନ୍ କହିଛନ୍ତି।
ଭନ୍ ଆହୁରି କହିଛନ୍ତି ଯେ, ଟିମ୍ ଇଣ୍ଡିଆ ସିରିଜର ପ୍ରଥମ ମ୍ୟାଚରୁ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଯାହାଫଳରେ ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ ୬୬ ରନରେ ହରାଇଥିଲା। ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ବିପାକ୍ଷିକ ସିରିଜର ସମସ୍ତ ଫର୍ମାଟରେ ଟିମ୍ ଇଣ୍ଡିଆକୁ ଅଷ୍ଟ୍ରେଲିଆ ହରାଇବ ବୋଲି ମାଇକେଲ ଭନ୍ କହିଛନ୍ତି।
ଭନ୍ ଆହୁରି କହିଛନ୍ତି ଯେ, ଟିମ୍ ଇଣ୍ଡିଆ ଯେଉଁଭଳି ଭାବେ ଖେଳ ପ୍ରଦର୍ଶନ କଲା ମୋ ପାଇଁ ଟିମ୍ ଇଣ୍ଡିଆ ଓଲ୍ଡ ସ୍କୁଲ ମେଣ୍ଟାଲିଟିରେ ଖେଳୁଥିଲା। ୫ଜଣ ବୋଲରଙ୍କ ସହିତ ମଇଦାନକୁ ଓହ୍ଲାଇଥିଲା ଓ ବ୍ୟ୍ୟାଟିଂ ଅର୍ଡରରେ ଗଭୀରତା ନଥିଲା ବୋଲି ଭନ୍ କହିଛନ୍ତି।