ଛାତ୍ରୀଙ୍କୁ ପ୍ରେମ ବିବାହ ନକରିବାକୁ ଶପଥ କରାଇଲେ ଶିକ୍ଷକ, ଭିଡିଓ ଭାଇରାଲ ପରେ ବଢିଲା ବିବାଦ

ଅମରାବତୀ,୧୪।୨: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ଭାଲେଣ୍ଟାଇନ୍ ଡେ’ର ଠିକ୍ ଗୋଟେ ଦିନ ପୂର୍ବରୁ କଲେଜ ଛାତ୍ରୀଙ୍କୁ ପ୍ରେମ ବିବାହ ନକରିବାକୁ ଶପଥ ଦିଆଯାଇଛି।  କଲେଜ ଛାତ୍ରୀମାନେ ଲଭ ମ୍ୟାରେଜ ବା ପ୍ରେମ ବିବାହ ନକରିବାକୁ ଶପଥ ନେଉଥିବା ବେଳର ଭିଡିଓ ଭାଇରାଲ ହେବାପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ବିଜେପି ନେତା ଓ ପୂର୍ବତନ ମହିଳା ଓ ବାଳ କଲ୍ୟାଣମନ୍ତ୍ରୀ ପଙ୍କଜା ମୁଣ୍ଡେ କଲେଜ ପ୍ରଶାସନ ଉପରେ ପ୍ରଶ୍ନ ଉଠାଇଛନ୍ତି।

କଲେଜର ଶିକ୍ଷକମାନେ ଛାତ୍ରୀଙ୍କୁ ବାପା-ମାଙ୍କ ଉପରେ ବିଶ୍ବାସ ରଖି ଲଭ ମ୍ୟାରେଜ୍ ନକରିବା ପାଇଁ ଶପଥପାଠ କରାଇଥିଲେ। ଏହା ସହିତ ଯୌତୁକ ନେଉଥିବା ଯୁବକ ସହିତ ବିବାହ ନକରିବାକୁ ମଧ୍ୟ ଶପଥ କରାଇଥିଲେ। ଏଭଳି ଏକ ମାମଲା ବିଦର୍ଭ ୟୁଥ ଓ୍ବେଲଫେୟାର ସୋସାଇଟିର ଆର୍ଟସ-କଲେଜ ଚାନ୍ଦୁର କ୍ଲେଭେ କଲେଜର ବୋଲି ଜଣାପଡିଛି। ପାଖ ଗାଁରେ କଲେଜର ଏନଏସଏସ୍ କ୍ୟାମ୍ପ ଚାଲୁଥିଲା। ଏହି କ୍ୟାମ୍ପରେ ଛାତ୍ରୀଙ୍କୁ ଲଭ ମ୍ୟାରେଜ୍ ନକରିବା ନେଇ ଶପଥ ଦିଆଯାଉଥିଲା।

   ସମ୍ବନ୍ଧିତ ଖବର


କରୋନା ଭାଇରସ୍: କ୍ୱାରେଣ୍ଟାଇନ ସେଣ୍ଟର ରୁମ୍ ସାମ୍ନାରେ ମଳତ୍ୟାଗ କରି ଅଡ଼ୁଆରେ ତବଲିଗ ଜମାଟ୍ ସଦସ୍ୟ, ମାମଲା ରୁଜୁ

କ’ଣ ଏହି ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ୍, ୧୯୫୫ ? ଏହାକୁ ଜାଣି ରଖିଲେ ଆଉ ହେବେନି ହଇରାଣ

ମସ୍ତିଷ୍କ କ୍ଷତି ସହ ଦୃଷ୍ଟି ଶକ୍ତି ହରାଇବା: ଡୋନାଲ୍ଡ ଟ୍ରମ୍ପଙ୍କ ଗେମ୍ ଚେଞ୍ଜର ଔଷଧ କୋଭିଡ -୧୯ ରୋଗୀଙ୍କ ଗୁରୁତର କ୍ଷତି କରିପାରେ

ବଲିଉଡର ପ୍ରଖ୍ୟାତ ଫିଲ୍ମ ପ୍ରଡ୍ୟୁସର କରିମ ମୋରାନୀ କରୋନା ପଜିଟିଭ, ହସ୍ପିଟାଲରେ ହେଲେ ଭର୍ତ୍ତି