PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ପିଓକେରେ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ଜନ୍ମ ନେଲା ଶିଶୁ, ଦମ୍ପତ୍ତି ନାଁ ରଖିଲେ ‘ମିରାଜ’

source:www.amarujala.com

ହଲ୍ଦୱାନୀ ୨୮/୨: ଭାରତୀୟ ବାୟୁସେନାର ବୀର ଯବାନଙ୍କ ଏୟାର ଷ୍ଟ୍ରାଇକ୍ ପରେ ସାରା ଦେଶରେ ଖୁସିର ବାତାବରଣ ଦେଖିବାକୁ ମିଳିଥିଲା । ସବୁଆଡେ ବାୟୁସେନାଙ୍କ ପରାକ୍ରମ ଓ ଫାଇଟର ପ୍ଲେନ୍ ମିରାଜର ଚର୍ଚ୍ଚା ଚାଲିଲା । ବୁଧବାର ହଲ୍ଦୱାନୀର ଏକ ହସ୍ପିଟାଲରେ ମଧ୍ଯ ଦେଶଭକ୍ତିର ରଙ୍ଗ ଦେଖିବାକୁ ମିଳିଛି । ଦ୍ୱିପ୍ରହର ପ୍ରାୟ ୧୨ଟା ସମୟରେ ହସ୍ପିଟାଲରେ ନମରା ମସଜିଦ୍ ବରେଲୀ ରୋଡର ଜଣେ ଅଧିବାସୀ ପ୍ରିତି ଗୁପ୍ତା ଏକ ପୁତ୍ରସନ୍ତାନକୁ ଜନ୍ମ ଦେଲେ । ପିତାମାତା ପିଲାର ନାଁ ରଖିଦେଲେ ‘ମିରାଜ’ ।

source:www.amarujala.com

ଦେବଭୂମି ଉଦ୍ଯୋଗ ବ୍ଯାପାର ମଣ୍ଡଲ ଜିଲ୍ଲା ମନ୍ତ୍ରୀ ରବି ଗୁପ୍ତା କହିଥିଲେ ଯେ ଭାରତୀୟ ବାୟୁ ସେନା ଯେଉଁଭଳି ମିରାଜ ଫାଇଟର ପ୍ଲେନ୍ ମାଧ୍ଯମରେ ଆତଙ୍କୀଙ୍କୁ ପାନେ ଚଖାଇଲେ, ସେହି ସମୟରେ ସବୁ ହିନ୍ଦୁସ୍ତାନୀ ଖୁସିରେ ଫାଟି ପଡୁଥିଲେ । ଏହି ସମୟରେ ସେ ଏକ ପୁତ୍ର ସନ୍ତାନର ଜନକ ହେଲେ । ତେଣୁ ସେ ପୁତ୍ରର ନାଁ ରଖିଦେଲେ ମିରାଜ । ସେ କହିଥିଲେ ଯେ ଦେଶସେବାଠାରୁ ବଡ ସେବା ଆଉ କିଛି ନାହିଁ । ସେ ନିଜ ପୁଅକୁ ଭାରତୀୟ ସେନାରେ ଭର୍ତ୍ତି କରିବା ପାଇଁ ପ୍ରେରଣା ଦେବେ ।