ବାୟୁସେନା ଟାର୍ଗେଟ କରେ, କେତେ ମଲେ ତାହା ଗଣିବା ଆମ କାମ ନୁହେଁ: ଧନୋଆ

ନୂଆଦିଲ୍ଲୀ,୪।୩: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣର ଜବାବ୍ ଦେବା ପାଇଁ ପାକିସ୍ତାନରେ ପଶି ଏୟାରଷ୍ଟ୍ରାଇକ୍ କରିବା ନେଇ ଆଜି ବାୟୁସେନା ପକ୍ଷରୁ ବଡ ଧରଣର ବୟାନ ଦିଆଯାଇଛି। ବାଲାକୋଟ ଏୟାରଷ୍ଟ୍ରାଇକ ଏବଂ ଏହାପରେ ଉଠିଥିବା ଅନେକ ପ୍ରଶ୍ନ ଉପରେ ଆଜି ବାୟୁସେନା ମୁଖ୍ୟ ଡିଏସ ଧନୋଆ କୋଏମ୍ବାଟୁରରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ବାୟୁସେନାର କାମ ଟାର୍ଗେଟକୁ ହିଟ୍ କରିବା। ଅପରେସନରେ କେତେଜଣ ଆତଙ୍କବାଦୀ ମରିଛନ୍ତି କିମ୍ବା କ୍ଷତି ହୋଇଛି ତାହା ଗଣିବା ଆମ କାମ ନୁହେଁ। ଯଦି ଆମର ଟାର୍ଗେଟ ଠିକ୍ ଭାବରେ ଲାଗିନାହିଁ ଓ କେବଳ ଜଙ୍ଗଲରେ ବମ୍ ପକାଇ ଆସିଥାନ୍ତୁ ତେବେ ପାକିସ୍ତାନ ପଟୁ ଜବାବ୍ କାହିଁକି ଆସିଥାନ୍ତା?ଏହା ଉପରେ କୌଣସୀ ଟିପ୍ପଣୀ କରାଯିବ ନାହିଁ। କେତେ ମରିଛନ୍ତି ତାହା ସରକାର ଘୋଷଣା କରିବେ।
Air Chief Marshal BS Dhanoa on air strikes: IAF is not in a postilion to clarify the number of casualties. The government will clarify that. We don’t count human casualties, we count what targets we have hit or not. pic.twitter.com/Ji3Z6JqReB
— ANI (@ANI) March 4, 2019
ଏହି ଏୟାରଷ୍ଟ୍ରାଇକରେ ମିଗ୍-୨୧ର କାହିଁକି ବ୍ୟବହାର ହେଲା ତାହାର ଉତ୍ତର ଦେଇ ଧନୋଆ କହିଛନ୍ତି ମିଗ୍-୨୧ ଏକ ଉନ୍ନତ ଏୟାରକ୍ରାଫ୍ଟ । ଏହାକୁ ଅପେଗ୍ରଡ କରାଯାଇଛି । ଏହା ପାଖରେ ଭଲ ରାଡାର ରହିଛି । ଏହାସହ ଏୟାର ଟୁ ଏୟାର ମିସାଇଲ ଏବଂ ଅସ୍ତ୍ର ସିଷ୍ଟମ ମଧ୍ୟ ଏହାର ଆଧୁନିକ ଅଟେ । ଯାହା ସବୁ ଯୁଦ୍ଧ ବିମାନ ଆମ ପାଖରେ ରହିଛି ଆମେ ତାକୁ ବ୍ୟବହାର କରୁ। ଏବେ ବି ଆତଙ୍କବାଦୀଙ୍କ ବିରୋଧରେ ଆମର ଅପରେସନ୍ ଜାରି ରହିଛି। ସମସ୍ତଙ୍କ ସାମନାରେ ଅଧିକ ସୂଚନା ଦେଇ ହେବନି। ଆମର ସେନା ଏଫ୍-୧୬କୁ ଧ୍ବଂସ କରିଥିବା ନେଇ ଆମ ପାଖରେ ପ୍ରମାଣ ରହିଛି।
Air Chief Marshal BS Dhanoa in Coimbatore: One is a planned operation in which you plan & carry out. But when an adversary does a strike on you, every available aircraft goes in, irrespective of which aircraft it is. All aircraft are capable of fighting the enemy. pic.twitter.com/UE110zE3nv
— ANI (@ANI) March 4, 2019
ଏହାସହ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନ କେବେ କାର୍ଯ୍ୟରେ ପୁଣିଥରେ କାର୍ଯ୍ୟରେ ଯୋଗେ ଦେବେ ଓ ଯୁଦ୍ଧ ବିମାନ ଉଡାଇ ପାରିବେ କି ନାହିଁ ସାମ୍ବାଦିକମାନେ ପ୍ରଶ୍ନ ପଚାରିଥିଲେ । ଏହାର ଉତ୍ତର ଦେଇ ବାୟୁସେନା ମୁଖ୍ୟ କହିଥିଲେ ଅଭିନନ୍ଦନଙ୍କ ମେଡିକାଲ ଟେଷ୍ଟ ଜାରି ରହିଛି। ସେ ଫିଟ୍ ହେବାପରେ ପୁଣିଥରେ ଫାଇଟର ପ୍ଲେନ ଉଡାଇ ପାରିବେ। ଯୁଦ୍ଧ ବିମାନ ସେ ଉଡାଇ ପାରିବେ କି ନାହିଁ ତାହା ଅଭିନନ୍ଦନଙ୍କ ଫିଟନେସ୍ ଉପରେ ନିର୍ଭର କରେ। ଯେଉଁ ପ୍ରକାର ଚିକିତ୍ସା ତାଙ୍କୁ ଦରକାର ହେବ ତାଙ୍କ ପାଇଁ କରାଯିବ।