ମହଙ୍ଗା ପଡ଼ିଲା ମୋଦିଙ୍କ ହେଲିକପ୍ଟର ଯାଞ୍ଚ; ସମ୍ବଲପୁର ପର୍ଯ୍ୟବେକ୍ଷକ ନିଲମ୍ବିତ

ଭୁବନେଶ୍ୱର,୧୭ା୪(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ ବେଶ୍‌ ମହଙ୍ଗା ପଡ଼ିଛି । ସମ୍ବଲପୁର ଲୋକସଭା ଆସନ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ନିଲମ୍ବନ କରିଛନ୍ତି ନିର୍ବାଚନ ଆୟୋଗ । ପ୍ରଧାନମନ୍ତ୍ରୀ ଏକ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ସମ୍ବଲପୁର ଗସ୍ତରେ ଥିବା ବେଳେ ଏକ ଫ୍ଲାଇଂ ସ୍କ୍ୱାଡ୍‌ ତାଙ୍କ ହେଲିକପ୍ଟର ଯାଞ୍ଚ କରିଥିଲା ।
ନିର୍ବାଚନ ଆୟୋଗ ଏକ ଆଦେଶନାମାରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ବେଳେ ସେଠାକାର ସାଧାରଣ ପର୍ଯ୍ୟବେକ୍ଷକ ତଥା ୧୯୯୬ ବ୍ୟାଚ୍‌ କର୍ଣ୍ଣାଟକ କ୍ୟାଡର୍‌ ପ୍ରଶାସନିକ ସେବା ଅଧିକାରୀ ମହମ୍ମଦ ମହସିନ୍‌ କର୍ତ୍ତବ୍ୟରେ ଅବହେଳା କରିଛନ୍ତି । ଏସ୍‌ପିଜି ନିରାପତ୍ତା ନିୟମକୁ ମାନିନାହାନ୍ତି । ଏଣୁ ତାଙ୍କୁ ତତ୍କାଳ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।

ବିଜେପିର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି, ମୋଦିଙ୍କ ଗସ୍ତ ବେଳେ ସମ୍ବଲପୁରଠାରେ ତାଙ୍କ ହେଲିକପ୍ଟରକୁ ଯାଞ୍ଚ କରାଯାଇଛି । ତେବେ ଏଥିରେ ମହସିନ୍‌ଙ୍କ ଭୂମିକା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏହି ଘଟଣା ପରେ ଆଜି ଉପ ନିର୍ବାଚନ ଆୟୁକ୍ତ ଧର୍ମେନ୍ଦ୍ର ଶର୍ମା ସମ୍ବଲପୁର ଗସ୍ତରେ ଆସି ସେଠାକାର ରିଟର୍ଣ୍ଣିଂ ଅଫିସର ଓ ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କୁ ଭେଟିଛନ୍ତି ଓ ଘଟଣାର ଅନୁଧ୍ୟାନ କରିଛନ୍ତି । ତେବେ ଏ ନେଇ ସକ୍ସେନା କିମ୍ବା ନିର୍ବାଚନ ଆୟୋଗଙ୍କ ନିକଟରୁ କୌଣସି ତଥ୍ୟ ମିଳିପାରି ନାହିଁ ।
ନିର୍ବାଚନ ଆୟୋଗଙ୍କ ଆଦେଶନାମାରେ କୁହାଯାଇଛି, ମହସିନ୍‌ ଏସ୍‌ପିଜି ନିୟମକୁ ପାଳନ କରିନାହାନ୍ତି ବୋଲି ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ), ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସମ୍ବଲପୁର ଡିଆଇଜି ନିଜ ରିପୋର୍ଟରେ ଦର୍ଶାଇଛନ୍ତି । ଏଣୁ ନିର୍ବାଚନ ଆୟୋଗ ନିଜ ଅଧିକାର ବଳରେ ମହସିନ୍‌ଙ୍କୁ ନିଲମ୍ବନ କରାଯାଇଛି । ଯେ ପର୍ଯ୍ୟନ୍ତ ପୁନଶ୍ଚ ଆଦେଶନାମା ଜାରି ନ ହୋଇଛି, ସେଯାଏଁ ସେ ସମ୍ବଲପୁର ମୁଖ୍ୟାଳୟରେ ରହିବେ ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ