ICCର ବଡ଼ ଘୋଷଣା: ଏଣିକି ଏହି କ୍ରିକେଟର ଖେଳି ପାରିବେନି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍

ଦୁବାଇ,୨୦/ ୧୧: ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ICC)ର ବଡ଼ ଘୋଷଣା। ଏଣିକି ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିବା ପାଇଁ ନୂଆ ନିୟମ ଲାଗୁ କରିଛି ଆଇସିସି। ଏଣିକି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିବା ପାଇଁ ପୁରୁଷ, ମହିଳା ଓ ୧୯ ବର୍ଷରୁ କମ୍‌ ବିଭାଗର ଖେଳାଳିଙ୍କ ବୟସ ଅତିକମରେ ୧୫ ବର୍ଷ ହେବା ଅନିବାର୍ଯ୍ୟ। ଆଇସିସି ବୋର୍ଡ ଖେଳାଳିଙ୍କ ସୁରକ୍ଷାକୁ ନଜରରେ ରଖି ଏହି ନିୟମ ଲାଗୁ କରିଛି। ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବୟସ ସମ୍ବନ୍ଧୀୟ ନିୟମ ପ୍ରାୟତଃ ଆଇସିସି ଟୁର୍ଣ୍ଣାମେଣ୍ଟ, ଦ୍ବିପାକ୍ଷିକ କ୍ରିକେଟ୍ ଏବଂ ଅଣ୍ଡର-୧୯ କ୍ରିକେଟ ମଧ୍ୟ ସାମିଲ ଅଛି।

ଆଇସିସି ପକ୍ଷରୁ କୁହାଯାଇଛି ଯେ, ଏକ ବିଶେଷ ପରିସ୍ଥିତିରେ ଯଦି ସଦସ୍ୟ ବୋର୍ଡ ୧୫ ବର୍ଷରୁ କମ୍‌ ବୟସର ଖେଳାଳିଙ୍କୁ ଖେଳିବାକୁ ଅନୁମତି ଦେବାକୁ ଚାହାନ୍ତି ତେବେ ଆଇସିସିରେ ଆବେଦନ କରି ପାରିବେ। ଏଥିରେ ଖେଳାଳିଙ୍କର ଖେଳ ପ୍ରତି କେତେ ଅନୁଭବ ଅଛି, ମାନସିକ ବିକାଶ ଓ ଅନ୍ତରାଷ୍ଟ୍ରୀୟ କ୍ରିକେଟର ଚାପ ସହ ଖେଳି ପାରିବେ ନାହିଁ ତାହା ଉପରେ ଧ୍ୟାନ ରଖାଯିବ।

ଯଦିଏକ ସମସ୍ୟ ବୋର୍ଡ ଆଇସିସିଠୁ ୧୫ ବର୍ଷରୁ କମ୍‌ ବୟସର ଖେଳାଳିଙ୍କ ଖେଳିବା ନେଇ ଅନୁମତି ମାଗି ପାରନ୍ତି। ହେଲେ ସେହି ଖେଳାଳି ଜଣକ ଖେଳର ଅନୁଭବ ଓ ମାନସିକ ବିକାଶ ମୁକାବିଲା କରିବର କ୍ଷମତା ରହିଥିବା ଜରୁରୀ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।

ସୂଚନାଥାଉକି, ପାକିସ୍ତାନର ହସନ ରାଜା ୧୪ ବର୍ଷ ଓ ୨୨୭ ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ସେ ସବୁଠୁ କମ୍‌ ବୟସର ଖେଳାଳି ଭାବେ ଅନ୍ତର୍ଜାତୀୟ ମ୍ୟାଚରେ ଡେବ୍ୟୁ କରିଥିଲେ। ସେହିପରି ଟେଷ୍ଟ ମ୍ୟାଚରେ ସର୍ବ କନିଷ୍ଠ ଖେଳାଳି ଭାବେ ସଚିନ ତେନ୍ଦୁଲକର ଭାରତରୁ ଡେବ୍ୟୁ କରିଥିଲେ। ସଚିନ୍‌ ୧୬ ବର୍ଷ ୨୦୫ ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ।

   ସମ୍ବନ୍ଧିତ ଖବର


କୃଷକ ଆନ୍ଦୋଳନ; ଦିଲ୍ଲୀ ପୋଲିସକୁ କେଜ୍ରିଓ୍ବାଲ ସରକାରଙ୍କ ବଡଝଟକା, ଷ୍ଟାଡିୟମରେ ତିଆରି ହେବନି ଅସ୍ଥାୟୀ ଜେଲ୍…

ଅନ୍ନଦାତା ମେଣ୍ଟାଇଲେ କ୍ଷୁଧା: ଆନ୍ଦୋଳନକାରୀ କୃଷକ ପୋଲିସକୁ ପିଆଇଲେ ପାଣି, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

ଲୋମଟାଙ୍କୁରା ଦୃଶ୍ୟ : ଷ୍ଟ୍ରେଚରରେ ରଖାଯାଇଥିବା ଶିଶୁର ମୃତଦେହକୁ ଖାଉଛି କୁକୁର, ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ଏହି ‌ଭିଡ଼ିଓ

କଙ୍ଗନା ମାମଲାରେ ଉଦ୍ଧବ ସରକାରଙ୍କୁ ବମ୍ବେ ହାଇକୋର୍ଟଙ୍କ କଡ଼ା ସମାଲୋଚନା, ଅଫିସ ଭାଙ୍ଗିବା ପାଇଁ ବିଏମସିକୁ ଦେବାକୁ ପଡିବ କ୍ଷତିପୂରଣ…

ହ୍ବାଟସଆପ୍ ମେସେଜରେ ଆସୁଥିବା ଏହି ଲିଙ୍କ୍ ଉପରେ ଭୁଲରେ ବି କରନ୍ତୁନି କ୍ଲିକ୍, ସରକାର ଜାରି କଲେ ଚେତାବନୀ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ