କ୍ରିକେଟ୍ ଉପରେ ଭାରି ପଡିଲା କରୋନା, ଏହି ଟୁର୍ଣ୍ଣାମେଣ୍ଟ ଘୁଞ୍ଚାଇଲା ଆଇସିସି

ଦୁବାଇ ୬/୩: ସାରା ବିଶ୍ୱରେ ଆତଙ୍କ ମଚାଇଥିବା କରୋନାଭାଇରସ୍ ମଧ୍ୟ କ୍ରିକେଟକୁ ମଧ୍ୟ ଛାଡିନି । କରୋନା ଯୋଗୁଁ ଆଇସିସି କ୍ରିକେଟ୍ ବିଶ୍ୱକପ୍ ଚ୍ୟାଲେଞ୍ଜ ଲିଗ୍ ଏ ଟୁର୍ନାମେଣ୍ଟର ତାରିଖ ଆଗକୁ ବଢାଇଛି । ଏହି ଟୁର୍ଣ୍ଣାମେଣ୍ଟ ୧୬ ମାର୍ଚ୍ଚରୁ ୨୬ ମାର୍ଚ୍ଚ ମାଲେସିଆରେ ଖେଳାଯାଇଥାନ୍ତା । ବର୍ତ୍ତମାନ ବିଶ୍ୱବ୍ୟାପୀ ୯ ହଜାରରୁ  ଅଧିକ କରୋନାଭାଇରସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ସାରା ବିଶ୍ୱରେ ୩୨୦୦ ରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି । ଭାରତରେ ଏପର୍ଯ୍ୟନ୍ତ ୩୧ ଟି ମାମଲା ଚିହ୍ନଟ ହୋଇଛି।

କ୍ରିକେଟ୍ ବିଶ୍ୱକପ୍ ଚ୍ୟାଲେଞ୍ଜ ଲିଗ୍ ଏରେ କାନାଡା, ଡେନମାର୍କ, ମାଲେସିଆ, କାତାର, ସିଙ୍ଗାପୁର ଦଳ ଅଂଶଗ୍ରହଣ କରିଥାନ୍ତେ । ତେବେ ଚଳିତ ବର୍ଷ ଶେଷରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି। ଆଇସିସି ହେଡ ଅଫ୍ ଇଭେଣ୍ଟସ କ୍ରିସ ଟେଟଲି କହିଛନ୍ତି ଯେ କରୋନାଭାଇରସର ବିପଦ ହେତୁ ଆଇସିସି ପୁରୁଷ କ୍ରିକେଟ୍ ବିଶ୍ୱକପ ଚ୍ୟାଲେଞ୍ଜ ଲିଗ୍ ଏକୁ ସ୍ଥଗିତ ରଖିବାକୁ ଆମେ  ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଛୁ ।

ଆଇପିଏଲ୍ ଉପରେ ମଧ୍ୟ କରୋନାଭାଇରସର ପ୍ରଭାବ ଅନୁମାନ କରାଯାଉଛି | ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି ଯେ ଆଇପିଏଲ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଏହାକୁ ସଫଳ କରିବା ପାଇଁ ବୋର୍ଡ ଯଥାସମ୍ଭବ ଉଦ୍ୟମ କରୁଛି। ଏହି ପ୍ରସଙ୍ଗରେ ବିସିସିଆଇ ଅଧିକାରୀମାନେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସହିତ ଯୋଗାଯୋଗ କରୁଛନ୍ତି।

କେନ୍ଦ୍ର ସରକାରଙ୍କ ସୁପାରିଶ ଉପରେ ବିସିସିଆଇ ନିର୍ଦ୍ଦେଶାବଳୀ ଜାରି କରିବାକୁ ବିଚାର କରୁଛି । ଖେଳାଳି, ବିମାନ କମ୍ପାନୀ, ଟିମର ହୋଟେଲ, ପ୍ରସାରଣ କ୍ରୁ ଏବଂ ଆଇପିଏଲ ଇଭେଣ୍ଟ ସହ ଜଡିତ ସମସ୍ତଙ୍କୁ ଏହି ନିର୍ଦ୍ଦେଶାବଳୀ ପ୍ରଦାନ କରାଯିବ। ଖେଳାଳୀଙ୍କୁ ପ୍ରଶଂସକଙ୍କ ସହ ହାତ ନମିଳାଇବାକୁ ଏବଂ ଅନ୍ୟମାନଙ୍କ ମୋବାଇଲ୍ ଫୋନରୁ ଫଟୋ କ୍ଲିକ୍ ନକରିବାକୁ ପରାମର୍ଶ ଦିଆଯାଇଛି | କହିରଖୁଛୁ ମାର୍ଚ୍ଚ ୨୯ ରେ ଆଇପିଏଲ୍ ୨୦୨୦ ଆରମ୍ଭ ହେବ |

   ସମ୍ବନ୍ଧିତ ଖବର


ବିରାଟଙ୍କ କ୍ୟାପଟେନ୍ସିକୁ ନେଇ ପୁଣି ବର୍ଷିଲେ ଗମ୍ଭୀର, କହିଲେ…

ଟେଷ୍ଟ ଚାମ୍ପିଅନସିପ୍‌ ଟୁର୍ଣ୍ଣାମେଣ୍ଟରେ ଲାଗି ପାରେ ବ୍ରେକ୍; ଆଇସିସି ଅଧ୍ୟକ୍ଷ ଦେଲେ ସଙ୍କେତ, କହିଲେ-ଫାଇଦା…

କ୍ଷମତା ବାହାରେ ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍‌, ଏମିତି କାହିଁକି କହିଲେ ICCର ନୂତନ ଅଧ୍ୟକ୍ଷ

ସଚିନଙ୍କ ରେକର୍ଡ଼ ଭାଙ୍ଗିଲେ କୋହଲି, ୨୨,୦୦୦ ରନ୍‌ ପୂରଣରେ ଦ୍ରୁତତମ ଖେଳାଳି ବିରାଟ

ଘରୋଇ ସିଜନ୍‌ ପାଇଁ ରାଜ୍ୟ ସଂଘ ଗୁଡ଼ିକୁ ବିସିସିଆଇ ଦେଲା ପ୍ରସ୍ତାବ, ଡିସେମ୍ବରରୁ ଆରମ୍ଭ ହୋଇପାରେ ରଣଜୀ ଟ୍ରଫି ମ୍ୟାଚ୍

ପାକ୍‌ ଅଧିନାୟକ ବାବରଙ୍କ ବଢ଼ିଲା ଅଡୁଆ, ପୀଡ଼ିତା ମହିଳା ଆଣିଲେ ପ୍ରତାରଣା ଓ ନିର୍ଯାତନା ଅଭିଯୋଗ