PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଇସିସି ଟି୨୦ ରାଙ୍କିଂରେ ଭାରତୀୟଙ୍କ ଦବଦବା, ଟପ୍ ୧୦ରେ ବିରାଟ୍ ଓ ରାହୁଲ

ନୂଆଦିଲ୍ଲୀ, ୧୨|୧୨:   ବୁଧବାର ଖେଳାଯାଇଥିବା ଶେଷ ଟି୨୦ରେ ଭାରତ ଓ୍ୱେଷ୍ଟଇଣ୍ଡିଜକୁ ୬୭ ରନରେ ପରାସ୍ତ କରିଛି। ଏହାସହ ଦଳ ସିରିଜକୁ ୨-୧ରେ ବିଜୟୀ ହୋଇଛି।

ଏହି ସିରିଜରେ ଭାରତ ତରଫରୁ ବିରାଟ କୋହଲି ଓ କେଏଲ ରାହୁଲ ଦୁଇଟି ଅର୍ଧଶତକ ସହ ତିନୋଟି ମ୍ୟାଚରେ ୧୫୦ରୁ ଅଧିକ ରନ୍ କରିଛନ୍ତି। ଯାହାର ଫାଇଦା ଉଭୟଙ୍କୁ ଆଇସିସି ରାଙ୍କିଙ୍କରେ ମିଳିଛି। ଗୁରୁବାର ଆଇସିସି ତରଫରୁ ଜାରି ଟି୨୦ ରାଙ୍କିଂରେ ବିରାଟଙ୍କୁ ୫ଟି ଓ ରାହୁଲଙ୍କୁ ୪ଟି ସ୍ଥାନର ଫାଇଦା ହୋଇଛି। ରାହୁଲ ୭୩୪ ଅଙ୍କ ସହ ଷଷ୍ଠ ଓ ବିରାଟ ୬୮୫ ଅଙ୍କ ସହ ଟପ୍-୧୦ ତାଲିକାରେ ଦଶମ ସ୍ଥାନରେ ପ୍ରବେଶ କରିଛନ୍ତି।ତେବେ ଭାରତୀୟ ଓପନର ରୋହିତ ଶର୍ମା ଗୋଟିଏ ଅଙ୍କ ତଳକୁ ଖସି ୬୮୬ ଅଙ୍କ ସହ ନବମ ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ପାକିସ୍ତାନୀ ବ୍ୟାଟସମ୍ୟାନ ବାବର ଆଜମ ପ୍ରଥମ ସ୍ଥାନରେ ରହିଥିବା ବେଳେ ତାଙ୍କ ପରେ ଯଥାକ୍ରମେ ଆରୋନ ପିଞ୍ଚ, ଡେଭିଡ୍ ୱାର୍ଣ୍ଣର, କୋଲିନୀ ମୁନରୋ, ହଜରତୁଲ୍ଲାହୀ ଜଜାଇ, ରୋହିତ ଶର୍ମା ଓ ବିରାଟ କୋହଲି ରହିଛନ୍ତି।