PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଆଇସିସି ଟେଷ୍ଟ ମାନ୍ୟତା ତାଲିକା: ଶୀର୍ଷରେ ବିରାଟ

ଦୁବାଇ ୨୫/୧୨: ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲି ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ଦ୍ୱିତୀୟ ସ୍ଥାନରେ ଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ଠାରୁ ୧୭ରେଟିଂ ପଏଣ୍ଟ ଆଗୁଆ ରହିଛନ୍ତି । କୋହଲି ୯୨୮ପଏଣ୍ଟ ପାଇଥିବାବେଳେ ସ୍ମିଥ୍‌ ୯୧୧ପଏଣ୍ଟ ହାସଲ କରିଛନ୍ତି । ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲାମସନ୍‌ (୮୬୪ପଏଣ୍ଟ) ତୃତୀୟ, ଭାରତର ଚେତେଶ୍ୱର ପୂଜାରା (୭୯୧ପଏଣ୍ଟ) ଚତୁର୍ଥ ଓ ଅଷ୍ଟ୍ରେଲିଆର ମାର୍ନସ ଲାବୁସାନ (୭୮୬ପଏଣ୍ଟ) ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି । ପାକିସ୍ତାନର ବାବର ଆଜମ ୩ଟି ସ୍ଥାନ ଉନ୍ନୀତ ହୋଇ କ୍ୟାରିୟର ଶ୍ରେଷ୍ଠ ଷଷ୍ଠ ସ୍ଥାନ ଲାଭ କରିଛନ୍ତି । ଅନ୍ୟ ପଟରେ ଅଜିଙ୍କ୍ୟ ରାହାଣେ ସପ୍ତମ ସ୍ଥାନକୁ ଖସି ଯାଇଥିବାବେଳେ ମୟଙ୍କ ଅଗ୍ରୱାଲ ଦ୍ୱାଦଶ ଓ ରୋହିତ ଶର୍ମା ୧୫ତମ ସ୍ଥାନରେ ରହିଛନ୍ତି ।

ବୋଲିଂ ମାନ୍ୟତାରେ ଷ୍ଟାର୍‌ ପେସ୍‌ ବୋଲର ଜଶପ୍ରୀତ୍‌ ବୁମ୍‌ରା ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି । ମେରୁଦଣ୍ଡ ନିମ୍ନଭାଗ ହାଡ଼ରେ ଫାଟ ସୃଷ୍ଟି ହେବା କାରଣରୁ ସେ ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ଓହରିଯାଇଥିଲେ । ଏହାପରଠୁ ସେ ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ୍‌ ଖେଳିନାହାନ୍ତି । ସେହିପରି ଅନ୍ୟ କୌଣସି ଭାରତୀୟ ବୋଲର ଶ୍ରେଷ୍ଠ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇନାହାନ୍ତି । ଅଷ୍ଟ୍ରେଲିଆର ପାଟ୍‌ କମିନ୍ସ ୮୯୮ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ଦକ୍ଷିଣ ଆଫ୍ରିକାର କାଗିସୁ ରାବାଡ଼ା (୮୩୯ପଏଣ୍ଟ) ଦ୍ୱିତୀୟ, ନ୍ୟୁଜିଲାଣ୍ଡର ନିଲ ୱାଗନର (୮୩୪ପଏଣ୍ଟ) ତୃତୀୟ, ୱେଷ୍ଟଇଣ୍ଡିଜ୍‌ର ଜାସନ ହୋଲ୍ଡର (୮୩୦ପଏଣ୍ଟ) ଚତୁର୍ଥ ଏବଂ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ (୮୦୬ପଏଣ୍ଟ) ପଞ୍ଚମ ସ୍ଥାନରେ ରହିଛନ୍ତି ।