PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଆଇସିସି ଟେଷ୍ଟ ଖେଳାଳି ମାନ୍ୟତା: କୋହଲିଙ୍କୁ ହଟାଇ ଶୀର୍ଷରେ ରହିଲେ ଅଷ୍ଟ୍ରେଲିଆର ଏହି ବ୍ୟାଟ୍ସମ୍ୟାନ୍‌

ଦୁବାଇ ୪/୯ : ସଦ୍ୟ ଘୋଷିତ ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ । ସେ ମାତ୍ର ୧ପଏଣ୍ଟ ଆଗରେ ଥାଇ ଏକ ନମ୍ବର ସ୍ଥାନ ଦଖଲ କରିଥିବା ବେଳେ କୋହଲି ଦ୍ୱିତୀୟକୁ ଖସି ଯାଇଛନ୍ତି । ସ୍ମିଥ୍‌ ୯୦୪ ରେଟିଂ ପଏଣ୍ଟ ଏବଂ କୋହଲି ୯୦୩ରେଟିଂ ପଏଣ୍ଟ ପାଇଛନ୍ତି । ବୋଲିଂ ମାନ୍ୟତାରେ ଭାରତର ଷ୍ଟାର୍‌ ପେସ୍‌ ବୋଲର ଜଶପ୍ରୀତ୍‌ ବୁମ୍‌ରା ୪ଟି ସ୍ଥାନ ଉନ୍ନିତ ହୋଇ କ୍ୟାରିୟର ଶ୍ରେଷ୍ଠ ତୃତୀୟ ସ୍ଥାନ ଲାଭ କରିଛନ୍ତି ।

ବ୍ୟାଟିଂ ମାନ୍ୟତାର ଶୀର୍ଷ ଦୁଇଟି ସ୍ଥାନ ପାଇଁ କୋହଲି ଓ ସ୍ମିଥ୍‌ଙ୍କ ଟକ୍କର ଲାଗି ରହିଥିଲା । ସଦ୍ୟ ସମାପ୍ତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟର କୋହଲିଙ୍କ ନିରାଶାଜନକ ପ୍ରଦର୍ଶନ ସ୍ମିଥ୍‌ଙ୍କ ମାନ୍ୟତାରେ ଉନ୍ନତି ଆଣିଛି । କୋହଲି ଦ୍ୱିତୀୟ ଇନିଂସ୍‌ରେ ଖାତା ଖୋଲି ପାରିନଥିଲେ । ଏହା ତାଙ୍କ ମାନ୍ୟତାରେ ପ୍ରଭାବ ପକାଇଥିଲା । ତେଣୁ ସ୍ମିଥ୍‌ ୧ପଏଣ୍ଟ ଆଗୁଆ ରହି ଶୀର୍ଷ ସ୍ଥାନ ଲାଭ କରିଥିଲେ । ସେ ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ତୃତୀୟ ଆସେସ୍‌ ଟେଷ୍ଟ ଖେଳି ନଥିଲେ ।

ସ୍ମିଥ୍‌ ବଲ୍‌ ଟ୍ୟାମ୍ପରିଂ ବିବାଦରେ ବର୍ଷେ ବାସନ୍ଦା ହେବା ପରେ ୨୦୧୮ରେ କୋହଲି ତାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଥିଲେ । କିନ୍ତୁ ସେ ଚଳିତ ଆସେସ୍‌କୁ ଫେରି ଦମ୍‌ଦାର ପ୍ରଦର୍ଶନ ସହ ପୂର୍ବ ସ୍ଥାନ ଫେରି ପାରିଛନ୍ତି । ସେହିପରି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କ୍ୟ ରାହାଣେ ସପ୍ତମ ଓ ହନୁମା ବିହାରୀ ୩୦ତମ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟେଷ୍ଟ ସିରିଜ୍‌ରେ ରାହାଣେ ମୋଟ ୨୭୧ ରନ୍‌ ଏବଂ ହନୁମା ମୋଟ ୨୮୯ରନ୍‌ କରିଥିଲେ ।

ବୋଲିଂ ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ୍ରିକ୍‌ କମିନ୍ସ ଓ ଦକ୍ଷିଣ ଆଫ୍ରିକା କାଗିସୋ ରାବାଡ଼ା ଶୀର୍ଷ ଦୁଇଟି ସ୍ଥାନ ବଜାୟ ରଖିଛନ୍ତି । ଭାରତର ତାରକା ପେସ୍‌ ବୋଲର ବୁମ୍‌ରା ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ପ୍ରଭାବୀ ପ୍ରଦର୍ଶନ ସହ ତୃତୀୟ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ତାଙ୍କ ରେଟିଂ ପଏଣ୍ଟ ୮୩୫ ରହିଛି । ଟେଷ୍ଟ କ୍ରିକେଟ୍‌ରେ କିମ୍ବଦନ୍ତୀ କପିଳ ଦେବଙ୍କ ପରେ ବୁମ୍‌ରା ଦ୍ୱିତୀୟ ସର୍ବାଧିକ ରେଟିଂ ପଏଣ୍ଟ ପାଇଛନ୍ତି । ୧୯୮୦ରେ କପିଳଙ୍କ ରେଟିଂ ପଏଣ୍ଟ ୮୭୭ ଥିଲା । ଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ବୁମ୍‌ରା ୭ଟି (ପ୍ରଥମ ଇନିଂସ୍‌ରେ ୬ଟି, ଦ୍ୱିତୀୟ ଇନିଂସ୍‌ରେ ୧ଟି) ୱିକେଟ୍‌ ନେଇଥିଲେ ।

ଭାରତର ମହମ୍ମଦ ସାମି ୧୮ ଓ ଈଶାନ୍ତ ଶର୍ମା ୨୦ତମ ସ୍ଥାନକୁ ଉନ୍ନିତ ହୋଇଥିବାବେଳେ ଇଣ୍ଡିଜ୍‌ ଅଧିନାୟକ ଜାସନ ହୋଲ୍ଡର ୭ଟି ସ୍ଥାନ ଉନ୍ନିତ ହୋଇ ଚତୁର୍ଥ ଏବଂ କିମାର ରୋଚ ନବମ ସ୍ଥାନକୁ ଉନ୍ନିତ ହୋଇଛନ୍ତି । ସେହିପରି ଦଳୀୟ ମାନ୍ୟତାରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ସ୍ଥାନ ଅପରିବର୍ତ୍ତିତ ରହିଛି ।

ସମ୍ବନ୍ଧିତ ଖବର