ଆମକୁ ହରାଇବା ଏତେ ସହଜ ନୁହଁ: ରିକି ପଣ୍ଟିଂ

ନୂଆଦିଲ୍ଲୀ, ୧୭ ।୪ (ଏଜେନ୍ସି): ଆସନ୍ତାକାଲି ଚଳିତ ଆଇପିଏଲର ୩୪ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ ଆସନ୍ତାକାଲି ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ କ୍ରମାନ୍ୱୟରେ ଚତୁର୍ଥ ବିଜୟ ଲକ୍ଷ୍ୟରେ ରହିଛି । ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ବିଜୟ ଧାରା ବଜାୟ ରଖିବା ଟାର୍ଗେଟରେ ଅଛି ।

ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଉଭୟ ପଏଣ୍ଟ ଟେବୁଲରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଉଭୟ ଦଳ ୮ଟି ଲେଖାଏଁ ମ୍ୟାଚ୍‌ ଖେଳି ୫ଟିରେ ବିଜୟୀ ହୋଇ ୧୦ ପଏଣ୍ଟ ପାଇଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଗତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୭ ଏପ୍ରିଲ) ବିପକ୍ଷ ମ୍ୟାଚ୍‌ ଠାରୁ କ୍ରମାନ୍ୱୟରେ ୩ଟି ମ୍ୟାଚ ଜିତି ଉନ୍ନତ ଫର୍ମରେ ରହିଛି । ଦଳର ମୁଖ୍ୟ କୋଚ୍‌ ରିକି ପଣ୍ଟିଂ କରିଛନ୍ତି, ଏବେ ଆମକୁ ହରାଇବା ଯେ କୌଣସି ଦଳ ପକ୍ଷେ ଏତେ ସହଜ ନୁହଁ । ଆମ ଦଳ ଏବେ ଭଲ ଫର୍ମରେ ରହିଛି । ଉଭୟ ବ୍ୟାଟିଂ ଓ ବୋଲିଂ ମଧ୍ୟରେ ଉପଯୁକ୍ତ ସନ୍ତୁଳନ ରହିଛି । ମୁମ୍ବାଇ ଏଠାକାର ପିଚ୍‌ରେ ଭଲ ପ୍ରଦର୍ଶନ କରିବା କଷ୍ଟକର ହେବ । ଆମେ ଏଠାକାର ପରିବେଶ ଓ କ୍ରିଜ ସହ ଖାପ ଖୁଆଇ ସାରିଛୁ । ତେଣୁ ଆମ ପାଇଁ କୌଣସି ସମସ୍ୟା ନାହିଁ । ମୁମ୍ବାଇ ବିପକ୍ଷରେ ଆମେ ଭଲ ପ୍ରଦର୍ଶନ କରି ନିଶ୍ଚିତ ବିଜୟୀ ହେବୁ ।’

ଗତ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଦିଲ୍ଲୀ ବିଜୟ ହାସଲ କରିଥିଲା । ଏହାର ପୂର୍ବ ଦୁଇଟି ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଥିଲା । ଦଳ ଉନ୍ନତ ପ୍ରଦର୍ଶନ କରି କ୍ରମାନ୍ୱୟରେ ୩ଟି ମ୍ୟାଚ୍‌ ଜିତିଥିଲେ ବି ଓପନିଂ ବିଭାଗ ଏବେବି ଦୁର୍ବଳ ରହିଛି । ଯୁବ ତାରକା ପୃଥ୍ୱୀ ଶ’ ଗୋଟିଏ/ଯୋଡ଼ିଏ ଇନିଂସ ଛାଡ଼ିଦେଲେ ଏ ପର୍ଯ୍ୟନ୍ତ ସ୍ଥିର ପ୍ରଦର୍ଶନ ଦେଇ ପାରି ନାହାନ୍ତି । ତେଣୁ ସବୁବେଳେ ଓପନିଂ ଯୋଡ଼ିରେ ବଡ଼ ଭାଗିଦାରୀ ଗଠନ ହେବା ସମ୍ଭବ ହୋଇ ପାରୁ ନାହିଁ । କିନ୍ତୁ ମଧ୍ୟଭାଗରେ ଶ୍ରେୟାସ ଆୟାର, କଲିନ ମୁନରୋ ଓ ରିଷଭ ପନ୍ତ ଭଲ ପ୍ରଦର୍ଶନ କରୁଛନ୍ତି । ଫଳରେ ଦଳ ମ୍ୟାଚ୍‌ ବିଜୟୀ ହୋଇ ପାରୁଛି । ବୋଲିଂରେ ଦଳ ଅତି ଚମତ୍କାର ପ୍ରଦର୍ଶନ କରୁଛି । ଯୁବ ତାରକା କାଗିସୋ ରାବାଡ଼ା ଅତି ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ସେ ଗତ ମ୍ୟାଚ୍‌ରେ ଏକାକୀ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ ।
ଅପରପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ମାତ୍ର ଦଳ ଦିଲ୍ଲୀ ଭଳି କ୍ରମାନ୍ୱୟ ବିଜୟ ଧାରା ଜାରି ରଖିବାରେ ବିଫଳ ହୋଇଛି । କିଙ୍ଗ୍‌ସ ଏକାଦଶ ( ଏପ୍ରିଲ ୧୦) ବିପକ୍ଷରେ ବିଜୟୀ ହେବା ପରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ପରାଜିତ ହୋଇଥିଲା । ମାତ୍ର ଗତ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପୁଣି ବିଜୟ ଧାରାକୁ ପ୍ରତ୍ୟାବର୍ତ୍ତନ କରିଥିଲା ।

ବାଙ୍ଗାଲୋର ବିପକ୍ଷରେ ଅଧିନାୟକ ଓପନର ରୋହିତ ଶର୍ମା ବଡ଼ ଇନିଂସ ଖେଳିବାରେ ସଫଳ ହୋଇ ନଥିଲେ । ତାଙ୍କର ଦୁର୍ବଳ ଫର୍ମ ଦଳର ବଡ଼ ସମସ୍ୟା ହୋଇଥିଲେ ବି ମଧ୍ୟ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟା ଓ କିରନ ପୋଲାର୍ଡଙ୍କ ଉନ୍ନତ ଫର୍ମ ଦଳକୁ ଜିତାଇବାରେ ସହାୟକ ହେଉଛି । ମଧ୍ୟଭାଗରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଛାଡ଼ି ଅନ୍ୟମାନଙ୍କୁ ମଧ୍ୟ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିବାକୁ ହେବ । ଦଳକୁ ଦିଲ୍ଲୀ ବିପକ୍ଷରେ ବିଜୟୀ ହେବାକୁ ହେଲେ ଉନ୍ନତ ବ୍ୟାଟିଂ ସାଙ୍ଗକୁ ବୋଲିଂରେ ମଧ୍ୟ ଚମକ ଦେଖାଇବାକୁ ହେବ । ଏଥିପାଇଁ ଲସିଥ ମାଲିଙ୍ଗା ପ୍ରସ୍ତୁତ ହୋଇ ରହିଛନ୍ତି । ସେ ପୂର୍ବ ମ୍ୟାଚ୍‌ରେ ବେଶ ଆକର୍ଷଣୀୟ ବୋଲିଂ କରିଥିଲେ ।

   ସମ୍ବନ୍ଧିତ ଖବର


ଅଷ୍ଟ୍ରେଲିଆରେ ଆଦାନୀଙ୍କୁ ବିରୋଧ, ସିଡନୀ ଓ୍ବାନଣ୍ଡେରେ ଧଷେଇ ପଶି ଆସିଲେ ପଡ଼ିଆକୁ ଆନ୍ଦୋଳନକାରୀ , କ୍ୟାମେରାକୁ ଦେଖାଇଲେ ପ୍ଲାକାର୍ଡ

ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ, ୬୬ ରନରେ ଜିତିଲା କଙ୍ଗାରୁ ବାହିନୀ

ସିରାଜ ଓ ସାଇନିଙ୍କୁ କ୍ଷମା ମାଗିଲେ ଅଷ୍ଟ୍ରେଲିଆର ପୂର୍ବତନ ଓ୍ବିକେଟକିପର ଗିଲଖ୍ରୀଷ୍ଟ, କହିଲେ…

ନିଜ ରେକର୍ଡ ନିଜେ ଭାଙ୍ଗିଲେ ଚହଲ, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ହାସଲ କଲେ ଅଲୋଡା ରେକର୍ଡ

ଓସିଏର ନୂଆ ଚୟନ କମିଟିର ଅଧ୍ୟକ୍ଷ ହେଲେ ପ୍ରଭଞ୍ଜନ ମଲ୍ଲିକ

ଭାରତର ଅଷ୍ଟ୍ରେଲିଆ ଗସ୍ତ: ଆଜି ପ୍ରଥମ ଦିନିକିଆ ସିରିଜ୍