PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ତାରିଖ ସକାଳେ ସ୍ଥଳଭାଗ ବାତ୍ୟା ଛୁଇଁବ ବୋଲି ଏସଆରସିଙ୍କ ସୂଚନା।
  • ||
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||

ଭିଡିଓକନ୍‌ ଋଣ ମାମଲା; ନଜରବନ୍ଦୀ ହେବେ ଚନ୍ଦା

ନୂଆଦିଲ୍ଲୀ,୨୨ା୨(ଏଜେନ୍ସି):ଭିଡିଓକନ୍‌-ଆଇସିଆଇସିଆଇ ଋଣ ମାମଲାରେ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ଅଡୁଆ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହି ମାମଲାରେ ଚନ୍ଦା ବର୍ତ୍ତମାନ ନଜରବନ୍ଦୀ ହୋଇ ରହିବେ । ତାଙ୍କ ନାମରେ ଲୁକ୍‌ ଆଉଟ୍‌ ସର୍କୁଲାର(ଏଲ୍‌ଓସି) ଜାରି କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) । ମାମଲାର ତଦନ୍ତ ଚାଲିଥିବାବେଳେ କାଳେ ସେ ଦେଶ ଛାଡିବାକୁ ଚେଷ୍ଟା କରିବେ ସେଥିପାଇଁ ଆଗୁଆ ସତର୍କ ହୋଇଛି ସିବିଆଇ । ଚନ୍ଦାଙ୍କ ସହିତ ସ୍ୱାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍‌ ଗ୍ରୁପ୍‌ ଅଧ୍ୟକ୍ଷ ବେଣୁଗୋପାଳ ଧୂତ୍‌ଙ୍କ ନାମରେ ମଧ୍ୟ ଏଲ୍‌ଓସି ଜାରି କରାଯାଇଛି । ସାଧାରଣତଃ ତଦନ୍ତର ସାମ୍ନା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଏଲ୍‌ଓସି ଜାରି କରାଯାଇଥାଏ । କାଳେ ଏମାନେ ଦେଶରୁ ଫେରାର ହୋଇଯିବେ ସେଥିପାଇଁ ଏହା ଜାରି ହୋଇଥାଏ । ବିମାନ ବନ୍ଦରରେ ଦେଖିବା କ୍ଷଣି ଏମାନଙ୍କୁ ଅଟକାଯାଏ ।
ବେଆଇନ ଅର୍ଥ କାରବାର ମାମଲାରେ ଏମାନଙ୍କ ବିରୋଧରେ ଗତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏକ ଅପରାଧିକ ମାମଲା ଦାଏର୍‌ କରିବା ପରେ ସିବିଆଇ ପକ୍ଷରୁ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏ ନେଇ ସବୁ ବିମାନ ବନ୍ଦରଗୁଡିକୁ ସୂଚିତ କରାଯାଇଛି ।
ଗତ ବର୍ଷ ଚନ୍ଦାଙ୍କ ସ୍ୱାମୀ ଦୀପକ ଏବଂ ଧୂତଙ୍କ ବିରୋଧରେ ଲୁକ୍‌ଆଉଟ୍‌ ସର୍କୁଲାର ଜାରି କରାଯାଇଥିଲା । କିନ୍ତୁ ପ୍ରଥମ ଥର ପାଇଁ ଚନ୍ଦାଙ୍କ ବିରୋଧରେ ଏହା ଜାରି ହୋଇଛି ।
ସୂଚନାଯୋଗ୍ୟ, ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଭିଡିଓକନ୍‌ ଗ୍ରୁପ୍‌କୁ ୩,୨୫୦ କୋଟି ଟଙ୍କା ଋଣ ପ୍ରଦାନ ବେଳେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି । ଶ୍ରୀକ୍ରିଷ୍ଣା କମିଟି ରିପୋର୍ଟରେ ଚନ୍ଦା ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ତାଙ୍କୁ ବ୍ୟାଙ୍କ ପକ୍ଷରୁ ବହିଷ୍କାର କରାଯାଇଛି । ଏହା ସହିତ ବ୍ୟାଙ୍କରୁ ପାଇଥିବା ବୋନସ୍‌, ଅନ୍ୟାନ୍ୟ ପ୍ରୋତ୍ସାହନ, ବର୍ଦ୍ଧିତ ଦରମା ଆଦି ଫେରାଇବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରୀକ୍ରିଷ୍ଣା କମିଟି ରିପୋର୍ଟ ଅନୁସାରେ ୨୦୧୨ରେ ଭିଡିଓକନ୍‌ ଗ୍ରୁପ୍‌କୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ୩,୨୫୦ କୋଟି ଟଙ୍କାର ଋଣ ମଞ୍ଜୁରୀରେ ଚନ୍ଦାଙ୍କ ଅନୁଗ୍ରହ ଜଡିତ ଥିଲା । ନିଜ ତଥା ନିଜ ପରିବାରର ସ୍ୱାର୍ଥ ସକାଶେ ସେ ଏହି ଋଣ ମଞ୍ଜୁର କରିଥିଲେ । ବ୍ୟାଙ୍କର ଆଚରଣବିଧିକୁ ଉଲ୍ଲଂଘନ କରି ଚନ୍ଦା ଭିଡିଓକନ୍‌ ଗ୍ରୁପକୁ ଋଣ ମଞ୍ଜୁର କରିଥିଲେ । ୨୦୦୯ ଏପ୍ରିଲରୁ ୨୦୧୮ ମାର୍ଚ୍ଚ ଯାଏ ସେ ପାଇଥିବା ସମସ୍ତ ବୋନସ୍‌କୁ ସୁଧ ସହ ଅସୁଲ କରାଯିବ ବୋଲି ରିପୋର୍ଟ ପାଇବା ପରେ ବ୍ୟାଙ୍କ କହିଛି । ସୂଚନାଯୋଗ୍ୟ, ବିବାଦ ବଳବତ୍ତର ହେବା ପରେ ଚନ୍ଦା ଅକ୍ଟୋବର ୪ରେ ଆଗୁଆ ଇସ୍ତଫା ଦେଇଥିଲେ ।
୩ ଦଶନ୍ଧି ଧରି ସେ ଆଇସିଆଇସିଆଇ ବ୍ୟାଙ୍କରେ କାର୍ଯ୍ୟ କରିଥିଲେ । ନିଜର ପ୍ରଦର୍ଶନ ଜରିଆରେ ସେ ସିଇଓ ପଦକୁ ଉନ୍ନୀତ ହୋଇଥିଲେ । ଭିଡିଓକନ୍‌ ଋଣ ମାମଲା ଏହି ଷ୍ଟାର୍‌ ବ୍ୟାଙ୍କର୍‌ଙ୍କ ପତନର କାରଣ ସାଜିଛି ।

ସମ୍ବନ୍ଧିତ ଖବର