ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

ନୂଆଦିଲ୍ଲୀ – କରୋନା ଭାଇରସ୍ ଲଢେଇ ବିରୋଧରେ ICMR ପକ୍ଷରୁ ମିଳିଛି କିଛିଟା ଆଶ୍ବସ୍ତି । ଟ୍ୟୁବରକ୍ଲୋସିସ୍ ରୁ ସରୁକ୍ଷା ପାଇଁ ଦିଆଯିବାକୁ ଥିବା ଭାକସିନ୍ ଏବେ କରୋନା ଭାଇରସ୍ ବିରୋଧରେ ଲଢେଇ କରିବ । ଏହା ଖୁବ୍ ଫଳପ୍ରଦ ହେଉଛି ବୋଲି ରିପୋର୍ଟ ଦେଇଛି ଆଇସିଏମ୍ଆର । ବିଶେଷକରି ବୟସ୍କ ବ୍ୟକ୍ତିଙ୍କ ପାଇଁ ଏହା ବେଶୀ ଫଳପ୍ରଦ ହେଉଥିବା ଆଇସିଏମ୍ଆର ବୈଜ୍ଞାନିକ ନିଶ୍ଚିତ କରିଛନ୍ତି । ସେପଟେ ୟୁରୋପରେ କରୋନାର ଦ୍ବିତୀୟ ଲହର ଆସିବା ପରେ ଫ୍ରାନ୍ସ ଓ ଜର୍ମାନୀରେ ପୁଣି ଫେରିଛି ଲକ୍ଡାଉନ୍ ।


ବିସିଜି ଟିକା କରୋନା ବିରୋଧରେ ଲଢିପାରିବ । ଏଭଳି କିଛି ଆଶା ସଞ୍ଚାର କରିଛନ୍ତି ICMR ର ବୈଜ୍ଞାନିକ । ପରୀକ୍ଷାରୁ ଜଣାପଡିଛି ଯେ ନବଜାତ ଶିଶୁଙ୍କୁ ଦିଆଯାଉଥିବା ବିସିଜି ଟିକା କରୋନାକୁ ମାତ୍ ଦେବାକୁ ସକ୍ଷମ ହୋଇପାରେ । ଏହି ଟିକା କେବଳ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଅଧିକ ଫଲପ୍ରଦ ହେଉଛି । ଜୁଲାଇରୁ ସେପ୍ଟେମ୍ବର ମାସରେ ପାଖାପାଖି ୮୬ ଜଣଙ୍କ ଠାରେ ଏହି ଟିକାର ପରୀକ୍ଷା କରାଯାଇଥିଲା । ୫୪ ଜଣଙ୍କୁ ବିସିଜି ଟିକା ଦିଆଯାଇଥିବା ବେଳେ ୩୨ ଜଣଙ୍କୁ ଦିଆଯାଇନଥିଲା । ୫୪ ଜଣଙ୍କ ମଧ୍ୟରେ ଥିଲେ ମଧ୍ୟ ବୟସ୍କ ବ୍ୟକ୍ତିଠାରୁ ରୁ ୬୫ ବର୍ଷ ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ । ତେବେ ଏହି ଟିକା ଅଧିକାଂଶ ବୟସ୍କ ବ୍ୟକ୍ତିଙ୍କ ଉପରେ ଭଲ କାମ କରିଥିଲା ବୋଲି ICMR ପରୀକ୍ଷାରୁ ଜାଣିବାକୁ ପାଇଛି । ସେପଟେ ବିସିଜି ଟିକା ଦ୍ବାରା ଇଣ୍ଡୋନେସିଆ, ଜାପାନ, ୟୁରୋପର ବୟସ୍କ ବ୍ୟକ୍ତି ଆଉ କେତେକ ରୋଗରୁ ମଧ୍ୟ ସୁରକ୍ଷିତ ଥିବା ଜଣା ପଡିଛି। ତେଣୁ ବିସିଜି ଟିକାକୁ ନେଇ ଅଧିକ କ୍ଲିନିକାଲ୍ ପରୀକ୍ଷଣ ଚାଲିଛି ।


ସେପଟେ ୟୁରୋପରେ ପୁଣି ଫେରିଛି ଲକ୍ଡାଉନ୍ । ୟୁରୋପରେ କରୋନାର ଦ୍ବିତୀୟ ଲହର ଜଣାପଡିବା ପରେ ଫ୍ରାନ୍ସ ଓ ଜର୍ମାନୀରେ ଲକଡାଉନ୍ ଘୋଷଣା କରାଯାଇଛି । ଶୀତ ଋତୁରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଦ୍ବିତୀୟ ଥର ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ୟୁରୋପୀୟ ଦେଶ। ୟୁରୋପର ଦୁଇ ପ୍ରମୁଖ ଦେଶ ଲକଡାଉନ୍ ଘୋଷଣା କରିବା ପରେ ବିଶ୍ବ ଷ୍ଟକ ମାର୍କେଟ ମଧ୍ୟ ହୋହଲିଯାଇଛି। ଫ୍ରାନ୍ସରେ ଲାଗୁ ହୋଇଥିବା ଲକଡାଉନ୍ ନିୟମ ଅନୁଯାୟୀ, ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା, ଡାକ୍ତରୀ ଚିକିତ୍ସା କିମ୍ବା ଦିନକୁ ଘଣ୍ଟାଏ ପର୍ଯ୍ୟନ୍ତ ବ୍ୟାୟାମ କରିବାକୁ ବାହାରକୁ ଆସିପାରିବେ। ଏହାପରେ ଘରେ ରହିବାକୁ ବାଧ୍ୟ। ସେହିପରି ଜର୍ମାନୀରେ ବାର୍ , ରେଷ୍ଟୁରାଣ୍ଟ ଏବଂ ସିନେମା ହଲ୍ ବନ୍ଦ କରାଯାଇଛି। ସ୍କୁଲ୍ ଗୁଡ଼ିକ ଖୋଲା ରହିବ ଏବଂ ସୀମାରେ ପ୍ରବେଶ ଉପରେ କଡ଼ା କଟକଣା ସହିତ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଏପଟେ ଦେଶରେ ଶୀତ ଋତୁ ଆସୁଥିବାରୁ ଦେଶବାସୀ ଏହି ସମୟରେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।

   ସମ୍ବନ୍ଧିତ ଖବର


କଟକରେ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ରେ ଲେଡି ଅଫିସର ନୀଳିମା ଲିଙ୍କ୍‌- ଲାଲା ସହ ଲୁଟ୍ ସମ୍ପତ୍ତିରେ କରୁଥିଲା..

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ