କରୋନା ସଙ୍କଟ: ହାଇଡ୍ରୋକ୍ସିକ୍ଲୋରୋକୁଇନର ବ୍ୟବହାର ପରିସରକୁ ବଢାଇଲେ ସରକାର, ଜାଣନ୍ତୁ ଏବେ କିଏ ନେଇପାରିବେ

ନୂଆଦିଲ୍ଲୀ,୨୩।୫: କୋଭିଡ୍-୧୯ ରୋଗୀଙ୍କ ଚିକିତ୍ସାରେ ମାଲେରିଆ ପାଇଁ ବ୍ୟବହୃତ ଔଷଧ  ହାଇଡ୍ରୋକ୍ଲୋରୋକୁଇନକୁ ବିଶେ​ଷ ପ୍ରଭାବ ପକାଇଥିବର ପ୍ରମାଣ ନାହିଁ। ଏ ସମ୍ପର୍କରେ ମେଡିକାଲ ଜର୍ନାଲ ‘ଦ ଲାସେଣ୍ଟ’ ପକ୍ଷରୁ କୁହାଯାଇଛି। ଏହା ସହିତ ଏହି ଜର୍ନାଲରେ କୁହାଯାଇଛି , ଭାରତ ସରକାର ଏବେ ବି ଏହି ଔଷଧ ଉପରେ ଭରଷା ରଖିଛନ୍ତି। ଭାରତରେ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନାରୁ ରକ୍ଷା କରିବା ପାଇଁ ହାଇଡ୍ରୋକ୍ଲୋରୋକୁଇନ ବ୍ୟବହାର କରିବାର ଅନୁମତି ରହିଛି, କିନ୍ତୁ ଏବେ ସରକାର ଏହାର ବ୍ୟବହାରର ପରିସରକୁ ବଢାଇ ଦେଇଛନ୍ତି।

ସରକାରଙ୍କ ଦ୍ବାରା ଶୁକ୍ରବାର ଜାରି କରାଯାଇଥିବା ଆଡଭାଇରୀ ଏବେ ଏସିମ୍ପୋଟିକ୍ ହେଲଥକେୟାର ଓ ଫ୍ରଣ୍ଟଲାଇନ୍ ଓ୍ବାର୍କକୁ ମଧ୍ୟ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ ନେବାର କରିଥିଲେ। ସରକାର ଏମ୍ସ ପକ୍ଷରୁ କୋଭିଡ୍-୧୯ ପାଇଁ ଗଠିତ ନ୍ୟାସନାଲ ଟାକ୍ସ ଫୋର୍ସ ଦ୍ବାରା ଏଚସିକ୍ୟୁ ସୁରକ୍ଷିତ ବ୍ୟବହାରର ଫଳାଫଳର ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି।

ସରକାରଙ୍କ ଦ୍ବାରା ସଂଶୋଧିତ ଆଡଭାଇଜରୀରେ ଅଣ କୋଭିଡ୍-୧୯ ହସ୍ପିଟାଲରେ କାମ କରୁଥିବା ଏସିମ୍ପ୍ଟମେଟିକ୍ ହେଲଥ କେୟାର, କଣ୍ଟେନମେଣ୍ଟ ଜୋନରେ ମୁତୟନ ଫ୍ରଣ୍ଟାଲାଇନ୍ ଓ୍ବାର୍କର ଓ କରୋନା ଭାଇରସ୍ ସଂକ୍ରମଣ ସମ୍ପର୍କିତ ଗତିବିଧିରେ ସାମିଲ ପୋଲିସ ଓ ଅର୍ଦ୍ଧସାମରିକବଳଙ୍କୁ ହାଇଡ୍ରୋକ୍ଲୋରୋକୁଇନ  ଔଷଧ ନେବାର ପରାମର୍ଶ ଦିଆଯାଇଥିଲା। ଆଇସିଏମଆର ଦ୍ବାରା ଏହି ସଂଶୋଧିତ ଆଡଭାଇଜରି ଜାରି କରାଯାଇଛି। ତେବେ ଏଥିରେ ଆଗ୍ରହ କରାଯାଇଛି ଯେ, ଔଷଧ ସେବନ ସମୟରେ ମିଛ ସୁରକ୍ଷାର ଭାବନା ସୃଷ୍ଟି ହେବା ଉଚିତ୍ ନୁହେଁ। ଏହି ଆଡଭାଇଜରୀ ଅନୁସାରେ କରୋନା ପ୍ରଭାବିତ ଓ ଅଣ କରୋନା ପ୍ରଭାବିତ ଅଞ୍ଚଳରେ କାମ କରୁଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଔଷଧର ଉପଯୋଗ କରିବାର ପରାମର୍ଶ ଦିଆଯାଇଛି।

ସ୍ବାସ୍ଥ୍ୟସେବା ମହାନିର୍ଦେଶାଳୟର ଅଧ୍ୟକ୍ଷତାରେ ଏମ୍ସ, ଆଇସିଏମଆର, ନ୍ୟାସନାଲ ସେଣ୍ଟର ଫର ଡିଜିଜ କନଟ୍ରୋଲ, ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି, ଡବ୍ଲୁଏଚଓର ପ୍ରତିନିଧି ଓ କେନ୍ଦ୍ର ସରକାରଙ୍କ ହସ୍ପିଟାଲ ସହ ଜଡିତ ବିଶେଷଜ୍ଞଙ୍କୁ କରୋନା ପ୍ରଭାବିତ ଓ ଅଣ କରୋନା ପ୍ରଭାବିତ ଅଞ୍ଚଳରେ କାମ କରୁଥିବା ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଏହି ଔଷଧର ଉପଯୋଗ କରିବାକୁ ନେଇ ସମୀକ୍ଷା ବୈଠକରେ ସୁପାରିଶ କରିବା ପରେ ଏହି ଆଡଭାଇଜରୀ ଜାରି କରାଯାଇଛି।

ସଂଶୋଧିତ ପରାମର୍ଶ ଅନୁଯାୟୀ, NIV ପୁଣେରେ HCQ ଯାଞ୍ଚରୁ ଏହା ଜଣାପଡିଛି ଯେ ଏହା ସଂକ୍ରମଣ ହାରକୁ ହ୍ରାସ କରିଥାଏ। ଏଥିରେ ଦର୍ଶାଯାଇଛି ଯେ ରେଟିନା ସମ୍ବନ୍ଧୀୟ ରୋଗ, ଦୃଷ୍ଟି ଶକ୍ତି ସମ୍ବେଦନଶୀଳତା, HCQ ପ୍ରତି ଉଚ୍ଚ ସମ୍ବେଦନଶୀଳତା ଏବଂ ହୃଦଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯିବା ଉଚିତ୍ ନୁହେଁ। ପରାମର୍ଶରେ କୁହାଯାଇଛି ଯେ ୧୫ ବର୍ଷରୁ କମ୍ ପିଲା, ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଏହି ଔଷଧ ନ ଦେବା ପାଇଁ ପରାମର୍ଶ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ଔପଚାରିକ ସହମତି ସହିତ କିମ୍ବା  ଡାକ୍ତରଙ୍କ ତତ୍ତ୍ବାବଧାନରେ ଦିଆଯିବା ଦରକାର।

   ସମ୍ବନ୍ଧିତ ଖବର


ବିଦେଶ ଫେରନ୍ତା ଫୋନ୍‌ ନଉଠାଇଲେ କାର୍ଯ୍ୟାନୁଷ୍ଠାନ

କରୋନାରେ ମୃତ୍ୟୁ ପରେ ଆସିଲେନି ପରିବାର ଲୋକ, ଶବକୁ ଷ୍ଟ୍ରେଚରରୁ କବର ଭିତରକୁ ଫୋପାଡି ଦେଲେ ମେଡିକାଲ ଷ୍ଟାଫ୍

ଏ ବର୍ଷ ବନ୍ଦ ହେବନି କୌଣସି ସ୍କୁଲ, ସୋମବାରଠୁ ସବୁ ସ୍କୁଲରେ ଆରମ୍ଭ ହେବ ନାମଲେଖା

୩୦ ବର୍ଷ ପରେ ମୃତ ବ୍ୟକ୍ତିଙ୍କୁ ଧରିଲା CBI ! ବ୍ୟାଙ୍କ ଘୋଟାଲା କରି ମିଛ ମୃତ୍ୟୁର ରଚିଥିଲେ ଷଡଯନ୍ତ୍ର

ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଭୁବନେଶ୍ୱରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ