ନିର୍ବାଚନ ଖବର
  • ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର, ଜଣେ ଆଶାକର୍ମୀ ଅଟକ
  • ||
  • ଦିଲ୍ଲୀରୁ ଫେରିଲେ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଚେହେରା ନେଇ କହିଲେ ଏମିତି..
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ନାସାଓରେ ସାମ୍ନାସାମ୍ନି ହେବେ ଦକ୍ଷିଣ ଆଫ୍ରିକା - ବାଂଲାଦେଶ
  • ||
  • ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା: ସରିଲା ଦେବ ନିମନ୍ତ୍ରଣ, ଆଜି ବାରାତ୍‌ରେ ବାହାରିବେ ମହାଦେବ
  • ||
  • ସୋମବାର ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା, ୧୫ ଜିଲ୍ଲାକୁ ଆଲର୍ଟ ଜାରି
  • ||

ICMR ପରାମର୍ଶ; ଖାଇବା ପୂର୍ବରୁ ଓ ପରେ ପିଅନ୍ତୁନି ଚା’, କଫି

ନୂଆଦିଲ୍ଲୀ, ୧୫।୫: ଖାଦ୍ୟ ଖାଇବା ପୂର୍ବରୁ କିମ୍ବା ଖାଇବା ପରେ ଚା’ କି କଫି ନ ପିଇବାକୁ ଶୀର୍ଷ ଡାକ୍ତରୀ ସଂସ୍ଥା ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର୍‌) ପରାମର୍ଶ ଦେଇଛି । ଭାରତୀୟଙ୍କ ଉତ୍ତମ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ଲାଗି ଆଇସିଏମ୍‌ଆର ନିକଟରେ ଜାତୀୟ ପୋଷଣ ସଂସ୍ଥା (ଏନ୍‌ଆଇଏନ୍‌) ସହ ମିଶି ୧୭ ନୂଆ ଡାଏଟାରୀ ଗାଇଡଲାଇନ ଜାରି କରିଛି । ଅଧିକାଂଶ ଭାରତୀୟଙ୍କ ମାତ୍ରାଧିକ ଚା’ ଓ କଫି ଅଭ୍ୟାସ କିପରି ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ତାହା ଉପରେ ଆଇସିଏମ୍‌ଆର୍‌ ଆଲୋକପାତ କରିଛି ।  

ଆଇସିଏମ୍‌ଆର୍‌ କହିଛି, ଚା’ ଏବଂ କଫିରେ କାଫିନ୍‌ ରହିଛି ଯାହା କି ଶରୀରର ସେଣ୍ଟ୍ରାଲ ନର୍ଭସ ସିଷ୍ଟମ ବା ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରିଥାଏ ଏବଂ ମାନସିକସ୍ତରରେ ଏହାପ୍ରତି ନିର୍ଭରଶୀଳତା ବା ଅଭ୍ୟାସ ବଢ଼ାଇଥାଏ । ୧୫୦ ମିଲିଲିଟର ବ୍ର‌୍ୟୁଡ୍‌ କଫିରେ ୮୦ରୁ ୧୨୦ ମିଲିଗ୍ରାମ୍‌ କାଫିନ୍‌ ଥାଏ । ସେହିପରି ୧୫୦ ମି.ଲି. ସାଧାରଣ କଫିରେ ୫୦ରୁ ୬୫ ମିଲିଗ୍ରାମ ଏବଂ ଚା’ରେ ୩୦ରୁ ୬୫ ମିଲିଗ୍ରାମ କାଫିନ୍‌ ରହିଛି । ତେବେ ଦିନକୁ ୩ ଶହ ମିଲିଗ୍ରାମ୍‌ କାଫିନ୍‌ ପିଇହେବ ବୋଲି ଆଇସିଏମ୍‌ଆର୍‌ କହିଛି । ଖାଇବାର ଅତିକମ୍‌ରେ ଏକ ଘଣ୍ଟା ପୂର୍ବରୁ କିମ୍ବା ଖାଇସାରିବାର ଏକ ଘଣ୍ଟା ଭିତରେ ଚା’ କିମ୍ବା କଫି ନ ପିଇବାକୁ ପରାମର୍ଶ ଦିଆଯାଇଛି । କାରଣ ଏଥିରେ ଥିବା ଟାନିନ୍‌ ଶରୀରରେ ଆଇରନ୍‌ ଅବଶୋଷଣ କ୍ଷମତାକୁ କମ୍‌ କରିଦେଇଥାଏ । ପାକସ୍ଥଳୀରେ ଟାନିନ୍‌ ଆଇରନ୍‌ ସହ ବାନ୍ଧି ହୋଇଯାଏ । 

ଏଥିଯୋଗୁ ଆମ ଶରୀର ଖାଦ୍ୟରୁ ଆଇରନ୍‌ ଅବଶୋଷଣ କରିବା କଷ୍ଟକର ହୋଇପଡ଼େ । ଏହାର ରକ୍ତହୀନତା ବା ଆନେମିଆର କାରଣ ହୋଇଥାଏ । ମାତ୍ରାଧିକ ଚା’, କଫି ସେବନ ଯୋଗୁ ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ମଧ୍ୟ ହୋଇଥାଏ । କ୍ଷୀର ବିନା ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ । ଏଥିଯୋଗୁ ରକ୍ତ ସଞ୍ଚାଳନ ସୁଧୁରିବା ସହ କରୋନାରୀ ଆର୍ଟେରି ଏବଂ ପାକସ୍ଥଳୀ କ୍ୟାନ୍‌ସର ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ । ଏଥିସହ ପ୍ରଚୁର ମାତ୍ରାରେ ଫଳ, ପନିପରିବା, ଶସ୍ୟ, ଲିନ୍‌ ମିଟ୍‌ ବା ପତଳା ମାଂସ, ସାମୁଦ୍ରିକ ଖାଦ୍ୟ ଆଦି ଖାଇବାକୁ ଗାଇଡ୍‌ଲାଇନରେ କୁହାଯାଇଛି । ଖାଦ୍ୟରେ ତେଲ, ଚିନି ଏବଂ ଲୁଣର ମାତ୍ରା ସୀମିତ ରଖିବାକୁ ଆଇସିଏମ୍‌ଆର୍‌ ପରାମର୍ଶ ଦେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.