PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକଟିଦେଉଳ- ହାତୀ ଘଉଡାଇବାକୁ ଯାଇଥିବା ବନ ଓ୍ବାଚରଙ୍କୁ ମାଡ ମାରିଥିବା ଅଭିଯୋଗରେ ୩ କୋର୍ଟ ଚାଲାଣ
  • ||
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||

ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବାକୁ ନେଇ ସତରେ କ’ଣ ଏହି ସାଉଥ୍ ସୁପରଷ୍ଟାର ଦାୟୀ, ଟ୍ରୋଲ୍ ହେବା ପରେ ଦେଲେ ଏଭଳି ଜବାବ୍

ମୁମ୍ବାଇ ୮।୯: ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସାରା ଦେଶବାସୀ  ଏବେ ବିଚଳିତ ହୋଇପଡ଼ିଛନ୍ତି । କାହିଁକି ନା ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଦେବାକୁ ପଡ଼ୁଛି ମୋଟା ଅଙ୍କର ଜରିମାନା। ଏମିତି କି ଜଣଙ୍କଠାରୁ ୪୭,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରିଛନ୍ତି ଟ୍ରାଫିକ୍ ପୁଲିସ । ତେବେ ଏଭଳି ପରିସ୍ଥିତି ଦେଖି ଲୋକେ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ ଏ ନେଇ ଦାୟୀ କରୁଛନ୍ତି । କିନ୍ତୁ କାହିଁକି?

ସୂଚନା ମୁତାବକ, ଫିଲ୍ମ ‘ଭାରତ ଆନେ ନେନୁ’ରେ ମହେଶ ବାବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବାହାରେ ରହି ପାଠ ପଢ଼ୁଥିବା ମହେଶ ବାବୁ ଭାରତ ଫେରିବା ପରେ ଟ୍ରାଫିକ ସମସ୍ୟା ଦେଖି ଓ ଲୋକେ କିଭଳି ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରୁଥିବା ଦେଖି ସେ ଟ୍ରାଫିକ ନିମୟରେ ପରିବର୍ତ୍ତନ କରିଥିଲେ । ଟ୍ରାଫିକ ପୁଲିସ ପକ୍ଷରୁ ଲଗାଯାଉଥିବା ଜରିମାନାକୁ ବଢ଼ାଇ ଦେବା ପରେ ସହରର ସ୍ଥିତି ସୁଧୁରିଥିଲା ବୋଲି ଫିଲ୍ମରେ ଦେଖାଯାଇଥିଲା। ଏବେ ବାସ୍ତବରେ ଭାରତରେ ସେଭଳି କିଛି ହେଉଥିବା ଦେଖି ଲୋକେ ମହେଶ ବାବୁଙ୍କୁ ଏ ନେଇ ଦାୟୀ କରୁଛନ୍ତି । ତାଙ୍କ ଫିଲ୍ମରୁ ଆଇଡିଆ ନେଇ ସରକାର ଏଭଳି ନିୟମ ତିଆରି କରିଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି।

ତେବେ ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ଭାଇରାଲ ହେବା ପରେ ମହେଶ ବାବୁଙ୍କ ଫ୍ୟାନ୍ସ ଫିଲ୍ମର ଆଉ ଏକ କ୍ଲିପ୍ ସେୟାର କରିବା ଆରମ୍ଭ କରିଦେଇଛନ୍ତି। ଏହା ମହେଶ ବାବୁଙ୍କ ଫ୍ୟାନ୍ସ‘ଭାରତ ଆନେ ନେନୁ’ ର କ୍ଲିପ୍। ଏହାକୁ ନେଇ ମହେଶ ବାବୁ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ କିଛି ସନ୍ଦେଶ ଓ ପ୍ରେରଣା ଦେବା ଭଳି ଫିଲ୍କ କରିବାକୁ ଚେଷ୍ଟା କରିଥିଲି। ମୁଁ ଚେଷ୍ଟା କରେ କି ମୋ ଭାବନା ଲୋକଙ୍କ ପର୍ଯ୍ୟନ୍ତ ପହଞ୍ଚୁ ଆଉ ନିଜ କାର୍ଯ୍ୟ ଜରିଆରେ କିଛି ପରିବର୍ତ୍ତନ ଆଣିପାରେ।

ସମ୍ବନ୍ଧିତ ଖବର