ମହିଳାଙ୍କୁ ବିନା ଗ୍ୟାରେଣ୍ଟିରେ ୧୦ ଲକ୍ଷ ଟଙ୍କା ଯାଏ ଲୋନ୍‌ – ଆରମ୍ଭ କରନ୍ତୁ ନିଜର ବ୍ୟବସାୟ

ନୂଆଦିଲ୍ଲୀ –ଉଦ୍ୟୋଗୀ ମହିଳାଙ୍କ ପାଇଁ ଖୁସି ଖବର । ଯେଉଁମାନେ ଆର୍ଥିକ ସମସ୍ୟା ଯୋଗୁଁ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଅପେକ୍ଷା କରିଛନ୍ତି , ସେମାନଙ୍କ ପାଇଁ ସୁବର୍ଣ୍ଣସୁଯୋଗ । ବ୍ୟବସାୟ ପାଇଁ ବ୍ୟାଙ୍କ୍‌ ଦେଉଛି ଲୋନ୍‌ ।

ସିଡବି ଦ୍ୱାରା ଛୋଟ ଏବଂ ମଧ୍ୟମ ଧରଣର ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଏବଂ ପୁରୁଣା ବ୍ୟବସାୟକୁ ବଢ଼ାଇବା ଉଦ୍ଦେଶ୍ୟରେ ବିଜନେସ୍‌ ଲୋନ୍‌ ଦିଆଯାଉଛି ।  ସିଡବି ଦ୍ୱାରା ‘ମହିଳା ଉଦ୍ୟମ ନିଧି ସ୍କିମ୍‌’ ଚାଲୁ ରହିଛି । ଏହି ସ୍କିମ୍‌ରେ ମହିଳାଙ୍କ ଉଦ୍ୟମକୁ ପ୍ରସାରିତ କରିବା ଓ ମହିଳାଙ୍କୁ ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଦରରେ ଆର୍ଥିକ ସାହାଯ୍ୟ କରାଯାଉଛି । 

ମହିଳା ଉଦ୍ୟମ ନିଧି ଅନୁସାରେ ମିଳୁଥିବା ଫଣ୍ଡିଂ ଅନୁଯାୟୀ ମାନ୍ୟୁଫାକ୍ଚରିଂ ଓ ଉତ୍ପାଦନ ଭଳି ଆକ୍ଟିଭିଟି ଆରମ୍ଭ କରାଯାଇପାରେ।  ଏହି ସ୍କିମ୍‌ ଅନୁସାରେ ମହିଳାଙ୍କୁ ବ୍ୟବସାୟୀ କରିବା ପାଇଁ କମ୍‌ ସୁଧରେ ଲୋନ୍‌ ଦିଆଯାଉଛି । ଏହି ଯୋଜନାରେ ମହିଳାମାନେ ଅଧିକତମ ଭାବେ ୧୦ ଲକ୍ଷ ଟଙ୍କା ଯାଏ ଲୋନ୍‌ ନେଇ ପାରିବେ । ଏଥିରେ ୫ ବର୍ଷର ମୋରେଟୋରିୟମ ପିରିୟଡ଼ ମଧ୍ୟ ହେବ ।

ଏହି ଲୋନ୍‌ରେ ପ୍ରମୁଖ କଥା ହେଲା , ଏଥିରେ ମହିଳାଙ୍କୁ କୌଣସି ସିକ୍ୟୁରୁଟି ଦେବାକୁ ପଡ଼ିବ ନାହିଁ । ଏହି ସ୍କିମ୍‌କୁ ସିଡବୀ ପିଏନବି  ସହ ଆରମ୍ଭ କରିଛି, କିନ୍ତୁ  ଏବେ ଅନେକ ବ୍ୟାଙ୍କ୍‌  ଯୋଡ଼ି ହୋଇଛନ୍ତି । ଏହାର ଲାଭ  ପାଇବା ପାଇଁ ମହିଳାଙ୍କ ପାଇଁ କିଛି ସର୍ତ୍ତ ରହିଛି । ଏହାକୁ ଧ୍ୟାନ ରଖିବା ଉଚିତ୍‌ ।

ଯୋଜନା ମୁତାବକ ବ୍ୟୁଟି ପାର୍ଲର , ସେଲୁନ୍‌ , ସିଲେଇ , କୃଷି ଓ କୃଷି ଉପକରଣର ସେବା , କ୍ୟାଣ୍ଟିନ୍‌ ଓ ରେଷ୍ଟୁରାଣ୍ଟ , ନର୍ସରୀ , ଲଣ୍ଡ୍ରୀ ଓ ଡ୍ରାଇ କ୍ଲିନିଂ , ଡେ କେୟାର ସେଣ୍ଡର , କମ୍ପ୍ୟୁଟରାଇଜ୍‌ଡ ଡେକ୍ସ ଟପ୍‌ ପବ୍ଲିକେଶିଂ , କେବଲ ଟିଭି ନେଟୱର୍କ , ଫଟୋକପି ( ଜେରକ୍ସ ) ସେଣ୍ଟର, ସଡ଼କ ପରିବହନ ଅପରେଟର , ପ୍ରଶିକ୍ଷଣ ସଂସ୍ଥାନ ,ୱାଶିଂ ମେସିନ୍‌ ଓ ଅନ୍ୟ ଇଲେକ୍ଟ୍ରୋନିକ୍‌  ଓ ଇଲେକ୍ଟିକଲ  ଗ୍ୟାଜେଟ୍ସ  ରିପାରିଂ, ଜାମମ୍‌-ଜେଲି ଓ ମୁରବା ତିଆରି କରିବା ଆଦି ଛୋଟ ଛୋଟ ଉଦ୍ୟୋଗ ଆରମ୍ଭ କରି ପାରିବେ ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ