PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ସଂକୀର୍ତ୍ତନ କଳାରେ ସମର୍ପିତ ଇଡି, ଗୁଡ୍ଡି

ଉତ୍ତର ଭୁବନେଶ୍ୱର,୧୧ା୩(ଆ.ପ୍ର.): ଦୁଇ ଭଉଣୀ ଇଡି ଓ ଗୁଡ୍ଡି । ଦୁଇଜଣ ପାଠପଢୁଛନ୍ତି । ଇଡି ଅଷ୍ଟମରେ, ଗୁଡ୍ଡି କଲେଜରେ । ଦୁଇଜଣ ପାଠପଢା ସହିତ ସଂକୀର୍ତ୍ତନ କଳାକୁ ଆଦରି ନେଇଛନ୍ତି । ବାପା ଆର୍ତ୍ତତ୍ରାଣ ନାୟକ ପ୍ରତିଷ୍ଠିତ ସଂକୀର୍ତ୍ତନ ଗାୟକ । ଆର୍ତ୍ତତ୍ରାଣଙ୍କ ବାପା କୁଳମଣି ନାୟକ ଜଣେ ସ୍ୱନାମଧନ୍ୟ ସଂକୀର୍ତ୍ତନ ଗାୟକ । ସଂକ୍ଷେପରେ କହିଲେ ସଂକୀର୍ତ୍ତନ କଳା ପ୍ରେମରେ ଜେଜେ, ବାପା ଏବଂ ଝିଅ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ କାକରୂଦ୍ରପୁର ଗ୍ରାମପଞ୍ଚାୟତର ଗଣ୍ଡିଲୋ ଗାଁରେ ଇଡି, ଗୁଡ୍ଡିଙ୍କ ଘର । ଇଡି ଓରଫ ଦୁର୍ଗାପ୍ରିୟା ଗୁଡ୍ଡି ଓରଫ ଲକ୍ଷ୍ମୀପ୍ରିୟା । ଇଡିକୁ ଚଉଦ ଗୁଡ୍ଡିକୁ ଷୋହଳ । ଇଡି ଜଗନ୍ନାଥପୁର ବାଳିକା ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀ, ଗୁଡ୍ଡି ବାଲିପାଟଣାର ଶିଶୁ ଅନନ୍ତ ମହାବିଦ୍ୟାଳୟର ଯୁକ୍ତ ଦୁଇ ବାଣିଜ୍ୟ ଛାତ୍ରୀ । ଛୋଟ ବୟସରୁ ସଂକୀର୍ତ୍ତନ କଳାକୁ ଭଲ ପାଇବସିଛନ୍ତି ଦୁଇ ଭଉଣୀ । ପିଲାଦିନର ହଜିଲା କଥାକୁ ମନେ ପକାଇ ଗୁଡ୍ଡି କହିଥିଲେ ‘ଜେଜେ ବାପା ଗୀତଟିଏ ଗାଇ ଅଭ୍ୟାସ କରିବାକୁ ଦେଲେ । ଅଳ୍ପ ସମୟ ମଧ୍ୟରେ ଅଭ୍ୟାସ କରି ନିର୍ଭୁଲ ଭାବରେ ଜେଜେଙ୍କୁ ଶୁଣାଇଲି । ଜେଜେ ସେହି ଦିନରୁ ସଂକୀର୍ତ୍ତନ ଅଭ୍ୟାସ କରିବାକୁ ଉତ୍ସାହିତ କଲେ । ମୁଁ ଉତ୍ସାହିତ ହୋଇ ସଂକୀର୍ତ୍ତନ କଳାକୁ ଆଦରି ନେଲି’ । ଏପର୍ଯ୍ୟନ୍ତ ସେ ହଜାରେ ରୁ ଊଦ୍ଧ୍ୱର୍ ଧାର୍ମିକ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିସାରିଲେଣି ଗୁଡ୍ଡି । ବଡ଼ଭଉଣୀଙ୍କ ରାସ୍ତାରେ ଇଡି । ‘ଅପାକୁ ଜେଜେ, ଆଉ ମୋତେ ମୋ ବାପା ସଂକୀର୍ତ୍ତନ କଳାରେ ସଫଳ କରାଇଛନ୍ତି’ । କହିଥିଲେ ଇଡି । ‘ପୁରାଣ କଥାବସ୍ତୁକୁ ଗାୟକ ଗୀତ ଆକାରରେ ଗାନକରି, ତାକୁ ପୁଣି ସରଳ ଭାବରେ ଦର୍ଶକଙ୍କୁ ବୁଝାଇଥାଏ । ଖୋଳତାଳ ସହିତ ନାଚିନାଚି ଗାୟକ ଭଗବାନଙ୍କ ଠାରେ ନିଜକୁ ତଲ୍ଲିନ କରିଥାଏ । ପୁରାଣ କଥା , ସାମାଜିକ ଚଳଣିର ତୁଳନାତ୍ମକ ପରିପ୍ରକାଶ ହିଁ ସଂକୀର୍ତ୍ତନ କଳା । କହିଥିଲେ ଇଡି ଓ ଗୁଡ୍ଡି ।