୧୮ ଡିଗ୍ରୀ ନୁହେଁ ଏତିକି ରହିବା ଉଚିତ୍ ଏସିର ନ୍ୟୁନତମ ତାପମାତ୍ରା, ବିଜୁଳି ବିଲ୍ କମ୍ ହେବା ସହ ଶରୀର ରହିବ ସୁସ୍ଥ

ସାରା ଦେଶରେ ତାପମାତ୍ରା ବଢିଯାଇଛି। ଅସହ୍ୟ ଗରମ ସାଙ୍ଗକୁ ତତଲା ପବନ ଜୀବନ ଜୀବନକୁ ଅସ୍ତବ୍ୟସ୍ତ କରିଚି।  ଏହି ଗରମରୁ ରକ୍ଷା ପାଇବା ପାଇଁ ଏସି ଚଲାଇବା ଆରମ୍ଭ ହୋଇଯାଇଛି। ଘରଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ୨୪ ଘଣ୍ଟା ଏସି ଚାଲୁଛି। ବହୁ ଲୋକ ଗରମରେ ଏସିକୁ ୧୮-୧୯ ଡିଗ୍ରୀ ଟେମ୍ପରେଚରରେ ଚଲାଇଥାନ୍ତି, ଯାହାଫଳରେ ରୁମ୍ ଖୁବ୍ ଶୀଘ୍ର ଥଣ୍ଡା ହୋଇଯିବ। ତେବେ ଏହା ଠିକ୍ ନୁହେଁ। ଏହା ଦ୍ବାରା ବିଜୁଳି ବିଲ୍ ବଡବା ସହ ସେହି ରୁମରେ ଥିବା ଲୋକଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥାଏ। ଏଭଳି ପରିସ୍ଥିତିରେ ମନରେ ପ୍ରଶ୍ନ ଉଠୁଥିବା ପ୍ରକୃତରେ ଏସିକୁ କେତେ ଡିଗ୍ରୀ ତାପମାତ୍ରାରେ ରଖିଲେ ଏହା ଭଲ।

ବ୍ୟୁରେ ଅଫ୍ ଏନର୍ଜୀ ଏଫିସିଏନ୍ସିର ରିପୋର୍ଟ ଅନୁସାରେ, ବୈଜ୍ଞାନିକ ରୂପରେ ମାନବ ଶରୀର ପାଇଁ ୨୪ ଡିଗ୍ରୀ ତାପମାତ୍ରା ସମ୍ପୂର୍ଣ୍ଣ ଠିକ୍। ଅର୍ଥାତ ରୁମରେ ତିବା ବ୍ୟକ୍ତିଙ୍କ ପାଇଁ ୨୪ ଡିଗ୍ରୀକୁ କମ୍ ତାପମାତ୍ରା କରିବା କ୍ଷତିକାରକ ହୋଇପାରେ। ତାଛଡା ୨୪ ଡିଗ୍ରୀ ତାପାମାତ୍ରା ବିଦ୍ୟୁତ ବିଲକୁ କମ୍ କରିଦେଇଥାଏ।

ଏହା ପୂର୍ବରୁ ବ୍ୟୁରେ ଅଫ୍ ଏନର୍ଜୀ ଏଫିସିଏନ୍ସି ମଧ୍ୟ ସରକାରଙ୍କରୁ ଅପିଲ କରିଥିଲା, ସମସ୍ତ ଏୟାର କଣ୍ଡିସିନ୍(ଏସି) କମ୍ପାନୀକୁ ନିର୍ଦେଶ ଦିଅନ୍ତୁ ସେ ଏଭଳି ଏସି ତିଆରି କରନ୍ତୁ, ଯାହାର ନ୍ୟୁନତମ ତାପମାତ୍ରା ୨୪ ଡିଗ୍ରୀ ସେଟ୍ ହୋଇ ରହିଥିବ।  ଏହାକୁ ଦୃଷ୍ଟିରେ ରଖି ଜନତାଙ୍କୁ ସଚେତନ କରିବାକୁ ଏକ ଅଭିଯାନ ଆରମ୍ଭ ହେଉ, ଯେପରି ଲୋକମାନେ ନିଜର ଏସିକୁ ୨୪ ଡିଗ୍ରୀ ରଖିବେ। ଏସିକୁ ୨୪ ଡିଗ୍ରୀରେ ରଖିବା ଫଳରେ ଘରର ବିଜୁଳି ବିଲ୍ ୧୫ ରୁ ୨୦ ପ୍ରତିଶତ କମ୍ ଆସିବ।

   ସମ୍ବନ୍ଧିତ ଖବର


ଆଖି ପାଇଁ ସଞ୍ଜୀବନୀ ନାଲି ଆଲୋକ

ପାଣି ପିଇବା ସମୟରେ ଆପଣ କରୁଛନ୍ତି କି ଏହି ୫ ଭୁଲ୍, ଯେତେ ଶୀଘ୍ର ସମ୍ଭବ ସୁଧାରନ୍ତୁ

ଏୟାରଟେଲ୍ ଲଞ୍ଚ୍ କଲା ଶସ୍ତା ପ୍ରି-ପେଡ୍ ପ୍ଲାନ୍, ପ୍ରତିଦିନ ମିଳିବ ୧.୫ ଜିବି ଡାଟା

ଆପଣଙ୍କ ପାଖରେ ବି ଅଛି ଚିରା-ଫଟା ନୋଟ୍, ଏମିତି ଏକ୍ସଚେଞ୍ଜ କରି ନେଇପାରିବେ ନୂଆ ନୋଟ୍

WhatsAppକୁ ଟକ୍କର ଦେବ ଦେଶର ପ୍ରଥମ ସୋସିଆଲ ମିଡିଆ ଆପ୍ Elyments

୧୦୦ ଟଙ୍କାରୁ କମ୍ ଦାମରେ ୨ଟି ଦମଦାର୍ ପ୍ଲାନ୍ ଲଞ୍ଚ୍ କଲା BSNL, ମିଳିବ ୩ ଜିବି ଡାଟା