ରାଜ୍ୟ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ୍

ଭୁବନେଶ୍ବର ୦୩/୦୪: ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେ କଟକର ବାସୀନ୍ଦା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ସମ୍ପର୍କରେ ଟ୍ୱିଟ୍ କରାଯାଇ ଅବଗତ କରାଯାଇଛି । ଷଷ୍ଠ କରୋନା ପଜିଟିଭ୍‌ ଚିହ୍ନଟ ବ୍ୟକ୍ତି ଜଣଙ୍କ କିଛିଦିନ ତଳେ ଦିଲ୍ଲୀରୁ ଫେରିଥିଲେ । ତେବେ ଆଜି ଆସିଥିବା ନମୁନା ପରୀକ୍ଷଣ ରିପୋର୍ଟରୁ ସେ କୋଭିଡ୍‌-୧୯ରେ ସଂକ୍ରମିତ ଥିବା ଜଣାପଡିଛି । ବର୍ତ୍ତମାନ ସେହି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କ ସଂପର୍କରେ ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏନେଇ ସେହିଭଳି କିଛି ତଥ୍ୟ ଆସିନାହିଁ ।

ପ୍ରକାଶଯୋଗ୍ୟ ଯେ, ଷଷ୍ଠ କରୋନା ପଜିଟିଭ୍‌ଙ୍କ ପୂର୍ବରୁ ପଞ୍ଚମ କରୋନା ପଜିଟିଭ୍‌ ବ୍ୟକ୍ତିଜଣଙ୍କ ସାରା ରାଜ୍ୟ ପାଇଁ ଆତଙ୍କର କାରଣ ହୋଇଛନ୍ତି । ଗତକାଲି ଠାରୁ ଭୁବନେଶ୍ୱର ସୂର୍ଯ୍ୟନଗରକୁ ସିଲ୍‌ କରାଯାଇଥିବା ବେଳେ ଆଜି ରାତି ୮ଟାରୁ ସାରା ଭୁବନେଶ୍ୱର ସମେତ ଭଦ୍ରକ ଜିଲ୍ଲାରେ ୪୮ଘଣ୍ଟିଆ ଲକ୍‌ଡାଉନ୍‌ (କର୍ଫ୍ୟୁ ଭଳି) ଲାଗୁ ହେବ ବୋଲି ଘୋଷଣା ହୋଇଛି । ଅନ୍ୟପକ୍ଷରେ ପ୍ରଥମ ଓ ଦ୍ୱିତୀୟ କରୋନା ପଜିଟିଭ୍‌ ଡାକ୍ତରଖାନାରୁ ଘରକୁ ଫେରିଥିବା ବେଳେ ଚତୁର୍ଥ ଓ ପଞ୍ଚମ କରୋନା ସଂକ୍ରମିତ ବ୍ୟକ୍ତି ଦୁଇଜଣ ଚିକିତ୍ସାଧୀନ ଅଛନ୍ତି । ଉଭୟଙ୍କ ବୟସ ୬୦ବର୍ଷ ବୋଲି ଜଣାଯାଇଛି । କିଛି ସମୟ ତଳେ ଚିହ୍ନଟ ଷଷ୍ଠ କରୋନା ସଂକ୍ରମିତ କ୍ୱାରେଣ୍ଟାଇନ୍‌ରେ ରହିଛନ୍ତି ।

   ସମ୍ବନ୍ଧିତ ଖବର


WHOର ଚେତାବନୀ ! ଭାରତରେ ଫାଟିବ କରୋନା ବୋମା

କରୋନା-ଶାରିରୀକ ସମ୍ପର୍କ ରଖିବା ସମୟରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଲେ ହାଭାର୍ଡର ଗବେଷକ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ